Advertisment

Kapil Sharma: କାନାଡାରେ ଫୁଟିଲା ଗୁଳି, ମୁମ୍ବାଇ ପୋଲିସ ବୃଦ୍ଧି କଲା କପିଲ ଶର୍ମାଙ୍କ ସୁରକ୍ଷା

କପିଲ ଶର୍ମାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । କପିଲ ଶର୍ମାଙ୍କର କୌଣସି ଅସୁବିଧା ନ ହେଉ, ସେଥିପାଇଁ ପୋଲିସ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି। କାନାଡାରେ ଥିବା କପିଲ ଶର୍ମାଙ୍କ ‘କ୍ୟାପସ କାଫେ’ ଉପରେ ଦ୍ୱିତୀୟ ଥର ପାଇଁ ଗୁଳିଚାଳନା ଘଟଣା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଥିଲା।

author-image
Tapan Kumar Swain
kapil sharma

kapil sharma

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ପୋଲିସ ସୂତ୍ରରୁ ଏହି ସୂଚନା ମିଳିଛି। କାନାଡାରେ ଥିବା କପିଲ ଶର୍ମାଙ୍କ କାଫେ ‘କ୍ୟାପସ କ୍ୟାଫେ’ ଉପରେ ଦ୍ୱିତୀୟ ଥର ପାଇଁ ଗୁଳିଚାଳନା ପରେ ମୁମ୍ବାଇ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ କପିଲ ଶର୍ମାଙ୍କୁ କେତେ ସୁରକ୍ଷା ପ୍ରଦାନ କରାଯାଇଛି, ସେ ସଂପର୍କରେ ପୋଲିସ ଅଧିକାରୀମାନେ ନିର୍ଦ୍ଦିଷ୍ଟ ଭାବେ କିଛି କହି ନାହାନ୍ତି।

Advertisment

ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେତେ ସୁରକ୍ଷା ବୃଦ୍ଧି କରାଯାଇଛି, ସେ ସଂପର୍କରେ ସେମାନେ ସୂଚନା ପ୍ରକାଶ କରିବା ଠିକ୍ ହେବନାହିଁ। କିନ୍ତୁ ତାଙ୍କର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । କପିଲ ଶର୍ମାଙ୍କର କୌଣସି ଅସୁବିଧା ନ ହେଉ, ସେଥିପାଇଁ ପୋଲିସ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି। କାନାଡାରେ ଥିବା କପିଲ ଶର୍ମାଙ୍କ ‘କ୍ୟାପସ କାଫେ’ ଉପରେ ଦ୍ୱିତୀୟ ଥର ପାଇଁ ଗୁଳିଚାଳନା ଘଟଣା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଥିଲା। ଏହି ରେକର୍ଡିଂରେ ସେ କହିଥିଲେ ଯେ, ଅଭିନେତା ସଲମାନ ଖାନଙ୍କୁ କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟର ଉଦଘାଟନ ସମାରୋହକୁ ନିମନ୍ତ୍ରଣ କରାଯାଇଥିଲା । ଏହି କାରଣରୁ କପିଲଙ୍କୁ ଟାର୍ଗେଟ କରାଯାଇଥିଲା।

ଯେପରି ଲରେନ୍ସ ବିଷ୍ଣୋଇ କାହିଁକି କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରିଛନ୍ତି ? ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କାହିଁକି କପିଲ ଶର୍ମାଙ୍କୁ ଧମକ ଦିଆଯାଇଛି? Kaps Cafe ରେ ହୋଇଥିବା ଗୁଳିଚାଳନାରେ କାହାରି ଆହତ ହେବାର କୌଣସି ସୂଚନା ନାହିଁ, ଏହାର ଉଦ୍ଦେଶ୍ୟ କାହାକୁ ମାରିବା ନୁହେଁ ବରଂ କପିଲ ଶର୍ମାଙ୍କୁ ଭୟଭୀତ କରିବା।

Advertisment

ଏଥର କାଫେ ଉପରେ ଗୁଳିଚାଳନା ପାଇଁ ଦାୟୀ ରହିଛନ୍ତି ଲରେନ୍ସ ବିଷ୍ଣୋଇ ଆଲାଏନ୍ସ ଅର୍ଥାତ୍ ଗୋଲ୍ଡି ଢିଲ୍ଲୋନ, ଅଙ୍କିତ ଶେରେୱାଲା, ଜିତେନ୍ଦ୍ର ଗୋଗୀ ମାନ ଗ୍ରୁପ, କାଳା ରାଣା, ଆରଜୁ ବିଷ୍ଣୋଇ, ହରି ବକ୍ସର, ଶୁଭମ ଲୋଙ୍କର ଏବଂ ସାହିଲ ଦୁହାନ ପେଟୱାଡ଼ ନେଇଛନ୍ତି।

କୃଷ୍ଣମୃଗ ଶିକାର ମାମଲାରେ ସଲମାନଙ୍କୁ ଲରେନ୍ସ ଗ୍ୟାଙ୍ଗ ନିଜର ଟାର୍ଗେଟରେ ରଖିଛି। ଅନେକ ଥର ସଲମାନଙ୍କ ଘରର ରେକି କରାଯାଇଛି। ସେହିପରି କିଛି ସମୟରୁ ସଲମାନଙ୍କ ସହ କପିଲଙ୍କର ସମ୍ପର୍କ ରହିଆସିଛି। ଏହା ଲରେନ୍ସ ଗ୍ୟାଙ୍ଗକୁ ପସନ୍ଦ ହେଉନାହିଁ।

କପିଲ ଶର୍ମା ସଫଳତାର ଶୀର୍ଷରେ ଅଛନ୍ତି । ବଲିଉଡର ବଡ଼ ବଡ଼ ଷ୍ଟାରଙ୍କୁ ସେ ନିଜ ଶୋ’କୁ ଡାକନ୍ତି । କପିଲ ଅନେକ ବଡ଼ ଆୱାର୍ଡ ଫଙ୍କସନକୁ ମଧ୍ୟ ହୋଷ୍ଟ କରିଛନ୍ତି। କପିଲଙ୍କ ଏହି ସଫଳତାକୁ ଦେଖି ଲରେନ୍ସ ଗ୍ୟାଙ୍ଗ ମୋଟା ଅଙ୍କର ଅର୍ଥ ତାଙ୍କ ଠାରୁ ଆଦାୟ କରିବାକୁ ଚେଷ୍ଟା କରୁଛି । ଧମକ ପୋଷ୍ଟରେ ଆରଜୁ ବିଶ୍ନୋଇଙ୍କ ନାମ ଅଛି, ଯିଏ ଗ୍ୟାଙ୍ଗ ପାଇଁ ଟଙ୍କା ଆଦାୟ କରନ୍ତି ।

ଅଧିକ ପଢ଼ନ୍ତୁ: କପିଲଙ୍କ କାନାଡା କାଫେରେ ଗୁଳିମାଡ଼, ୨୫ ରାଉଣ୍ଡ ଗୁଳିମାଡ଼

Kapil Sharma Mumbai Police Security Forces
Advertisment
Advertisment