Advertisment

Relationship Tips: ଆପଣଙ୍କ ମନର ମଣିଷ ଆପଣଙ୍କୁ ଭଲ ପାଉଛି ତ ? କେମିତି ଜାଣିବେ...ପଢ଼ନ୍ତୁ ଗୋଟିଏ କ୍ଲିକରେ

ଯଦି କେହି ବ୍ୟକ୍ତି ଆପଣଙ୍କ କଥାକୁ ଧ୍ୟାନ ଦେଇ ନ ଶୁଣୁଛି, ତେବେ ସ୍ପଷ୍ଟ ଭାବେ ସେ ଆପଣଙ୍କୁ ପସନ୍ଦ କରୁନାହିଁ। ଯେଉଁ ଲୋକମାନେ ଆପଣଙ୍କୁ ପସନ୍ଦ କରନ୍ତି, ସେମାନେ ଆପଣଙ୍କୁ ଆପଣଙ୍କ କଥା ସମ୍ପୂର୍ଣ୍ଣ କରିବାକୁ ଦେବେ ଏବଂ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ।

author-image
Manasranjan Mohanty
ଅଦ୍ୟତନ ହୋଇଛି
love

love Photograph: (OTV)

ଆମେ ସମସ୍ତେ ଚାହୁଁ ଲୋକମାନେ ଆମକୁ ପସନ୍ଦ କରନ୍ତୁ, ଆମ ସହ କଥାବାର୍ତ୍ତା କରିବାକୁ ଆସନ୍ତୁ, ଆମ ବିଷୟରେ ଭଲ ଭଲ କଥା କୁହନ୍ତୁ ଏବଂ ଆମର ବନ୍ଧୁ ହୁଅନ୍ତୁ। କିନ୍ତୁ, ଅନେକ ସମୟରେ ଆମେ ଅନେକ ଲୋକଙ୍କୁ ନେଇ ଦ୍ୱନ୍ଦ୍ୱରେ ରହୁ ଏବଂ ବୁଝିପାରନ୍ତିନି ସେମାନେ ଆମକୁ ପ୍ରକୃତରେ ପସନ୍ଦ କରୁଛନ୍ତି କି ନାହିଁ।

Advertisment

ଖାସକରି ଯଦି ଆମେ ସେହି ବ୍ୟକ୍ତିଙ୍କୁ ପସନ୍ଦ କରୁଛୁ, ତେବେ ଏହି ପ୍ରଶ୍ନ ଆମ ମନରେ ପ୍ରତି ମୁହୂର୍ତ୍ତରେ ଘୂରି ବୁଲିଥାଏ । ଏପରି ପରିସ୍ଥିତିରେ ସମ୍ପର୍କ ଏବଂ ମନୋବିଜ୍ଞାନ ବିଶେଷଜ୍ଞ କିମ୍ବର୍ଲି ମଫିଟଙ୍କ ପରାମର୍ଶ କାମରେ ଆସିପାରେ।

କିମ୍ବର୍ଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଏପରି ୩ଟି ଲକ୍ଷଣ ଅଛି ଯାହା ସୂଚାଇ ଦିଏ ଯେ କେହି ଆପଣଙ୍କୁ ପସନ୍ଦ କରୁନାହିଁ। ଯଦି ଆପଣଙ୍କୁ ଆପଣଙ୍କ ଆଖପାଖର ଲୋକଙ୍କଠାରୁ ଏହି ସଙ୍କେତ (Signs) ମିଳେ, ତେବେ ବୁଝି ନିଅନ୍ତୁ ଯେ ଆପଣ ସେମାନଙ୍କର ପସନ୍ଦର ତାଲିକାରୁ ବାହାରେ ଅଛନ୍ତି।

Advertisment

୩ଟି ସଙ୍କେତ ଯାହା ସୂଚାଇ ଦିଏ ଯେ କେହି ଆପଣଙ୍କୁ ନାପସନ୍ଦ କରୁଛି |

ସେମାନେ ନିଜର ନଜର ‍ବୁଲାଇ ଦେବେ

ଯଦି କେହି ଆପଣଙ୍କୁ ପସନ୍ଦ କରୁଥିବ, ତେବେ ସେ ଆପଣଙ୍କ ଆଡ଼କୁ ଅଧିକ ଦେଖିବାକୁ ଚେଷ୍ଟା କରିବ କିମ୍ବା ଯେତେବେଳେ ଆପଣଙ୍କ ଆଖି ମିଶୁଛି, ସେ ଆପଣଙ୍କୁ ଦେଖିବ। ଏପରି ସ୍ଥିତିରେ ଯଦି ଆପଣ କାହା ସହ ଆଖି ମିଶାଇବା ସମୟରେ ସେ ନିଜର ଆଖି ବୁଲାଇ ନେଉଛି ତେବେ ବୁଝି ନିଅନ୍ତୁ ଯେ ସେହି ବ୍ୟକ୍ତି ଆପଣଙ୍କୁ ପସନ୍ଦ କରୁନାହିଁ।

କଥା ମଝିରେ ଅଟକାଇବା

ଯଦି କେହି ବ୍ୟକ୍ତି ଆପଣଙ୍କ କଥାକୁ ଧ୍ୟାନ ଦେଇ ନ ଶୁଣୁଛି, ତେବେ ସ୍ପଷ୍ଟ ଭାବେ ସେ ଆପଣଙ୍କୁ ପସନ୍ଦ କରୁନାହିଁ। ଯେଉଁ ଲୋକମାନେ ଆପଣଙ୍କୁ ପସନ୍ଦ କରନ୍ତି, ସେମାନେ ଆପଣଙ୍କୁ ଆପଣଙ୍କ କଥା ସମ୍ପୂର୍ଣ୍ଣ କରିବାକୁ ଦେବେ ଏବଂ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। କିନ୍ତୁ, ଯେଉଁମାନେ ଆପଣଙ୍କ କଥାକୁ ମଝିରେ କାଟି ନିଜର କିଛି କଥା ଆରମ୍ଭ କରି ଦିଅନ୍ତି ଏବଂ ଆପଣ କଣ କହୁଛନ୍ତି ତାହାରେ ବିଲକୁଲ ଆଗ୍ରହ ଦେଖାନ୍ତି ନାହିଁ, ସେମାନେ ପ୍ରକୃତରେ ଆପଣଙ୍କୁ ପସନ୍ଦ କରୁନାହିଁ। ଏହା ଏକ ଅତି ସ୍ପଷ୍ଟ ସଙ୍କେତ।

ଆପଣଙ୍କ ଅନୁମୋଦନର ଆବଶ୍ୟକତା ନ ଥିବା

ଯେଉଁ ବ୍ୟକ୍ତି ଆପଣଙ୍କୁ ପସନ୍ଦ କରୁଛି, ସେ ଯଦି କୌଣସି ମଜାକ କରି ଅନ୍ୟମାନଙ୍କୁ ହସାଇ ଦିଏ, ତଥାପି ଆପଣଙ୍କ ଆଡ଼କୁ ଦେଖି ଆପଣଙ୍କ ଅନୁମୋଦନର ଅପେକ୍ଷା କରିବ। ଯଦି ସେ ଅନୁମୋଦନ ମାଗୁନାହିଁ, ତେବେ ସମ୍ଭବତଃ ସେ ଆପଣଙ୍କୁ ପସନ୍ଦ କରୁନାହିଁ।

କିପରି ଜାଣିବେ ଯେ କେହି ଆପଣଙ୍କୁ ପସନ୍ଦ କରୁଛି

• ଯେଉଁ ବ୍ୟକ୍ତି ଆପଣଙ୍କୁ ପସନ୍ଦ କରୁଛି, ସେ ବାରମ୍ବାର ଆପଣଙ୍କ ସହ ଆଖି ମିଶାଇବାକୁ ଚେଷ୍ଟା କରିବ।
• ଆପଣଙ୍କୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କର ଶାରୀରିକ ଭାଷା ବହୁତ ଭିନ୍ନ ହେବ। ସେ ଆପଣଙ୍କୁ ଅନୁକରଣ କରିବ, କିମ୍ବା ଆପଣଙ୍କୁ ଦେଖି ହସି ଦେବ
• ଆପଣଙ୍କ ଆଖପାଖରେ ସେହି ବ୍ୟକ୍ତି ଟିକେ ନର୍ଭସ ହୋଇଯିବ।
• ସେ ଅନ୍ୟମାନଙ୍କୁ ଯେତେ ଧ୍ୟାନ ଦେଉଥାଉନା କାହାକୁ, ଆପଣଙ୍କୁ ସବୁଠାରୁ ଅଧିକ ଧ୍ୟାନ ଦେବ।
• ତାଙ୍କର ସମସ୍ତ ଧ୍ୟାନ ଆପଣଙ୍କ କଥା ଉପରେ ରହିବ

Advertisment
Related Articles
Advertisment