Advertisment

ASO ପରୀକ୍ଷା: କୋର୍ଟଙ୍କ ବିନା ଅନୁମତିରେ OPSC ପ୍ରକାଶ କରିପାରିବନି ଚୂଡ଼ାନ୍ତ ତାଲିକା

ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ଦ୍ୱାରା କରାଯାଉଥିବା ଏହି ନିଯୁକ୍ତିର ଲିଖିତ ପରୀକ୍ଷା ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

OPSC ASO result 2022

ଏଏସ୍ଓ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଓପିଏସସି କଟ୍ ଅଫ୍ ମାର୍କ ନିର୍ଦ୍ଧାରଣ କରିପାରିବ କି ନାହିଁ। ଏହି ପ୍ରଶ୍ନକୁ ନେଇ ହାଇକୋର୍ଟରେ ମୁହାଁମୁହିଁ ଓପିଏସସି ଓ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ଯୁକ୍ତି ହେଲା- ଏଏସ୍ଓ ନିଯୁକ୍ତିର ଲିଖିତ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଅଲଗା ଅଲଗା ଭାବେ କଟ୍ ମାର୍କ ରଖିପାରିବ ନାହିଁ ଓପିଏସସି। ତା ବଦଳରେ ଲିଖିତ ପରୀକ୍ଷାର ସବୁ ବିଷୟର ମାର୍କକୁ ମିଶାଇ ସେହି ଅନୁସାରେ ମେଧା ତାଲିକା ପ୍ରକାଶ କରାଯିବା ଉଚିତ କିନ୍ତୁ ଓପିଏସସିର ଯୁକ୍ତି ହେଲା- ପ୍ରତ୍ୟେକ ବିଷୟରେ ଅଲଗା ଅଲଗା କଟ୍ ମାର୍କ ରଖିପାରିବାର ଅଧିକାର ସଂସ୍ଥା ପାଖରେ ଅଛି। ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କୋର୍ଟଙ୍କ ବିନା ଅନୁମତିରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିପାରିବ ନାହିଁ ଓପିଏସସି। କିନ୍ତୁ କମ୍ପ୍ୟୁଟର ସ୍କିଲ ଟେଷ୍ଟ ଜାରି ରହିପାରିବ।

Advertisment

ପରୀକ୍ଷାର୍ଥୀଙ୍କ ଯୁକ୍ତି ହେଲା-ଏଏସ୍ଓ ଲିଖିତ ପରୀକ୍ଷାର ପ୍ରତ୍ୟେକ ବିଷୟରେ ଅଲଗା ଅଲଗା କଟ୍ ଅଫ୍ ମାର୍କ ରଖିପାରିବାର ନିୟମ ନାହିଁ। ତା ଛଡ଼ା ଏଏସ୍ଓ ନିଯୁକ୍ତି ପାଇଁ ଓପିଏସସି ଯେଉଁ ବିଜ୍ଞାପନ ବାହାର କରିଥିଲା, ସେଥିରେ ମଧ୍ୟ ଏହା ଉଲ୍ଲେଖ ନାହିଁ। ତା ହେଲେ କେମିତି ନିଯୁକ୍ତି ପ୍ରକ୍ରିୟା ଭିତରେ ମନଇଚ୍ଛା ନିୟମ କରିପାରିବ ଓପିଏସସି ? ଏହା ବେଆଇନ ବୋଲି ହାଇକୋର୍ଟରେ ତାକୁ ଚ୍ୟାଲେଞ୍ଜ କରିଥିଲେ ପରୀକ୍ଷାର୍ଥୀ। ଆସନ୍ତା ୨୦ରେ ପରବର୍ତ୍ତୀ ଶୁଣାଣି ଥିବା ବେଳେ ତା ପୂର୍ବରୁ ଜବାବ ରଖିବ OPSC। ଏହାର ୩ ଦିନ ମଧ୍ୟରେ ରିଜଏଣ୍ଡର ଦାଖଲ କରିବେ ଆବେଦନକାରୀ।

ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ଦ୍ୱାରା କରାଯାଉଥିବା ଏହି ନିଯୁକ୍ତିର ଲିଖିତ ପରୀକ୍ଷା ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ୭୯୬ ପଦ ପାଇଁ ପରୀକ୍ଷା ଦେଇଥିଲେ। ପ୍ରାୟ ଦେଢ଼ ଲକ୍ଷ ଆଶାୟୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୧୧୦୪ ଜଣ। ଲିଖିତ ପରୀକ୍ଷାରେ କମ୍ ମାର୍କ ରଖିଥିବା ପିଲା ପାସ୍ କରିଥିବା ବେଳେ ମେଧାବୀ ପିଲା ବାଦ୍ ପଡ଼ିଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ।

Advertisment

(ଭୁବନେଶ୍ୱରରୁ ନିରଂଜନ ରେଡ୍ଡି ଓ କଟକରୁ ଗୌତମ ପଣ୍ଡାଙ୍କ ରିପୋର୍ଟ) 

OPSC ASO Exam
Advertisment
Advertisment