Advertisment

SSB ପକ୍ଷରୁ ବାହାରିଲା ଚାକିରି; ପୂରଣ ହେବ ୧୬୫୬ ପୋଷ୍ଟ

SSB ନିଯୁକ୍ତି ୨୦୨୩ରେ କନଷ୍ଟେବଲ୍ ଟ୍ରେଡସମ୍ୟାନ୍, ସବ୍ ଇନ୍ସପେକ୍ଟର (SI), ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) ଏବଂ ହେଡ୍ କନଷ୍ଟେବଲ୍ (HC) ଭଳି ପଦବୀ ରହିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Shasastra Seema Bal Recruitment 2023

Shasastra Seema Bal Recruitment 2023

କେନ୍ଦ୍ରୀୟ ସଶସ୍ତ୍ର ସୀମା ବଳ ବା SSB ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (SSB), ସଶସ୍ତ୍ର ସୀମା ବଳ (CAPF), କନଷ୍ଟେବଳ ଟ୍ରେଡସମ୍ୟାନ୍, ସବ୍ ଇନ୍ସପେକ୍ଟର (SI) ପଦବୀ ପାଇଁ ମୋଟ୍‌ ୧୬୫୬ଟି ପଦବୀ ସହିତ ଚଳିତ ବର୍ଷ ୨୦୨୩ ମସିହାରେ ନିଯୁକ୍ତି ଦିଆଯିବା ନେଇ ଘୋଷଣା କରାଯାଇଛି ।

Advertisment

SSB ନିଯୁକ୍ତି ୨୦୨୩ରେ କନଷ୍ଟେବଲ୍ ଟ୍ରେଡସମ୍ୟାନ୍, ସବ୍ ଇନ୍ସପେକ୍ଟର (SI), ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) ଏବଂ ହେଡ୍ କନଷ୍ଟେବଲ୍ (HC) ଭଳି ପଦବୀ ରହିଛି । ଏହି ସମସ୍ତ ପଦ ପାଇଁ ମୋଟ ୧୬୫୬ଟି ପଦବୀ ରହିଥିବା ସୂଚନା ଦିଆଯାଇଛି ।

SSBରେ ନିଯୁକ୍ତି ନେଇ କ’ଣ ରହିଛି ଯୋଗ୍ୟତା ମାନଦଣ୍ଡ ?

ସଶସ୍ତ୍ର ବାହିନୀରେ ଯୋଗଦେବାକୁ ଆଗ୍ରହୀ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିରଖିବା ଜରୁରୀ । ଅସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାଇଁ ବୟସ ସୀମା ୨୩ରୁ ୩୫ ବର୍ଷ ମଧ୍ୟରେ ରହିଥିବାବେଳେ ପ୍ରାଣୀ ଚିକିତ୍ସା ବିଜ୍ଞାନରେ ସ୍ନାତକ ହୋଇଥିବା ଆବଶ୍ୟକ ରହିଛି । ସେହିପରି ସବ୍‌-ଇନିସପେକ୍ଟର ପାଇଁ ବୟସ ସୀମା ୨୧ରୁ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି । ଡିଗ୍ରୀ କିମ୍ୱା ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଜୁନିଅର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପଦବୀ ପାଇଁ IOCL ର ବିଜ୍ଞପ୍ତି ଜାରି; ଜାଣନ୍ତୁ କିପରି କରିବେ ଆବେଦନ

ASI (Paramedical Staff) ପାଇଁ ୨୦ରୁ ୩୦ ବର୍ଷ ମଧ୍ୟରେ ବୟସ ସୀମା ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା +୨ ପାସ୍‌ ସହ ଡିପ୍ଲୋମା ରଖାଯାଇଛି । ASI (Steno), Head Constable (HC), Constable ପାଇଁ ବୟସ ସୀମା ୧୦ରୁ ୨୫ ରହିଥିବାବେଳେ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି ।

ଆପଣ ଯଦି ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ SSBର ଅଫିସିଆଲ୍ ୱେବସାଇଟ ଦ୍ୱାରା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ଏଯାଏଁ ଘୋଷଣା କରାଯାଇ ନାହିଁ । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନଙ୍କ ପାଇଁ ବିଶେଷ ଚାର୍ଜ ମଧ୍ୟ ପଡ଼ିବନାହିଁ । UR / OBC ପାଇଁ ମାତ୍ର ୧୦୦ ଟଙ୍କା ଫି’ ରହିଥିବା ବେଳେ SC / ST ଓ ମହିଳା ପ୍ରାର୍ଥୀମାନଙ୍କ ପାଇଁ ଫି ଦେବାକୁ ପଡ଼ିବନାହିଁ ।

ନିଯୁକ୍ତି ପାଇଁ ଏହି ସମସ୍ତ ପ୍ରକ୍ରିୟା ରହିବ

ଚାକିରି କରିବାକୁ ଇଚ୍ଛୁକଥିବା ପ୍ରାର୍ଥୀମାନଙ୍କୁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ହେବ । ପରେ ପୋଷ୍ଟ ଆବଶ୍ୟକତା ଅନୁଯାୟୀ ଶାରୀରିକ ପରୀକ୍ଷା, ଡକ୍ୟୁମେଣ୍ଟ୍ ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା କରାଯିବ ।

SSB ନିଯୁକ୍ତି ୨୦୨୩ ପାଇଁ କିପରି ଆବେଦନ କରିବେ ?

ଏଥିପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନଙ୍କୁ SSB ର ଅଫିସିଆଲ୍ ୱେବସାଇଟ୍ https://ssb.nic.in/କୁ ଯିବାକୁ ହେବ । ପ୍ରଥମ ପୃଷ୍ଠାରେ ଥିବା ନିଯୁକ୍ତି ଟ୍ୟାବ୍‌ ଉପରେ କ୍ଲିକ୍‌ କରି ମଗାଯାଥିବା ତଥ୍ୟ ଅନୁସାରେ ଆବେଦନ କରିପାରିବେ ।

ଅଧିକ ପଢ଼ନ୍ତୁ: NPCILରେ ପୂରଣ ହେବ ୧୨୮ ପୋଷ୍ଟ୍; ଦରମା ୫୬ ହଜାର

ASI SSB Recruitment
Advertisment
Advertisment