Advertisment

ଦଶମ ପାଶ୍ କରିଥିଲେ ସରକାରୀ କମ୍ପାନୀରେ ଚାକିରି ସୁଯୋଗ

କୋଚିନ୍ ଶିପ୍‌ୟାର୍ଡ ଲିମିଟେଡ୍ ଏବେ ଶ୍ରମିକ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ ପଦବୀ ପୂରଣ ହେବ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।

author-image
Pramod Behera
cochin Shipyard Recruitment workman vacancy for iti pass

cochin Shipyard Recruitment workman vacancy for iti pass

କୋଚିନ୍ ଶିପ୍‌ୟାର୍ଡ ଲିମିଟେଡ୍ ହେଉଛି ଭାରତ ସରକାରଙ୍କ ଏକ ମିନିରତ୍ନ କମ୍ପାନୀ। ଏହି କମ୍ପାନୀ ଏବେ ଶ୍ରମିକ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ଅନ୍‌ଲାଇନ୍ ଆବେଦନ ପାଇଁ କୋଚିନ୍ ଶିପୟାର୍ଡର ୱେବସାଇଟ୍ https://cochinshipyard.in/ କୁ ଯିବାକୁ ପଡିବ। ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଏହା ଶେଷ ତାରିଖ ହେଉଛି ୨୮ ଜୁଲାଇ ୨୦୨୩।

Advertisment

ବିଜ୍ଞପ୍ତି ଅନୁଯାୟୀ, କୋଚିନ ଶିପ୍‌ୟାର୍ଡ ଲିମିଟେଡରେ ସିଟ୍ ମେଟାଲ୍ ୱାର୍କର୍, ୱେଲଡର୍, ଫିଟର୍, ପେଣ୍ଟର୍ ଏବଂ ପ୍ଲମ୍ବର ସହିତ ବିଭିନ୍ନ ଟ୍ରେଡ୍‌ରେ ୱାର୍କମ୍ୟାନ ପାଇଁ ୩୦୦ଟି ପଦବୀ ଖାଲି ରହିଛି। ଅଧିକ ଜାଣିବା ପାଇଁ, ଆପଣ ସରକାରୀ ବିଜ୍ଞପ୍ତିକୁ ଯାଇ ବିସ୍ତୃତ ସୂଚନା ପାଇପାରିବେ।

ଖାଲି ପଦବୀ:

  • ସିଟ୍ ମେଟାଲ୍ ୱାର୍କର୍ - ୨୧ଟି ପୋଷ୍ଟ୍
  • ୱେଲଡର୍ - ୩୪ଟି ପୋଷ୍ଟ୍
  • ଫିଟର୍ - ୮୮ଟି ପୋଷ୍ଟ୍
  • ମେକାନିକ୍ ଡିଜେଲ - ୧୯ଟି ପୋଷ୍ଟ୍
  • ମେକାନିକ୍ ମୋଟର ଭେଇକିଲ୍ - ୫ଟି ପୋଷ୍ଟ୍
  • ପ୍ଲମ୍ବର - ୨୧ଟି ପୋଷ୍ଟ୍
  • ପେଣ୍ଟର୍ - ୧୨ଟି ପୋଷ୍ଟ୍
  • ଇଲେକ୍ଟ୍ରିସିଆନ୍ - ୪୨ଟି ପୋଷ୍ଟ୍
  • ଇଲେକ୍ଟ୍ରୋନିକ୍ ମେକାନିକ୍ - ୩୪ଟି ପୋଷ୍ଟ୍
  • ଇନ୍‌ଷ୍ଟ୍ରୁମେଣ୍ଟ୍ ମେକାନିକ୍ - ୩୪ଟି ପୋଷ୍ଟ୍‌
  • ଶିପ୍‌ରାଇଡ୍ ୱୁଡ୍ - ୫ଟି ପୋଷ୍ଟ୍
Advertisment

ଯୋଗ୍ୟତା:

  • ପ୍ରାର୍ଥୀ ନିଶ୍ଚିତ ଭାବେ ୧୦ମ ପାଶ୍ କରିଥିବେ
  • ସମ୍ପୃକ୍ତ ଟ୍ରେଡ୍‌ରେ ITI କରିଥିବା ଜରୁରୀ

ବୟସ ସୀମା:

  • ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦
  • ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ୨୯ ଜୁଲାଇ ୧୯୯୩ ପରେ ଜନ୍ମ ହୋଇଥିବା ଆବଶ୍ୟକ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁଯାୟୀ ବୟସ ସୀମାରେ କୋହଳ ପାଇବେ

ଆବେଦନ ଶୁଳ୍କ:

  • C / ST / ଦିବ୍ୟାଙ୍ଗ- ଦେୟ ମୁକ୍ତ
  • ଅନ୍ୟ ପ୍ରାର୍ଥୀ - ୬୦୦ ଟଙ୍କା

ବିଜ୍ଞାପନ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଅନ୍‌ଲାଇନ୍ ଆବେଦନ ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Govt
Advertisment
Advertisment