Advertisment

କେବେ ଖାଇଛନ୍ତି ‘ଖଟାମିଠା ଚିଙ୍ଗୁଡ଼ି କଷା’

ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ଖଟାମିଠା ଚିଙ୍ଗୁଡ଼ି କଷା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ସୁଆଦିଆ ରେସିପି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Prawn Recipes In Odia

'Sweet and Sour Shrimp'

 ଆଜି ବନେଇବା ‘ଖଟାମିଠା ଚିଙ୍ଗୁଡ଼ି କଷା’  । ଏହାକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଖଟାମିଠା ଚିଙ୍ଗୁଡ଼ି କଷା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚୋପା ଛଡ଼ା ହୋଇଥିବା ଚିଙ୍ଗୁଡ଼ି,ଲେମ୍ବୁ,ଲୁଣ- ୧ଚାମଚ,ଲଙ୍କା ଗୁଣ୍ଡ-୧ଚାମଚ,ଅଦା ରସୁଣ ପେଷ୍ଟ- ୧କପ୍‌,ଦହି- ୨କପ୍‌,କ୍ରିମ୍‌- ୨କପ୍‌,ପିଆଜ- ୨ଟି,ଟମାଟୋ- ୩ଟି ଓ ଆବଶ୍ୟକ ପରିମାଣର ହଳଦି,ଜିରା,ଗରମ ମସଲା,ତେଲ,ଘିଅ ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ଚିଙ୍ଗୁଡ଼ି ଜହ୍ନି ରାଇ’

ପ୍ରସ୍ତୁତି ପ୍ରଣାଳୀ:

  • ଗୋଟିଏ ପାତ୍ରରେ ଅଦା,ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ଲେମ୍ବୁ ରସ ଓ ଲୁଣ ମିଶାଇ ରଖି ଦିଅନ୍ତୁ
  • ସେଥିରେ ଚିଙ୍ଗୁଡ଼ିକୁ ଗୋଳାଇ ୧୫ରୁ ୨୦ ମିନିଟ ପର୍ୟ୍ୟନ୍ତ ରଖି ଦିଅନ୍ତୁ
  • ଏହାପରେ କଡ଼େଇରେ ଘିଅ ପକାଇ ଚିଙ୍ଗୁଡ଼ିକୁ ଭାଜନ୍ତୁ
  • ଭାଜି ହୋଇ ସାରିବା ପରେ ଚିଙ୍ଗୁଡ଼ିକୁ ଅନ୍ୟ ଏକପାତ୍ରରେ ରଖନ୍ତୁ
  • କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ଜିରା ପକାଇ ଭାଜନ୍ତୁ
  • ଏହାପରେ ସେଥିରେ ପିଆଜ ପକାଇ ଭାଜନ୍ତୁ
  • ପାଞ୍ଚ ମିନିଟ ପରେ ସେଥିରେ ଅଦା ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ହଳଦି,ଲୁଣ ପକାଇ ୧ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ
  • ସେଥିରେ ଟମାଟୋ ପକାନ୍ତୁ, ଅଳ୍ପ ଆଞ୍ଚରେ ୫ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ
  • ମସଲା ଗାଢ଼ା ହେବା ପରେ ସେଥିରେ କ୍ରିମ୍‌,ଦହି ଓ ଗରମ ମସଲା ପକାନ୍ତୁ
  • ଅଳ୍ପ ସମୟ ପରେ ସେଥିରେ ଚିଙ୍ଗୁଡ଼ି ପକାନ୍ତୁ
  • ଏହାପରେସେଥିରେ ଲୁଣ ପକାଇ କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ
Advertisment

ଏବେ ପ୍ରସ୍ତୁତ ହୋଇଗଲା 'ଖଟା ମିଠା ଚିଙ୍ଗୁଡି କଷା' । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
Advertisment
Advertisment