Advertisment

ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ

ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Special story

Special story

କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା । କଖାରୁ ମଞ୍ଜିରେ ପ୍ରଚୁର ମାତ୍ରାରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍‌-ଏ ଓ ଭିଟାମିନ-ସି ଭରି ରହିଛି । ଶରୀରର ଓଜନ ହ୍ରାସ କରିହାକୁ ଚାହୁଁଥିଲେ ଏହାର ମଞ୍ଜିକୁ ସେବନ କରନ୍ତୁ ।

Advertisment

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ କଖାରୁ । ଶରୀର ପାଇ କଖାରୁର ଯେତିକି ଉପକାରିତା ଅଛି , ସେତିକି ଏହା ମଧ୍ୟରେ ଥିବା ମଞ୍ଚିରେ ମଧ୍ୟ ଅଛି । ଏହା ସୁସ୍ୱାଦ ମଧ୍ୟ ହୋଇଥାଏ । କଖାରୁ ଏକ ଏପରି ପରିବା ଯେଉଁଥିରେ ଆମର ଦୃଷ୍ଟି ଶକ୍ତି ଜନିତ ସମସ୍ୟାର ଉପଚାର ହୋଇପାରିବ।

ଅଧିକ ପଢ଼ନ୍ତୁ: ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ହାର୍ଟ୍

କଖାରୁରେ ପ୍ରଚୁର ଭିଟାମିନ-A ରହିଥାଏ, ଠିକ୍ ମାତ୍ରାରେ କଖାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇନଥାଏ ।  ଶରୀରର ଓଜନ ହ୍ରାସ କରିହାକୁ ଚାହୁଁଥିଲେ କଖାରୁ ମଞ୍ଜିକୁ ସେବନ କରନ୍ତୁ ।

Advertisment

କିପରି ଏହି ମଞ୍ଜିକୁ ସେବନ କରିବେ:

  • ଆପଣ ଚାହିଁଲେ, କଖାରୁ ମଞ୍ଜିକୁ ଧିମା ଆଞ୍ଚ ନିଆଁରେ ହାଲୁକା ଭାବେ ଭାଜି ମଧ୍ୟ ଖାଇ ପାରିବେ। ଭଜା ହୋଇଥିବା କଖାରୁ ମଞ୍ଜି ଉପରେ ଆପଣ ଅଳ୍ପ ମସଲା ପକାଇ ବି ଏହାକୁ ସେବନ କରି ପାରିବେ।
  • ଆଜିକାଲି ଲୋକମାନେ ଭୋକ ଲାଗିଲେ, କିଛି ଅସ୍ୱାସ୍ଥ୍ୟକର ଜିନିଷ ଖାଇ ଦିଅନ୍ତି। କଖାରୁ ମଞ୍ଜିକୁ ଆପଣ ମିଡ୍‌ ଡେ’ ସ୍ନାକ୍ସ ଭାବେ ଖାଇପାରିବେ, ଯାହା ଦ୍ୱାରା ଆପଣଙ୍କ ଶରୀରର ଓଜନ ନିୟନ୍ତ୍ରଣରେ ରହିବ।
  • କଖାରୁ ମଞ୍ଜିକୁ ଆପଣ ସୁପ୍‌ରେ ମଧ୍ୟ ମିଶାଇ ଖାଇ ପାରିବେ। ଏହାଦ୍ୱାରା ନା କେବଳ ସୁପ୍‌ର ସ୍ୱାଦ ବଢ଼ିଥାଏ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଫାଇଦା ମିଳିଥାଏ
  • କଖାରୁ ମଞ୍ଜିକୁ ଆପଣ ସାଲାଡରେ ବି ପକାଇ ଖାଇ ପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
  • ଯଦି ଆପଣ ଘରେ ଲଡ଼ୁ କିମ୍ବା ହାଲୱା ତିଆରି କରୁଛନ୍ତି, ତା’ ହେଲେ ମିଠାରେ ମଧ୍ୟ ଆପଣ କଖାରୁ ମଞ୍ଜି ମିଶାଇ ପାରିବେ।
  • ଏହା ବ୍ୟତୀତ ଆପଣ ଚାହିଁଲେ, ବ୍ରେଡ୍‌ କିମ୍ବା ସିଡ୍‌ କେକ୍ ତିଆରି କରିବା ସମୟରେ ବି କଖାରୁ ମଞ୍ଜି ବ୍ୟବହାର କରି ପାରିବେ।
Weight Loss Health Tips
Advertisment
Advertisment