Advertisment

UCIL Recruitment: ସରକାରୀ କମ୍ପାନୀରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୬୦ହଜାର

UCIL ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’ ବର୍ଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ ମୋଟ ୧୨୨ଟି ପଦବୀ ଖାଲି ଅଛି। ଚୟନ ପ୍ରାର୍ଥୀ ମାସକୁ ୨ଲକ୍ଷ ୬୦ହଜାର ଟଙ୍କା ପାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
UCIL Recruitment 2023

UCIL group a and group b posts recruitment

ୟୁରେନିୟମ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (UCIL) ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’ ବର୍ଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ ମୋଟ ୧୨୨ଟି ପଦବୀ ଖାଲି ଅଛି। ଏହା ଅଧୀନରେ ଜେନେରାଲ ମ୍ୟାନେଜର, ଆଡିସନାଲ୍ ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର, ଚିଫ୍ ସୁପରିଟେଣ୍ଡେଣ୍ଟ୍ ଏବଂ ମ୍ୟାନେଜରଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିବ।

Advertisment

କମ୍ପାନୀର ଝାଡଖଣ୍ଡ ସମେତ ଦେଶର ବିଭିନ୍ନ ସ୍ଥାନରେ ନୂଆ ଖଣି ଏବଂ କାରଖାନା ସ୍ଥାପନ ପାଇଁ ପ୍ରି-ପ୍ରୋଜେକ୍ଟ କାର୍ଯ୍ୟକଳାପ ପାଇଁ କମ୍ପାନୀ ଦ୍ୱାରା ଏହି ନିଯୁକ୍ତି ଅଭିଯାନ ଆରମ୍ଭ କରାଯାଇଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ UCIL ର ୱେବସାଇଟ୍ ucil.gov.in କୁ ଯାଇ ଆବେଦନ କରାଯାଇପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ official notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୧୫ ଜୁଲାଇ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ: ୧୮ ଅଗଷ୍ଟ ୨୦୨୩

ଅଧିକ ପଢ଼ନ୍ତୁ: ଦଶମ ସହିତ ITI କରିଛନ୍ତି କି… ଗ୍ରୁପ୍ ସି ସିଭିଲିଆନ୍ ବର୍ଗରେ ନିଯୁକ୍ତି ସୁଯୋଗ

Advertisment

ଖାଲି ପଦବୀ:

  • ଗ୍ରୁପ୍ ଏ(A) – ୪୪ ପୋଷ୍ଟ୍
  • ଗ୍ରୁପ୍ ବି(B) – ୭୮ ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନେ ପଦବୀ ସଂପର୍କିତ ବିଷୟରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
  • ଏହା ସହିତ MBA କରିବା ମଧ୍ୟ ଆବଶ୍ୟକ
  • ପ୍ରାର୍ଥୀ Diploma/BSc/Degree/PG/MBBS କରିଥିବା ଉଚିତ

ବୟସ ସୀମା:

  • ସର୍ବନିମ୍ନ ବୟସ – ୩୦ ବର୍ଷ
  • ସର୍ବାଧିକ ବୟସ – ୫୦ ବର୍ଷ

ଆବେଦନ ଶୁଳ୍କ:

  • ଜେନେରାଲ୍ (UR), EWS ଏବଂ OBC (NCL) ବର୍ଗ ପାଇଁ: ୫୦୦ ଟଙ୍କା
  • SC / ST / PWBD ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ: କୌଣସି ଦେୟ ନାହିଁ
  • SBI କଲେକ୍ଟ ମାଧ୍ୟମରେ ଦେୟ ଦେବାକୁ ହେବ

ଦରମା:

  • ସର୍ବନିମ ମାସିକ ଦରମା: ୩୦,୦୦୦
  • ସର୍ବାଧିକ ମାସିକ ଦରମା: ୨,୬୦,୦୦୦

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ମିଳିତ ଆଲୋଚନା
  • ବ୍ୟକ୍ତିଗତ ସାକ୍ଷାତକାର

ଅଧିକ ପଢ଼ନ୍ତୁ: ଦଶମ ପାଶ୍ କରିଥିଲେ ସରକାରୀ କମ୍ପାନୀରେ ଚାକିରି ସୁଯୋଗ

Govt Jobs
Advertisment
Advertisment