Advertisment

Relationship Tips: ଆପଣଙ୍କ ପତ୍ନୀ ସବୁବେଳେ ଚିଡୁଛନ୍ତି କି; ଜାଣନ୍ତୁ ଏହାର କାରଣ ଆଉ ସମାଧାନ କରିବାର ଉପାୟ

ଅନେକ ପୁରୁଷଙ୍କର ଏହି ସମସ୍ୟା ଥାଏ ଯେ ଆରମ୍ଭରେ ସେମାନଙ୍କର ପତ୍ନୀମାନେ ସେମାନଙ୍କର ଯେମିତି ଯତ୍ନ ନେଉଥିଲେ ଏବଂ ସେମାନଙ୍କ ମଧ୍ୟରେ ଯେଭଳି ଭଲ ଟ୍ୟୁନିଂ ଥିଲା, ସମୟ ଗଡିବା ସହିତ ସେମାନଙ୍କ ଆଚରଣରେ ପରିବର୍ତ୍ତନ ହୋଇଯାଏ, ସେମାନେ ଚିଡିଚିଡା ହୋଇଯାଆନ୍ତି। ଜାଣନ୍ତୁ ଏମିତି କାହିଁକି ହୁଏ।

author-image
Pramod Behera
ଅଦ୍ୟତନ ହୋଇଛି
Before complaining about your wife know these things

Before complaining about your wife know these things

ଅନେକ ପୁରୁଷଙ୍କର ଏହି ସମସ୍ୟା ଥାଏ ଯେ ଆରମ୍ଭରେ ସେମାନଙ୍କର ପତ୍ନୀମାନେ ସେମାନଙ୍କର ଯେମିତି ଯତ୍ନ ନେଉଥିଲେ ଏବଂ ସେମାନଙ୍କ ମଧ୍ୟରେ ଯେଭଳି ଭଲ ଟ୍ୟୁନିଂ ଥିଲା, ସମୟ ଗଡିବା ସହିତ ସେମାନଙ୍କ ଆଚରଣରେ ପରିବର୍ତ୍ତନ ହୋଇଯାଏ, ସେମାନେ ଚିଡିଚିଡା ହୋଇଯାଆନ୍ତି ଏବଂ ସେମାନେ ସ୍ୱାମୀଙ୍କ ସମସ୍ତ କାମକୁ ନାପସନ୍ଦ କରନ୍ତି।

Advertisment

ଯଦି ଆପଣ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖିନ କରୁଛନ୍ତି ଏବଂ ନିଜର ପତ୍ନୀଙ୍କ ଆଚରଣକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଥରେ ଭାବନ୍ତୁ ସେ ବିବାହର କିଛି ଦିନ ପରେ କାହିଁକି ଚିଡିଚିଡା ହୋଇଗଲେ, ସେ କାହିଁକି ଆଉ ପୂର୍ବପରି ବ୍ୟବହାର କରୁ ନାହାନ୍ତି। ତେବେ ଏହାର କିଛି ସରଳ କାରଣ ଥାଇପାରେ। ଆପଣ ଏହି କାରଣଗୁଡିକ ଜାଣି ନିଅନ୍ତୁ ଏବଂ ଏଥିରେ ସୁଧାର ଆଣି ନିଜ ବୈବାହିକ ଜୀବନକୁ ପୁନର୍ବାର ସୁଖୀ ଏବଂ ଉନ୍ନତ କରନ୍ତୁ।

ଅଧିକ ପଢ଼ନ୍ତୁ: Relationship Tips: ଆପଣଙ୍କ ପରିବାରରୁ କେହି ମାନସିକ ଚାପରେ ଅଛନ୍ତି କି; କୁହନ୍ତୁ ଏହି କଥା, ମିଳିବ ଶାନ୍ତି

Advertisment

ପ୍ରତିଜ୍ଞା ଭୁଲିଯିବା:

ଅନେକ ସମୟରେ ସ୍ୱାମୀମାନେ ନିଜ ପତ୍ନୀଙ୍କ ପାଖରେ କିଛି ପ୍ରତିଜ୍ଞା କରିଥାନ୍ତି କିନ୍ତୁ ପରେ ଏହାକୁ ଭୁଲିଯାଆନ୍ତି। ଏହା ଯେକୌଣସି ପାର୍ଟନରଙ୍କୁ ମଧ୍ୟ ଖରାପ ଅନୁଭବ କରିପାରେ। ଯଦି ଆପଣ ଏହି ଭୁଲକୁ ବାରମ୍ବାର ପୁନରାବୃତ୍ତି କରୁଛନ୍ତି, ଏହା ଆପଣଙ୍କ ପତ୍ନୀଙ୍କ ଅସନ୍ତୋଷର କାରଣ ହୋଇପାରେ।

ପତ୍ନୀଙ୍କୁ ସମୟ ନ ଦେବା:

ଅନେକ ସମୟରେ ମହିଳାମାନେ ଘର ଏବଂ ବାହାର କାମ କରି ମାନସିକ ସ୍ତରରେ କ୍ଳାନ୍ତ ହୋଇଯାଆନ୍ତି ଏବଂ ଆଶା କରନ୍ତି ଯେ ସେମାନଙ୍କ ପାର୍ଟନର୍ ସେମାନଙ୍କ ଭଲ ମନ୍ଦ ବିଷୟରେ ପଚାରିବେ ଏବଂ ଏକାଠି କିଛି ଭଲ ମୁହୂର୍ତ୍ତ ବିତାଇବେ। ଏମିତି ଆଶା କରିବା ମଧ୍ୟ ସ୍ୱାଭାବିକ। କିନ୍ତୁ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସ୍ୱାମୀ ଏହା ଆବଶ୍ୟକ ମନେ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଏହା ସମ୍ଭବ ଯେ ଆପଣଙ୍କ ପତ୍ନୀ ଆପଣଙ୍କଠାରୁ ଦୂରେଇ ରହିବା ଆରମ୍ଭ କରିପାରନ୍ତି।

ପିଲାର ଯତ୍ନ ନ ନେବା:

ଅନେକ ମହିଳା ଅଭିଯୋଗ କରନ୍ତି ଯେ ସେମାନଙ୍କର ସ୍ୱାମୀମାନେ ପିଲାମାନଙ୍କୁ ଲାଳନ ପାଳନ କରିବାରେ ଆଦୌ ସାହାଯ୍ୟ କରନ୍ତି ନାହିଁ। ଅନେକ ସମୟରେ ଛୋଟ ପିଲାମାନେ କାନ୍ଦନ୍ତି ଏବଂ ସ୍ୱାମୀମାନେ ମୋବାଇଲ୍ ଫୋନ୍ ଦେଖିବାରେ ବ୍ୟସ୍ତ ଥାଆନ୍ତି। ସ୍ୱାମୀଙ୍କ ଏପରି ଆଚରଣ ମହିଳାମାନଙ୍କୁ ବିରକ୍ତ କରିଥାଏ।

ଅଧିକ ପଢ଼ନ୍ତୁ: Relationship: କାହାକୁ ବି କୁହନ୍ତୁ ନାହିଁ ଏହି ୫ଟି ଗୁପ୍ତ କଥା; ହୋଇପାରନ୍ତି ଅପମାନିତ

ଖାମଖିଆଲ୍ ନୀତି:

ମହିଳାମାନେ ଅଭିଯୋଗ କରନ୍ତି ଯେ ସଜାଯାଇଥିବା ଘର ସ୍ୱାମୀଙ୍କ ଆସିବା ମାତ୍ରେ ଛିନ୍ନଛତ୍ର ହୋଇଯାଏ ଏବଂ ମୋଜା, ତଉଲିଆ, ଜୋତା, ସାର୍ଟ ଇତ୍ୟାଦି ଆଡେସାଡେ ପଡେ। ଏହା ଦେଖି ଦିନସାରା କାମ କରି କ୍ଳାନ୍ତ ହୋଇଯାଇଥିନା ପତ୍ନୀ ତ କିଛି କହିପାରନ୍ତି ନାହିଁ, କିନ୍ତୁ ତାଙ୍କ ମନରେ ନିଶ୍ଚିତ ଭାବରେ କ୍ରୋଧ ସୃଷ୍ଟି ହୁଏ।

ପତ୍ନୀଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି:

ଯଦି ଜଣେ ପତ୍ନୀ ଆପଣଙ୍କର ସମସ୍ତ ଆବଶ୍ୟକତା ପୂରଣ କରୁ କରୁ କରି ନିଜ କାମ କରିବାକୁ ସକ୍ଷମ ହୁଅନ୍ତି ନାହିଁ କିମ୍ବା ନିଜ ସାଙ୍ଗ କିମ୍ବା ପରିବାର ସହିତ କଥା ହୋଇ ପାରନ୍ତି ନାହିଁ, ତେବେ ଏହା ମଧ୍ୟ ତାଙ୍କ ଖରାପ ମନୋଭାବର କାରଣ ହୋଇପାରେ। ଏନେଇ ସେମାନଙ୍କ ଆବଶ୍ୟକତା ପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର।

ଯଦି ଆପଣ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଆପଣଙ୍କ ପତ୍ନୀଙ୍କ ମାନସିକ ଏବଂ ଶାରୀରିକ ଆବଶ୍ୟକତାକୁ ସମାନ ଭାବରେ ପୂରଣ କରନ୍ତି, ତେବେ ଆପଣଙ୍କ ମଧ୍ୟରେ ଦୂରତା ହ୍ରାସ ହୋଇପାରେ। ସେମାନେ ଚିଡିଚିଡା ହେବେ ନାହିଁ ଆଉ ଆପଣଙ୍କୁ ପୂର୍ବ ପରି ବ୍ୟବହାର କରିବେ।

ଅଧିକ ପଢ଼ନ୍ତୁ: Relationship Tips: ଆପଣ ବିବାହିତ… ଏକାଠି ରହୁଛନ୍ତି… ନିଜ ପାର୍ଟନର ସହ ଭଲରେ କଥା ହୋଇପାରୁ ନାହାନ୍ତି; ଆପଣଙ୍କ ପାଇଁ ୬ଟି ଟିପ୍ସ

Relationship Tips
Advertisment
Advertisment