/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710320960.jpg)
Indian bank recruitment apply for specialist officer
ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ। ପ୍ରାୟ ଶିକ୍ଷିତ ଯୁବକ ଏନେଇ ପ୍ରସ୍ତୁତ ହେଉଥାନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। Indian Bank ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି।
Advertisment
ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ପେଶାଲିଷ୍ଟ ଅଫିସର୍ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୪୬ ପ୍ରାର୍ଥୀ ନିଯୁକ୍ତି ପାଇବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Bank ର ଅଫିସିଆଲ୍ ୱେବ୍ସାଇଟ୍ indianbank.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian bank recruitment apply for specialist officer notification ଉପରେ କ୍ଲିକ୍ କରି ଦେଖିପାରିବେ।
Advertisment
ଅଧିକ ପଢ଼ନ୍ତୁ: ଆପଣ ୧.୫ ଲକ୍ଷ ଟଙ୍କିଆ ଚାକିରି ଖୋଜୁଛନ୍ତି କି; ଦେଖନ୍ତୁ ଏହି ଖବର
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୨ ମାର୍ଚ୍ଚ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୦୧ ଏପ୍ରିଲ୍ ମାର୍ଚ୍ଚ ୨୦୨୪
ଖାଲି ପଦବୀ:
- ଏହି ନିଯୁକ୍ତି ମାଧ୍ୟମରେ କ୍ରେଡିଟ୍, ଏନ୍ଆର୍ ବ୍ୟବସାୟ ସମ୍ପର୍କ, ସୁରକ୍ଷା, ଏମ୍ଏସ୍ଏମ୍ଇ, ଡିଜିଟାଲ ମାର୍କେଟିଂ, SEO, ସୋସିଆଲ ମିଡିଆ, ଫରେକ୍ସ ଇତ୍ୟାଦି ବିଭାଗ ପଦବୀ ପୂରଣ ହେବ
- ମୋଟ ୧୪୬ ସ୍ପେଶାଲିଷ୍ଟ୍ ଅଫିସର ନିଯୁକ୍ତି ପାଇବେ
ଶିକ୍ଷାଗତ ଯୋଗ୍ୟତା:
- ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ
- ଗ୍ରାଜୁଏଏସନ୍, CA, MBA, କମ୍ପ୍ୟୁଟର୍ କୋର୍ସ ଆଦି ଯୋଗ୍ୟତା ରହିଛି
- ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୨ ବର୍ଷ
- ସର୍ବାଧିକ ବୟସ – ୪୦ ବର୍ଷ
ମାସିକ ଦରମା:
- ସର୍ବନିମ୍ନ – ୩୬,୦୦୦ ଟଙ୍କା
- ସର୍ବାଧିକ – ୮୯,୮୯୦ ଟଙ୍କା
ଆବେଦନ ଶୁଳ୍କ:
- SC/ST/PwBD – ୧୭୫ ଟଙ୍କା
- ଅନ୍ୟମାନେ – ୧୦୦୦ ଟଙ୍କା
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ପୂରଣ ହେବେ ୨୦୦୦ ରୁ ଅଧିକ TGT ଶିକ୍ଷକ
କିପରି କରିବେ:
- ଇଣ୍ଡିଆନ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ indianbank.inକୁ ଯାଆନ୍ତୁ
- ହୋମ୍ପେଜ୍ରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
- ଏହା ପରେ Specialist Officer Recruitment 2024 ଉପରେ କ୍ଲିକ୍ କରନ୍ତୁ
- ଏକ ନୂତନ ପୃଷ୍ଠା ଖୋଲିବ
- ନୂତନ ପଞ୍ଜୀକରଣ ଉପରେ କ୍ଲିକ୍ କରି ନିଜକୁ ପଞ୍ଜିକରଣ କରନ୍ତୁ
- ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
- ଆବେଦନ ଶୁଳ୍କ ଦେବା ପରେ Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)