Advertisment

ଘରେ ବନାନ୍ତୁ ସୁଆଦିଆ ‘ଚିଙ୍ଗୁଡ଼ି ଜହ୍ନି ରାଇ’

ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ଜହ୍ନି ରାଇ’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

author-image
Pallipuspa Samal
ଅଦ୍ୟତନ ହୋଇଛି
How to Cook Chingu Janhi Rai Recipe

Make delicious 'Chingu Janhi Rai'

ଖାଇବାରେ ଚିଙ୍ଗୁଡ଼ିର ରେସିପି ଥିଲେ ଖାଇବାର ମଜା ଦ୍ୱିଗୁଣ ହୋଇଯାଏ। ସେଥିପାଇଁ ଆମ ଓଡ଼ିଆ ଘରେ ଆମେମାନେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଜହ୍ନି ରାଇ’ ।

Advertisment

‘ଚିଙ୍ଗୁଡ଼ି ଜହ୍ନି ରାଇ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଜହ୍ନି,ଚିଙ୍ଗୁଡ଼ି,ଟମାଟୋ,ପିଆଜ,ଅଦା ଓ ରସୁଣ ବଟା,ସୋରିଷ,ଶୁଖିଲା ଲଙ୍କା,ସୋରିଷ ତେଲ, ଗରମ ମସଲା,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ,ଧନିଆ ପାଉଡର, ହଳଦୀ ଗୁଣ୍ଡ,ଗୋଟା ଜିରା,ଧନିଆ ପତ୍ର ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିଙ୍ଗୁଡ଼ିକୁ ଭଲଭାବେ ଧୋଇ ଚିଙ୍ଗୁଡ଼ିର ଚୋପା ବା ଖୋଳ ଛଡ଼ାଇ ଦିଅନ୍ତୁ
  • ଏହାପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ଜହ୍ନିକୁ ଧୋଇ ଏହାର ଚୋପା ଛଡ଼ାଇ ମଧ୍ୟମ ସାଇଜ୍‌ରେ କାଟି ଭଲ ଭାବେ ଧୋଇ ଦିଅନ୍ତୁ।
  • ଏବେ ଗ୍ୟାସ୍‌ରେ କଡ଼େଇ ବସାନ୍ତୁ ଓ କଡ଼େଇ ଗରମ ହୋଇଗଲେ ପରେ ଏଥିରେ ଗୋଟିଏ ଚାମଚ ତେଲ ପକାନ୍ତୁ।
Advertisment

ଅଧିକ ପଢ଼ନ୍ତୁ: ‘ଘରେ ବନାନ୍ତୁ 'ମଲାଇ ମସରୁମ୍’

  • ତେଲ ଗରମ ହେବା ପରେ ଏଥିରେ ଆଗରୁ ଧୁଆ ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ।
  • ଚିଙ୍ଗୁଡ଼ି ଭାଜି ହୋଇଗଲା ପରେ ଏହାକୁ କଡ଼େଇରୁ କାଢ଼ି ଆଣନ୍ତୁ।
  • ଏହାପରେ କଡ଼େଇରେ ତେଲ ପକାନ୍ତୁ ଓ ଏହା ଗରମ ହେବା ପରେ ଗୋଟା ଜିରା, ଶୁଖିଲା ଲଙ୍କା ସୋରିଷ ପକାନ୍ତୁ।
  • ସେଥିରେ କଟା ପିଆଜ ପକାଇ ୨ ମିନିଟ୍‌ ଭାଜନ୍ତୁ। ଏବେ ସେଥିରେ ଅଦା ପେଷ୍ଟ୍, ରସୁଣ ପେଷ୍ଟ୍, ପିଆଜ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡା ଓ ଲୁଣ ପକାଇ ମସଲାକୁ ଭଲ ଭାବେ କଷନ୍ତୁ।
  • ମସଲାରେ ମଝିରେ ମଝିରେ ଆବଶ୍ୟକତା ଅନୁଯାୟୀ ପାଣି ଦେଇ କଷନ୍ତୁ। ମସଲା କଷି ହୋଇଗଲେ ସେଥିରେ କଟା ଟମାଟୋ, ଜିରାଗୁଣ୍ଡା ଏବଂ ଧନିଆ ଗୁଣ୍ଡା ପକାଇ କମ୍ ଆଞ୍ଚରେ ମସଲାକୁ କଷନ୍ତୁ।
  • ମସଲା ଭଲ ଭାବେ କଷି ହୋଇଯିବା ପରେ ସେଥିରେ ଜହ୍ନି ପକାଇ ୨ ଚାମଚ ଗରମ ମସଲା ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଦେଇ ଏକ ଘୋଡ଼ଣି ଦେଇ ଘୋଡ଼ାଇ ଦିଅନ୍ତୁ।
  • କିଛି ସମୟ ପରେ ଢାଙ୍କୁଣୀ କାଢ଼ି ଏଥିରେ ପୂର୍ବରୁ ଭଜା ହୋଇ ରହିଥିବା ଚିଙ୍ଗୁଡ଼ି ପକାଇ ଅଳ୍ପ ଉଷୁମ ପାଣି ଦିଅନ୍ତୁ।
  • ଏହାପରେ ସେଥିରେ କଟା ଧନିଆ ପତ୍ର ଏବଂ ଗରମ ମସଲା ପକାଇ ୧୦ ମିନିଟ୍‌ କମ୍‌ ଆଞ୍ଚରେ ଘୋଡ଼ାଇ ରଖନ୍ତୁ।
  • ୧୦ ମିନିଟ୍ ପରେ କଡ଼େଇକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘‘ଚିଙ୍ଗୁଡ଼ି ଜହ୍ନି ରାଇ’। ଏହି ରେସିପିଟିକୁ ଗରମ ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

ଦେଖନ୍ତୁ ଭିଡିଓ | କଖାରୁ କୋରାକୁ ଗୁଜୁରାତି ଦେଇ ଏମିତି ବନାନ୍ତୁ କଖାରୁ ପିଠା...

Odia Food Recipes Odia Food And Recipes
Advertisment
Advertisment