Advertisment

Mind Reading Tips: ଆପଣ ବି ହୋଇଯିବେ ସୁପରହିରୋ; ଲୋକଙ୍କ ମନକୁ ପଢିବାର ୮ଟି ଉପାୟ

ଅଧିକାଂଶ ଲୋକ ନିଜ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି ଏହା ଜାଣିବାକୁ ଚାହାନ୍ତି। ଆପଣ ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ପାଠଟି ଆପଣଙ୍କ କାମରେ ଆସିବ। ଆପଣ ବି ଅନ୍ୟମାନଙ୍କ ମନକୁ ପଢିପାରିବେ। ଏଥିପାଇଁ କେତେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଆସନ୍ତୁ ସେ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Psychological Tricks to Read People's Minds

8 psychological tricks to read peoples minds

ଅନେକ ଲୋକ ମନେ ମନେ ଭାବନ୍ତି ଆମ ପାଖରେ ଏମିତି କିଛି ଶକ୍ତି ଥାଆନ୍ତା କି ଯାହା ଦ୍ୱାରା ଆମେ ଅନ୍ୟର ମନକୁ ପଢିପାରନ୍ତୁ। ସେମାନେ କ’ଣ ଭାବୁଛନ୍ତି ଜାଣିପାରନ୍ତୁ। ଏହା କରି ନିଜକୁ ସୁପରହୀରୋ ବୋଲି ଅନ୍ୟମାନଙ୍କ ପାଖରେ ପ୍ରମାଣିତ କରନ୍ତୁ।

Advertisment

ବିଶେଷ କରି ଅଧିକାଂଶ ଲୋକ ନିଜ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି ଏହା ଜାଣିବାକୁ ଚାହାନ୍ତି। ଆପଣ ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ପାଠଟି ଆପଣଙ୍କ କାମରେ ଆସିବ। ଆପଣ ବି ଅନ୍ୟମାନଙ୍କ ମନକୁ ପଢିପାରିବେ। ଏଥିପାଇଁ କେତେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ।

ଶବ୍ଦର ଶକ୍ତି ସତ୍ତ୍ୱେ ବେଳେବେଳେ ଭୁଲ୍ ଶାରିରୀକ ଅଙ୍ଗଭଙ୍ଗୀ ଲୋକଙ୍କ ଭାବନାକୁ ଧରାପକାଇ ଦିଏ। ତେବେ ଆମ ଶରୀରର ଅନେକ ଭାଷା ଆମର ଅବଚେତନା ମନ ସହିତ ବାନ୍ଧି ହୋଇ ରହିଥାଏ, ଏବଂ ଆମେ ନିଜକୁ ଏପରି କାର୍ଯ୍ୟ କରୁଥିବାର ଦେଖୁ ଯାହା ସ୍ୱାଭାବିକ ଭାବରେ ବାହାରକୁ ଆସେ, ଆମେ ଏହା କରିବା ପରେ ହିଁ ଅନୁଭବ କରୁ। ଯଦି ଏଥିରେ ନାଟକୀୟତା ଥାଏ ତେବେ କିପରି ଧରିବେ ଆସନ୍ତୁ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ନିଜକୁ ଜଣଙ୍କ ପାଖରେ ପ୍ରଶଂସାର ପାତ୍ର କରିବା ପାଇଁ ୭ଟି ଟିପ୍ସ

ଆଖିକୁ ଅନୁସରଣ କରିବା:

ଡାହାଣକୁ କିମ୍ବା ସିଧା ଚାହିଁବା ମିଛ କହିବାର ପ୍ରତୀକ ହୋଇଥାଏ, କାରଣ ଏହା ବାମ ପାର୍ଶ୍ୱ କାର୍ଯ୍ୟକଳାପର କଳ୍ପନା ଏବଂ ସ୍ମୃତିକୁ ସକ୍ରିୟ କରିଥାଏ। କିନ୍ତୁ କଥାବାର୍ତ୍ତା ସମୟରେ ବାମକୁ ଏବଂ ତଳକୁ ଚାହିଁବା ସୂଚାଇଥାଏ ଯେ ବକ୍ତା ତଥ୍ୟକୁ ସ୍ମରଣ କରୁଛନ୍ତି କିମ୍ବା ତାଙ୍କ ଚିନ୍ତାଧାରାକୁ ଏକତ୍ର କରୁଛନ୍ତି।

ଅତ୍ୟଧିକ ମୁଣ୍ଡ ହଲେଇବା:

ବେଳେବେଳେ ଯେତେବେଳେ ଆମେ ଏପରି କିଛି ବିଷୟରେ କହୁ ଯାହା ଅନ୍ୟ ଜଣକୁ ପସନ୍ଦ ଆସେ ନାହିଁ, ଏନେଇ ସେମାନେ ବାରମ୍ବାର ଏବଂ ଅତ୍ୟଧିକ ମୁଣ୍ଡ ହଲେଇବା ଆରମ୍ଭ କରିପାରନ୍ତି। ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ ଏବଂ ଯେତେବେଳେ ଏହା ହେବା ଆରମ୍ଭ ହୁଏ, ଧିର ହୋଇ ଏହାକୁ ଏକ ଭିନ୍ନ ଢଙ୍ଗରେ କହିବାକୁ ଚେଷ୍ଟା କରିବା ଜରୁରୀ।

ହସ ଅସଲି ନା ନକଲି:

ଆମ ମଧ୍ୟରୁ ଅନେକ ମୁହଁର ବିଭିନ୍ନ କୁଞ୍ଚନ ବିଷୟରେ ଅଭିଯୋଗ କରନ୍ତି ଯାହା ଅତି ଶୀଘ୍ର ଦେଖାଯିବା ଆରମ୍ଭ କରେ। କିନ୍ତୁ ଏହି ମୁଖ କୁଞ୍ଚନ ପ୍ରକୃତରେ ଆପଣଙ୍କୁ କହିପାରେ ଯେ ହସ ଅସଲି କି ନକଲି। ଏହାର କାରଣ ହେଉଛି ନକଲି ହସ ସଂକ୍ରାମକ ହୋଇ ନଥାଏ। ଓଠରେ ଯେତେବେଯେ ପ୍ରକୃତ ହସ ଆସେ ଆଖି ମଧ୍ୟ ହସିଉଠେ। ତେଣୁ ଆଖି ପାର୍ଶ୍ୱରେ କୁଞ୍ଚନ ଦେଖାଯାଏ। ନକଲି ହସରେ ଏଭଳି ହୁଏ ନାହିଁ।

ଦାନ୍ତ ଭିଡିବା:

ଦାନ୍ତକୁ ଭିଡିବା ଚାପର ସଙ୍କେତ। ଯଦି କେହି ଏପରି କରୁଥିବା ଦେଖୁଛନ୍ତି ଏହାର ଅର୍ଥ ସେମାନେ ଚାପଗ୍ରସ୍ତ ଅଛନ୍ତି କିମ୍ବା କୌଣସି ବିଷୟରେ କିଛି ଚିନ୍ତା କରୁଛନ୍ତି। ଏହା ସେମାନଙ୍କ ଅଜ୍ଞାତରେ ହୋଇଯାଏ, ସେମାନେ ଜାଣିପାରନ୍ତି ନାହିଁ।

ମିଛ ଭାବନା:

ଭାବପ୍ରବଣତା ମୁଖର ଅଭିବ୍ୟକ୍ତି ସବୁଆଡେ ସମାନ ହୋଇଥାଏ। ଯଦି ସେମାନଙ୍କ ମୁହଁର ଗୋଟିଏ ପାର୍ଶ୍ୱ ଅନ୍ୟ ଅପେକ୍ଷା ଅଧିକ ସକ୍ରିୟ ଥାଏ, ତେବେ ସେମାନଙ୍କ ଭାବନ ନକଲି ବୋଲି ପ୍ରମାଣିତ କରେ।

ହାତ ଉଠାଇବା ପ୍ରତି ଧ୍ୟାନ:

ଆରାମଦାୟକ ଭାବେ ହାତକୁ ପୂରା ଉପରକୁ ଉଠାଇବାର ମାନେ ଏକ ଶକ୍ତିଶାଳୀ, ପ୍ରଭାବଶାଳୀ ଆଭା ଉତ୍ପାଦନ କରେ। ଅପରପକ୍ଷେ ଯେଉଁମାନଙ୍କ ହାତ ମୁଣ୍ଡ ତଳକୁ ରୁହେ ଏହା ଅସୁରକ୍ଷା ଏବଂ ଲଜ୍ଜାଶୀଳତାକୁ ସୂଚିତ କରେ।

ପାପୁଲି ଉପରେ ନଜର:

ହାତର ଅଙ୍ଗଭଙ୍ଗୀ ମଧ୍ୟ ଅନେକ କଥା କୁହେ। ଏହା ମଣିଷର ଅନ୍ତର୍ନିହିତ ଗୁଣକୁ ପଦାରେ ପକେଇଦିଏ। କଥାବାର୍ତ୍ତା ହେବା ବେଳେ ଯଦି ପାପୁଲି ଉପର ଆଡକୁ ରହୁଛି ତେବେ ଏହାର ଅର୍ଥ ଜଣେ କିଛି ପରାମର୍ଶ ଦେବାକୁ କିମ୍ବା କିଛି ପଚାରିବାକୁ ଚାହୁଛି। ଯଦି ପାପୁଲି ତଳ ମୁହାଁ ରୁହେ ତେବେ ଏହାର ଅର୍ଥ ହେଉଛି ଆଦେଶ ଦେବା କିମ୍ବା ଦାବି କରିବା।

ଅଧିକ ପଢ଼ନ୍ତୁ: ବିବାହ କରିବାକୁ ଯୋଜନା କରୁଛନ୍ତି କି, ଏହି ପାଞ୍ଚଟି କଥା ନିଜ ପାର୍ଟନର୍ ସହ ଶେୟାର କରନ୍ତୁ, ବୈବାହୀକ ଜୀବନ ଖୁସି ହେବ

ଦୂରତା ପ୍ରତି ଧ୍ୟାନ:

ଜଣେ ବ୍ୟକ୍ତି ଆପଣଙ୍କ ପ୍ରତି ଏକ ଅନୁକୂଳ ମନୋଭାବ ରଖେ କି ନାହିଁ ତାହା ସ୍ଥିର କରିବାକୁ ତା’ର ଦୂରତା ଉପରେ ଧ୍ୟାନ ଦିଅନ୍ତୁ। ଯଦି ଜଣେ ବ୍ୟକ୍ତି କଥାହେବା ବେଳେ ଆପଣ ତା’ ନିକଟତର ହୁଅନ୍ତି ଏବଂ ସେ ଯଦି ପଛକୁ ଚାଲିଯାଏ, ଏହା ଏକ ସଙ୍କେତ ହୋଇପାରେ ଯେ ଏହି ସମ୍ପର୍କ ପାରସ୍ପରିକ ନୁହେଁ। ତେଣୁ ଦୂରତା ଅନୁଯାୟୀ ଆପଣ କହିପାରିବେ ଯେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ କିପରି।

Supernatural Superheroes
Advertisment
Advertisment