/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680536305.jpg)
SBI Recruitment 2023
SBIରେ ଚାକିରି କରିବାକୁ ଉଚ୍ଛୁକ ଅଛନ୍ତି କି ? ଆପଣଙ୍କର ଯଦି ଯୋଗ୍ୟତା ରହିଛି ତେବେ ଆପଣଙ୍କୁ ଚାକିରି ଦେବ SBI । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBI ନିଯୁକ୍ତିର ବଡ଼ ସୁଯୋଗ ଆଣିଛି । ଚଳିତ ବର୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧୦୩୧ ପଦବୀ ପାଇଁ ନିଯୁକ୍ତି ସୃଷ୍ଟି କରିଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବ ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି । ଯାହାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଉପଯୁକ୍ତ ପ୍ରାର୍ଥୀମାନେ ଖୁବ୍ଶୀଘ୍ର ଆବେଦନ କରିପାରିବେ । ବିଶେଷକରି SBI ପ୍ରକାଶ କରିଥିବା ବିଜ୍ଞପ୍ତିରେ ୩ଟି ବିଭାଗ ପାଇଁ ଏହି ପଦବୀ ରହିଥିବା କୁହାଯାଇଛି ।
ଅଧିକ ପଢ଼ନ୍ତୁ: NICର ୫୯୮ଟି ପଦବୀ ପାଇଁ ଆବେଦନକୁ ଆଉ ରହିଲା ୨ ଦିନ
ଚଳିତ ବର୍ଷ ନିଯୁକ୍ତି ହେବାକୁଥିବା ପଦବୀ
୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର
୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର
୩. ସପୋର୍ଟ ଅଫିସର
ଏହି ସମସ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୩୦.୦୪.୨୦୨୩ ଯାଏଁ ଏହା ଚାଲୁରହିବା ନେଇ କୁହାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏବେଠୁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ଏହି ସମସ୍ତ ପଦବୀରେ ଚାକିରି ପାଇବେ ସେମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିବ ।
ଏହି ପଦବୀରେ କେତେ ମିଳିବ ଦରମା ?
୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ପଦବୀରେ ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କୁ ମାସିକ ୩୬,୦୦୦ ଟଙ୍କା ମିଳିବ ।
୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର ପଦବୀ ପାଇଁ ଯଦି ଆପଣ ମନୋନୀତ ହୁଅନ୍ତି ତେବେ ଆପଣଙ୍କୁ ମାସିକ ୪୧,୦୦୦ ଟଙ୍କା ଦରମା ଦେବ SBI ।
୩. ସପୋର୍ଟ ଅଫିସର ଭାବେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବି ମାସିକ ୪୧,୦୦୦ ଟଙ୍କା ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)