/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712055426.jpg)
OSSC Recruitment Apply Online For more than 600 Posts
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୬୦୦ରୁ ଅଧିକ ପଦବୀ ପୂରଣ ହେବ।
Advertisment
ଏହି ନିଯୁକ୍ତି ମାଧ୍ୟମରେ କେୟାର୍ଟେକର୍, ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ୍, ଅମିନ ଆଦି ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୭୩ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବସାଇଟ୍ www.ossc.gov.inକୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ What's New ତାଲିକାରେ ଯାଞ୍ଚ କରନ୍ତୁ ଏବଂ Advt No.:1465/OSSC Dated: 30.03.2024 ର View Pdf ଉପରେ କ୍ଲିକ୍ କରନ୍ତୁ।
Advertisment
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାରରୁ ଅଧିକ
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୫ ଏପ୍ରିଲ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୯ ମେ ୨୦୨୪
ଖାଲି ପଦବୀ:
- କେୟାର୍ଟେକର୍ – ୦୨ଟି ପୋଷ୍ଟ୍
- ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ – ୨୨୦ଟି ପୋଷ୍ଟ୍
- ହୋମିଓପାଥିକ ଆସିଷ୍ଟାଣ୍ଟ୍ – ୨୧୬ଟି ପୋଷ୍ଟ୍
- ୟୁନାନି ଆସିଷ୍ଟାଣ୍ଟ୍ – ୦୭ଟି ପୋଷ୍ଟ୍
- ଜୁନିଅର ଫିସରିସ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ – ୨୧୨ଟି ପୋଷ୍ଟ୍।
- ଅମିନ – ୧୬ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ସ୍ୱୀକୃତିପ୍ରାପ୍ତ ବୋର୍ଡ / କାଉନ୍ସିଲ୍ / ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାଶ୍
- ବିଭିନ୍ନ ପଦବୀ ନେଇ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ –୧୮ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
ବୟସ କୋହଳ:
- OBC – ୦୩ ବର୍ଷ
- ST/SC/PWD/EXS – ୦୫ ବର୍ଷ
- PWD+SC/ST – ୧୫ ବର୍ଷ
ଆବେଦନ ଶୁଳ୍କ:
- ପ୍ରତ୍ୟେକ ପ୍ରାର୍ଥୀ – ଦେୟମୁକ୍ତ
ଦରମା:
- ଗ୍ରୁପ୍ – B ଅନୁଯାୟୀ ଲେବଲ୍ - ୦୯ ସେଲ୍ - ୧, ORSP ନିୟମ ୨୦୧୭
- ଗ୍ରୁପ୍ – C ଅନୁଯାୟୀ ଲେବଲ୍ - ୦୩ ସେଲ୍ - ୧, ORSP ନିୟମ ୨୦୧୭
ଚୟନ ପ୍ରକ୍ରିୟା:
- ପ୍ରାରମ୍ଭିକ ଲିଖିତ ପରୀକ୍ଷା
- ମୁଖ୍ୟ ଲିଖିତ ପରୀକ୍ଷା
- ଡକ୍ୟୁମେଣ୍ଟ୍ ଯାଞ୍ଚ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)