Advertisment

Odisha Common Examinations Bill 2024: ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ, ପୂର୍ବ ସରକାର ଚାକିରି ବିକୁଥିଲେ କହିଲେ ମୁଖ୍ୟମନ୍ତ୍ରୀ

ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁର ଚେତାବନୀ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରିଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ସମସ୍ତ ଖାଲି ପଦବୀ ପୂରଣ ହେବ। ଯାହା ସ୍ୱଚ୍ଛ ଓ ନିରପେକ୍ଷ ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ।

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

Advertisment

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ଆଗତ । ଆଗତ କରି ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ ବୋଲି କହିଲେ । ପୂର୍ବ ସରକାରର ଲିଗାସୀକୁ ଭାଙ୍ଗିବାକୁ ପଡ଼ିବ ବୋଲି ମଧ୍ୟ ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା, ଦୁର୍ନୀତି ଭରି ରହିଥିଲା । ଦାୟିତ୍ୱରେ ରହୁଥିବା ଅଧିକାରୀ ପରୀକ୍ଷାପତ୍ର ପ୍ରଘଟ ରାକେଟରେ ସମ୍ପୃକ୍ତ ରହୁଥିଲେ । ପୂର୍ବ ସରକାର କେବଳ ଆଉଟସୋର୍ସରେ ରହିଯାଇଥିଲେ ବୋଲି ସିଧାସଳଖ ଆକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସି ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ହାତୁଡ଼ିରେ ମାରୁଥିଲା। ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା। ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ। ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ। ଯାହାର ଉଦାହରଣ ୨୦୨୩ ମସିହାର JEE ପରୀକ୍ଷା। ଖାଲି ସେତିକି ନୁହେଁ ଖୋଦ୍ ସଚିବାଳୟରେ ବି ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି। ASO ନିଯୁକ୍ତିରେ ହୁଣ୍ଡା ମୂଲରେ ଡାକି ନିଯୁକ୍ତି ଦେଇଥିଲେ । ୨୫ ରୁ ୩୦ ଲକ୍ଷ ଟଙ୍କା ରେ ବିକ୍ରି ହୋଇଥିଲା ASO ଚାକିରି।

ଅଧିକ ପଢନ୍ତୁ: ସୁପ୍ରିମ୍‌କୋର୍ଟରେ ପୂରଣ ହେବେ ଏହିସବୁ ପଦବୀ; ଦରମା ୬୭ ହଜାରରୁ ଅଧିକ 

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଚାହିଁବେ ସେମାନେ ଏ ଗୃହରେ ବି ଆସିବେ କହିବେ। ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ଚୁପ୍ କାହିଁ ଥିଲେ ପୂର୍ବ ସରକାର। ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ। ଛାତ୍ରଛାତ୍ରୀମାନଙ୍କ ପରିବାର ନିଜ ଦୁଃଖ କୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ, କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ନାହିଁ। ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟଙ୍କ ଭବିଷ୍ୟତକୁ ଆଜିକା ଦିନରେ ଅନ୍ଧାରକୁ ଠେଲି ଦେଇଥିଲେ ପୂର୍ବ ସରକାର। ଯାହା ପାଇଁ ସେମାନଙ୍କ ମଧ୍ୟରୁ ଅନେକ ବି ସୁଇସାଇଡ କରିଦେଇଛନ୍ତି। ଆଗକୁ କିନ୍ତୁ ଏମିତି ହେବ ନାହିଁ। ଅନ୍ୟରାଜ୍ୟ ପରି ବି ଘଟଣା ଘଟିବାକୁ ଦେବୁ ନାହିଁ।

ଏଥିପାଇଁ ଏହି ଆଇନ ଆସିବାର ଆବଶ୍ୟକତା ରହିଛି। ଧାରା ୧୨(୧)ରେ ଜେଲ ଯିବା ସହ ଜୋରିମାନା ଦେବେ। ଧାରା ୧୨(୨) ଅନୁଯାୟୀ ତାଙ୍କ ଅନୁଷ୍ଠାନକୁ ବାତିଲ କରିବା ସହ ତାହାକୁ ଜବତ କରାଯିବ। ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁର ଚେତାବନୀ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରି ଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ସମସ୍ତ ଖାଲି ପଦବୀ ପୂରଣ ହେବ। ଯାହା ସ୍ୱଚ୍ଛ ଓ ନିରପେକ୍ଷ ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ।

Advertisment

ଅଧିକ ପଢନ୍ତୁ: ବିଜେଡି, ବଦ୍ରି ପାତ୍ର ଓ ଆମଦାନୀ ନେତାଙ୍କ କାହାଣୀ 

Odisha News Odisha Chief Minister Odisha Assembly Job Vacancy Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ