Advertisment

Relationship Tips: ଆପଣଙ୍କ ପରିବାରରୁ କେହି ମାନସିକ ଚାପରେ ଅଛନ୍ତି କି; କୁହନ୍ତୁ ଏହି କଥା, ମିଳିବ ଶାନ୍ତି

ଅନେକ ସମୟରେ ଏମିତି ହୁଏ ଯେ ପରିବାରର କୌଣସି ସଦସ୍ୟ କଠିନ ସମୟ ଦେଇ ଗତି କରନ୍ତି ଏବଂ ଘର ଲୋକ ଚାହିଁଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ହୁଅନ୍ତି। ଆପଣଙ୍କ ପାଇଁ କିଛି ଟିପ୍ସ ଯାହା ଏପରି ସମସ୍ୟାରେ ପଡିଥିବା ଯେକୌଣସି ବ୍ୟକ୍ତିଙ୍କୁ ଭଲ ଅନୁଭବ କରିବାରେ ସାହାଯ୍ୟ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
if any family member facing disappointment to help them must say these  sentences

if any family member facing disappointment to help them must say these sentences

ଅନେକ ସମୟରେ ଏମିତି ହୁଏ ଯେ ପରିବାରର କୌଣସି ସଦସ୍ୟ କଠିନ ସମୟ ଦେଇ ଗତି କରନ୍ତି ଏବଂ ଘର ଲୋକ ଚାହିଁଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ହୁଅନ୍ତି। ଏପରି ପରିସ୍ଥିତିରେ, ସାଧାରଣତଃ ଆମେ ତାଙ୍କୁ ଜ୍ଞାନ ଦେବା ଆରମ୍ଭ କରିଥାଉ କିମ୍ବା ବିଭିନ୍ନ ପ୍ରକାରର ପରାମର୍ଶ ଦେଇଥାଉ।

Advertisment

କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଭିତରେ ନକାରାତ୍ମକତା ଆସେ ଏବଂ ସେ ଅନୁଭବ କରିବାକୁ ଲାଗେ ଯେପରି ସବୁକିଛି ହଜିଯାଇଛି, ସେତେବେଳେ ସେ ନିଜକୁ ଅସହାୟ ଭାବିବା ଆରମ୍ଭ କରେ। ଏହି ସମୟରେ ଜ୍ଞାନ ଓ ପରାମର୍ଶ ତାଙ୍କୁ ଅଧିକ କଷ୍ଟ ଦେବା ଆରମ୍ଭ କରେ।

ତେବେ ପରିବାରର କୌଣସି ସଦସ୍ୟ ଯଦି ଏପରି କୌଣସି ଅସୁବିଧାରେ ଥାଆନ୍ତି, ଆପଣ ଜଣେ ସଦସ୍ୟ ହିସାବରେ କ’ଣ କରିବା ଉଚିତ ତାହା ଜାଣିବା ଦରକାର। ଆପଣଙ୍କ ପାଇଁ କିଛି ଟିପ୍ସ ଯାହା ଏପରି ସମସ୍ୟାରେ ପଡିଥିବା ଯେକୌଣସି ବ୍ୟକ୍ତିଙ୍କୁ ଭଲ ଅନୁଭବ କରିବାରେ ସାହାଯ୍ୟ କରିବ।

Advertisment

ବ୍ୟକ୍ତିର ଖରାପ ପରିସ୍ଥିତିରେ ଏହି କଥା କହିବା:

  • ଯଦି କୌଣସି ବ୍ୟକ୍ତି ଚାକିରି କାରଣରୁ କୌଣସି ଅସୁବିଧାରେ ପଡ଼ନ୍ତି କିମ୍ବା ଚାକିରି ହେତୁ ଡିପ୍ରେସନରେ ପୀଡିତ ହୁଅନ୍ତି, ତେବେ ଆପଣ ତାଙ୍କ ପାଇଁ କହିପାରିବେ ଯେ – ଏପରି ଏକ ଚାକିରି ଖୋଜ ଯାହା ତୁମକୁ ପସନ୍ଦ, ଏଥିରେ ଅଧିକ ପଇସା ନ ଥାଉ ପଛେ।
  • ଯେ କୌଣସି ଯାତ୍ରା ସଂପୂର୍ଣ୍ଣ କରିବାକୁ, ପ୍ରଥମ ପଦକ୍ଷେପ ହେଉଛି ଉଭୟ ସ୍ୱପ୍ନ ଏବଂ ଲକ୍ଷ୍ୟକୁ ଏକାଠି କରିବା। ଏହା ତୁମେ ବହୁତ ଭଲ ଭାବରେ ଜାଣିଛ ଏବଂ ଏସବୁ ମଧ୍ୟ କରିଛ।
  • ତୁମେ ମୋତେ ସବୁକିଛି କହିପାରିବ ଯାହା ତୁମେ ନିଜ ମନରେ ଭାବୁଛ, କାରଣ ମୁଁ ସବୁକିଛି ଶୁଣିବାକୁ ଚାହେଁ।
  • ଜୀବନ ସବୁବେଳେ ସମାନ ଯାଏ ନାହିଁ। ଯଦି କିଛି ଖରାପ ଘଟଣା ଘଟୁଛି ତେବେ ଏହା ଆମକୁ ବହୁତ କିଛି ଶିଖିବାର ସୁଯୋଗ ଦେଇଥାଏ। ଏପରି ଖରାପ ପରିସ୍ଥିତି ପରେ ଭଲ ସମୟ ଆସିବାର ସମ୍ଭାବନା ବହୁତ  ରହିଥାଏ।

କ’ଣ ନ କରିବା:

  • ନିରାଶରେ ଥିବା ବ୍ୟକ୍ତିଙ୍କୁ କଦାପି କୁହ ନାହିଁ ଯେ “ମୁଁ ତୁମକୁ ଆଗରୁ କହିଥିଲି ଏ ଚକ୍କରରେ ନ ପଡିବାକୁ।” ଏହା କହିବା ଦ୍ୱାରା ସେ ପ୍ରତିରକ୍ଷା ଆଡକୁ ଚାଲିଯାଆନ୍ତି ଏବଂ ନିଜର ମତକୁ ସଂପୂର୍ଣ୍ଣ ଭାବରେ ପ୍ରକାଶ କରିବାରେ ଅସହଜ ଅନୁଭବ କରନ୍ତି।
  • ଯଦି ସେ ତାଙ୍କ ସମସ୍ୟା ବିଷୟରେ କହୁଛନ୍ତି, ତା’ହେଲେ ସେସବୁ ଭଲଭାବେ ଶୁଣିବାକୁ ଏବଂ ପୂରା କଥା ଜାଣିବାକୁ ସମୟ ଦିଅନ୍ତୁ। କଥାକୁ ଅଧା ଶୁଣି କିଛି ଖରାପ କୁହନ୍ତୁ ନାହିଁ।
  • ସେମାନଙ୍କ କଥା ଅପେକ୍ଷା ସେମାନଙ୍କ ଭାବନା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଏବଂ ଏପରି କଥା କହିବା ଠାରୁ ଦୂରେଇ ରୁହନ୍ତୁ ଯାହା ସେମାନଙ୍କ ଭାବନାକୁ ଆଘାତ ଦେବ।

ପରିସ୍ଥିତିରୁ ବାହାରକୁ ଆସିବାକୁ ତାଙ୍କୁ ସମୟ ଦିଅନ୍ତୁ ଏବଂ ତାଙ୍କୁ ଏକୁଟିଆ ଛାଡନ୍ତୁ ନାହିଁ। ଏକାଠି କିଛି ଭଲ ସମୟ ବିତାନ୍ତୁ ଯାହା ଦ୍ୱାରା ସେ ନିଜକୁ ଭଲ ଅନୁଭବ କରିବେ ଏବଂ ଏକୁଟିଆ ଅନୁଭବ କରିବେ ନାହିଁ। ଏହି ଉପାୟରେ ସେମାନେ ନିଜକୁ ଚାପରୁ ମୁକ୍ତ କରିବାରେ ସଫଳ ହେବେ ଏବଂ ପୁନର୍ବାର ଆଗକୁ ଯିବାକୁ ପ୍ରସ୍ତୁତ ହେବେ।

Depression Relationship Tips
Advertisment
Advertisment