/odishatv-khabar/media/post_attachments/uploadimage/library/16_9/16_9_0/travellers_1752134272.jpg)
travellers
କାମରୁ ଟିକିଏ ଫୁରସତ୍ ମିଳିଗଲେ ଅନେକ ଲୋକ ଛୁଟି କଟାଇବାକୁ ବୁଲାବୁଲି ପାଇଁ ପସନ୍ଦ କରିଥାନ୍ତି । ପରିବାର ସହିତ ବାହାରକୁ ଯାଇ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ଅନ୍ତର୍ଜାତୀୟ ବା ବିଦେଶ ଯାତ୍ରା କରିବା କେବଳ ସହରାଞ୍ଚଳର ଉଚ୍ଚ ଆୟବର୍ଗର ଲୋକମାନେ ହିଁ କରିପାରନ୍ତି । ଯାହା ସାଧାରଣତଃ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ଟାୟର ୧ ସହରର ଲୋକମାନଙ୍କ ପକ୍ଷରେ ହିଁ ସମ୍ଭବ ହୋଇଥାଏ ।
କିନ୍ତୁ ଏବେ ପରିବର୍ତ୍ତନ ହେଉଛି । ଟାୟର-୨ ଓ ଟାୟର-୩ ସହରର ଲୋକମାନେ ମଧ୍ୟ ଛୁଟି କଟାଇବା ପାଇଁ ବିଦେଶ ଯାତ୍ରା କରୁଛନ୍ତି । ଚଣ୍ଡିଗଡ, ସୁରଟ, ପୁନେ, ଲକ୍ଷ୍ନୌ ଏବଂ ଜୟପୁର ଭଳି ସହରର ଲୋକେ ବିଦେଶକୁ ଛୁଟି କଟାଇବାକୁ ଯାଉଛନ୍ତି । ନୂଆ ଜେନେରେସନ ପର୍ଯ୍ୟଟକମାନେ କନସର୍ଟ, ସ୍ପୋର୍ଟ୍ସ ଟ୍ୟୁରିଜିମ୍ ରେ ବିଦେଶ ଗସ୍ତ କରିବାକୁ ପସନ୍ଦ କରୁଛନ୍ତି ।
ଅଧିକ ପଢ଼ନ୍ତୁ: ଭାରତର ପ୍ରଥମ ସମ୍ରାଟ, ଯିଏ ବଦଳାଇ ଥିଲେ ଇତିହାସର ଗତିପଥ, ପଢନ୍ତୁ ଜଣେ ବୀର ଯୋଦ୍ଧାଙ୍କ କାହାଣୀ
ଆଟଲିସର ତଥ୍ୟ ଅନୁଯାୟୀ, ଛୋଟ ସହରର ନୂଆ ଜେନେରେସନ ପର୍ଯ୍ୟଟକମାନଙ୍କ ବିଦେଶ ଗସ୍ତ ବୃଦ୍ଧି ପାଇଛି । ବିଦେଶ ଯାତ୍ରା କେବଳ ବିଳାସପୂର୍ଣ୍ଣ ମଧ୍ୟରେ ସୀମିତ ହୋଇନାହିଁ । ଏହା ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଅଂଶ ହୋଇଗଲାଣି । ଲୋକଙ୍କର ଆୟ ବୃଦ୍ଧି ହେବା ଏବଂ ଡିଜିଟାଲ ଭିସା ପ୍ରକ୍ରିୟା ସରଳ ହେଉଥିବାରୁ ଅନ୍ତର୍ଜାତୀୟ ଭ୍ରମଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ତେବେ ଜାଣିଛନ୍ତି କି କିଏ ଏହି ନୂଆ ଜେନେରେସନ ଭ୍ରମଣକାରୀ? ସେମାନେ ହେଉଛନ୍ତି ୩୫ ବର୍ଷରୁ କମ୍ ବୟସର ଯୁବକ । ବିଶେଷକରି ଯୁବକ, ଯୁବତୀ, ନବ ବିବାହିତ ଏବଂ କିଛି ପରିବାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।
ନୂଆ ଜେନେରେସନ ଭ୍ରମଣକାରୀମାନେ ୟୁନାଇଟେଡ ଆରବ ଏମିରେଟ୍ସ ଏବଂ ଦକ୍ଷିଣପୂର୍ବ ଏସିଆକୁ ବୁଲିବାକୁ ଯିବାକୁ ପସନ୍ଦ କରୁଛନ୍ତି । ବିଶେଷକରି ଦୁବାଇ, ଥାଇଲାଣ୍ଡ, ଭିଏତନାମ ଏବଂ ଇଣ୍ଡୋନେସିଆ ଯାଉଛନ୍ତି । ବିଦେଶ ଯାତ୍ରା କରିବା ପାଇଁ ସେମାନଙ୍କୁ ବେଶୀ ପ୍ରଭାବିତ କରୁଛି ସୋସିଆଲ ମିଡିଆ । ଯେଉଁ ଅନ୍ତର୍ଜାତୀୟ ଯାତ୍ରା ସ୍ୱପ୍ନ ଥିଲା, ତାହା ଏବେ ପୂରା ହେଉଛି ।
ବୈଦେଶିକ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୩ ମଧ୍ୟରେ ୧୦.୦୯ କୋଟି ପାସପୋର୍ଟ ଜାରି କରାଯାଇଛି । ତେଣୁ ୨୦୧୪ରେ ୧୫୩ଟି ପାସପୋର୍ଟ ସେବା କେନ୍ଦ୍ର ଥିବା ବେଳେ ୨୦୨୩ ସୁଦ୍ଧା ଦେଶରେ ୫୨୩ଟି ପାସପୋର୍ଟ ସେବା କେନ୍ଦ୍ର ଖୋଲା ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)