Advertisment

SSB Odisha Recruitment 2024: ଓଡ଼ିଶାରେ ପୂରଣ ହେବ ୭୮୬ ଅଧ୍ୟାପକ ପଦବୀ

ରାଜ୍ୟରେ ୭୮୬ ଅଧ୍ୟାପକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି SSB।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
SSB Odisha Recruitment 2024

SSB Recruitment

ଶିକ୍ଷା କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଯୁବବର୍ଗଙ୍କ ପାଇଁ ବଡ଼ ଖବର। ଯୁବବର୍ଗଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଲେ ଓଡ଼ିଶା ସରକାର। ରାଜ୍ୟରେ ୭୮୬ ଅଧ୍ୟାପକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି SSB। ଏଥିପାଇଁ ମାର୍ଚ୍ଚ ୨୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଆବେଦନ କରିବାର ଶେଷ ତାରିଖ ହେଉଛି ଏପ୍ରିଲ୍‌ ୧୯। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍‌ ୱେବସାଇଟ୍‌ ssbodisha.ac.in ମାଧ୍ୟମରେ ଆବେଦନ କରିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ

  • ଅନଲାଇନ୍‌ ଆବେଦନ ଆରମ୍ଭ – ୨୦ ମାର୍ଚ୍ଚ ୨୦୨୪
  • ଅନଲାଇନ୍‌ ଅବେଦନ ଶେଷ – ୧୯ ଏପ୍ରିଲ୍ ୨୦୨୪

ଅଧିକ ପଢ଼ନ୍ତୁ: Indian Bank ରେ ପୂରଣ ହେବ ସ୍ପେଶାଲିଷ୍ଟ ଅଫିସର୍ ପଦବୀ; ଦରମା ୮୯ ହଜାର ପରେ

Advertisment

ଖାଲି ପଦବୀ

  • ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ୭୮୬ଟି ଅଧ୍ୟାପକ ପଦବୀ ପୂରଣ ହେବ।

ଶିକ୍ଷାଗତ ଯୋଗ୍ୟତା

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୫ ପ୍ରତିଶତ ମାର୍କ ସହିତ ମାଷ୍ଟର ଡିଗ୍ରୀ

ବୟସ ସୀମା

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ- ୪୨ ବର୍ଷ
  • ବୟସ ଗଣନା ୦୧ ଜାନୁଆରୀ ୨୦୨୪ ଅନୁସାରେ ହେବ

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

ଆବେଦନ ଶୁଳ୍କ

  • ସାଧରଣ ବର୍ଗ/SEBC – ୫୦୦ ଟଙ୍କା
  • SC/ST/PwD – ୨୦୦ ଟଙ୍କା
Govt Jobs
Advertisment
Advertisment