/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641623344.jpg)
shoes and vastu
ଘରେ ରହିଥିବା ସମସ୍ତ ଜିନିଷକୁ ବାସ୍ତୁ ଆନୁସାରେ ସଜାଡ଼ି ରଖିବା ଜରୁରୀ ହୋଇଥାଏ । ଶାସ୍ତ୍ର ଅନୁସାରେ ଅନୁସାରେ ଘରେ ରଖିଥିବା କିଛି ଜିନିଷକୁ ଅଶୁଭ ବୋଲି ଧରାଯାଏ । ଏହି ଜିନିଷ ଘରେ ରହିଲେ ପରିବାରରେ ଅଶାନ୍ତି ଲାଗିରହେ । ବାସ୍ତୁ ଅନୁଯାୟୀ ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି । ଏହି ନିୟମ ସବୁକୁ ନଜର ଅନ୍ଦାଜ କଲେ ନାନା ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଆସନ୍ତୁ ଜାଣିବା ଜୋତା ବା ଚପଲକୁ ନେଇ କଣ କହେ ବାସ୍ତୁ ।
Advertisment
- ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ।
- ଅମାବାସ୍ୟା, ମଙ୍ଗଳବାର, ଶନିବାର ଓ ଗ୍ରହଣ ଲାଗିଥିବା ଦିନ ମଧ୍ୟ ଲୋକେ ଜୋତା ଚପଲ କିଣିଥାନ୍ତି। ବାସ୍ତୁ ଅନୁଯାୟୀ ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ଏହି ସବୁ ଦିନ ଜୋତା ଚପଲ କିଣିବା ଉଚିତ ନୁହେଁ।
- ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭଣ୍ଡାର ଗୃହକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଘରର ଯେଉଁ ସ୍ଥାନରେ ଶସ୍ୟ ଓ ଖାଦ୍ୟପେୟ ସାମଗ୍ରୀ ରଖାଯାଏ । ସେହି ସ୍ଥାନକୁ ଜୋତା ପିନ୍ଧି ଯିବା ଅର୍ଥାତ ଖାଦ୍ୟପେୟର ଅପମାନ କରିବା। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ।
- ଘରର ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି । ଏଠାରେ ଅଗ୍ନିଦେବ ମଧ୍ୟ ବାସ କରନ୍ତି। ଲୋକେ ରୋଷେଇ ଘରକୁ ମଧ୍ୟ ଜୋତା ଚପଲ ପିନ୍ଧି ଚାଲି ଯାଆନ୍ତି । ରୋଷେଇ ଘରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ । ସେଥିପାଇଁ ରୋଷେଇ ଘର ଭିତରକୁ ଜୋତା ବା ଚପଲ ପିନ୍ଧି ଯିବା ଅନୁଚିତ ଅଟେ ।
- ପୁରୁଣା ଜୋତା ଚପଲ ଫୋପାଡିବା ପରିବର୍ତ୍ତେ କାହାକୁ ଦାନ କରିବା ଭଲ। କିନ୍ତୁ ଦାନ ମଧ୍ୟ ଦିନ ଦେଖି କରିବା ଉଚିତ। କିଛି ନ ବୁଝି ନ ବିଚାରି ଏହାକୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଖରାପ ପ୍ରଭାବ ପଡିଥାଏ। ଶନିବାର ଦିନ ଜୋତା ଚପଲ ଦାନ କରିବା ଶୁଭ ବୋଲି କୁହାଯାଏ।
Advertisment



Related Articles
Dahibara Hata: କଟକ ବାଲିଯାତ୍ରା: ଗୋଟିଏ ଜାଗାରେ ଏକାଠି ହୋଇଛନ୍ତି ପ୍ରସିଦ୍ଧ ଦହିବରା ବ୍ରାଣ୍ଡ...
POSTED

Jalpari At Baliyatra: ବାଲିଯାତ୍ରାରେ ଜଲପରି! ମାଛ ଭଳି ପହଁରୁଛନ୍ତି, ଢେଉ ଭଳି ପାଖକୁ ମାଡି ଆସୁଛନ୍ତି
POSTED

Super Typhoon Uwan Brewing: ମାଡ଼ି ଆସୁଛି ବିରାଟ ମହାବାତ୍ୟା, ୨୦୦ କି.ମି ଛୁଇଁବ ପବନ!
POSTED

PoK Unrest: ଜେନ୍-ଜିଙ୍କ ଭିତରେ ବିଦ୍ରୋହର ନିଆଁ: ବଢୁଛି ହିଂସା; ଜଳିବ ପୂରା ପାକିସ୍ତାନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)