Advertisment

OPSC Recruitment: ଆରମ୍ଭ ହେଲା OPSC ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀର ଆବେଦନ ପ୍ରକ୍ରିୟା

OPSC ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୧୧୬ ଟି ପଦବୀ ପୂରଣ ହେବ। ଆବେଦନ କରିବାକୁ ଚାହୁଁଥିଲେ ଏହି ଖବରଟିକୁ ଭଲ ଭାବେ ପଢି ନିଅନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
OPSC Recruitment 2023

OPSC ayurvedic medical officer recruitment

ଓଡିଶା ଜନସେବା ଆୟୋଗ (OPSC) ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ opsc.gov.in କୁ ଯାଇ ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ କରିପାରିବେ।

Advertisment

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗ୍ରୁପ୍-ବି ପଦବୀରେ ଆୟୁର୍ବେଦିକ ମେଡିକାଲ୍ ଅଧିକାରୀଙ୍କ ମୋଟ ୧୧୬ ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ ଆବେଦନ ଆରମ୍ଭ: ୦୯।୦୫।୨୦୨୩
  • ଅନ୍‌ଲାଇନ ଆବେଦନ ଶେଷ: ୦୮।୦୬।୨୦୨୩

ଅଧିକ ପଢ଼ନ୍ତୁ: RBI ରେ ପୂରଣ ହେବ ୨୯୧ ପଦବୀ; ଦରମା ୧ଲକ୍ଷରୁ ଅଧିକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ - ୩୮ ବର୍ଷ
  • ବୟସ ଗଣନା ୦୧/୦୧/୨୦୨୩ ଅନୁସାରେ ହେବ
Advertisment

ପୋଷ୍ଟ୍ ସଂଖ୍ୟା:

  • ଏସ୍‌ସି - ୧୧ ପୋଷ୍ଟ୍(୪ ମହିଳା)
  • ଏସ୍‌ଟି - ୨୨ ପୋଷ୍ଟ୍(୭ ମହିଳା)
  • ସାଧାରଣ ବର୍ଗ - ୭୦ ପୋଷ୍ଟ୍(୨୩ ମହିଳା)
  • ଏସ୍‌ସିବିସି - ୧୩ ପୋଷ୍ଟ୍(୪ ମହିଳା)
  • ମୋଟ୍ – ୧୧୬ ପୋଷ୍ଟ୍

ଯୋଗ୍ୟତା:

  • ପ୍ରାର୍ଥୀମାନେ ସେଣ୍ଟ୍ରାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଆୟୁର୍ବେଦିକ ମେଡିସିନ୍ ଏବଂ ସର୍ଜରୀରେ ସ୍ନାତକ (BAMS) କରିଥିବା ଉଚିତ।
  • ପ୍ରାର୍ଥୀମାନେ ଓଡିଶା ଷ୍ଟେଟ୍ କାଉନ୍‌ସିଲ୍ ଅଫ୍ ଆୟୁର୍ବେଦିକ ମେଡିସିନ୍ ଅଧୀନରେ ପଞ୍ଜୀକୃତ ହେବା ଉଚିତ।

ଦରମା:

  • ଲେବଲ୍‌ ୧୦ ଅନୁସାରେ ମାସିକ ଦରମା ମିଳିବ
  • ମାସକୁ ଦରମା – ୪୪,୯୦୦ ଟଙ୍କା ହେବ

ଚୟନ ପ୍ରକିୟା:

  • କେବଳ ଲିଖିତ ପରୀକ୍ଷା
  • ୧୦୦ ମାର୍କ ବିଶିଷ୍ଟ ୨ଟି ପେପର
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

କିପରି କରିବେ ଆବେଦନ:

  • OPSC ଅଫିସିଆଲ୍ ସାଇଟ୍ www.opsc.gov.in କୁ ଯାଆନ୍ତୁ
  • Apply Online->Registered User/New User କ୍ଲିକ୍ କରନ୍ତୁ
  • ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ପଞ୍ଜିକରଣ କରନ୍ତୁ
  • ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବରକୁ ଲଗ୍‌ଇନ୍ ବିବରଣୀ ପଠାଯିବ
  • ପଞ୍ଜୀକରଣ ପରେ ପଞ୍ଜୀକରଣ ନମ୍ବର ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଆବେଦନ କରନ୍ତୁ
  • ପଞ୍ଜୀକୃତ ଉପଭୋକ୍ତାମାନେ ସିଧାସଳଖ ଲଗ୍‌ଇନ୍ କରିପାରିବେ ଏବଂ ଆବେଦନ କରିପାରିବେ
  • ଆବେଦନ ଫର୍ମରେ ପଚରାଯାଇଥିବା ସମସ୍ତ ବିବରଣୀ ସଠିକ୍ ଭାବରେ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ କପି ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • Submit. ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ଆବେଦନର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
OPSC Govt Jobs OPSC Recruitment
Advertisment
Advertisment