Advertisment

Supreme Court Recruitment 2024: ସୁପ୍ରିମ୍‌କୋର୍ଟରେ ପୂରଣ ହେବେ ଏହିସବୁ ପଦବୀ; ଦରମା ୬୭ ହଜାରରୁ ଅଧିକ

ଭାରତର ସୁପ୍ରିମ୍‌କୋର୍ଟ(SCI) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Supreme Court Recruitment 2024 apply for 107 post

Supreme Court Recruitment 2024 apply for 107 post

ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ସୁପ୍ରିମ୍‌କୋର୍ଟରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଏବେ ପୂରଣ ହୋଇପାରେ। ଭାରତର ସୁପ୍ରିମ୍‌କୋର୍ଟ(SCI) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଭାରତର ସୁପ୍ରିମ୍‌କୋର୍ଟ(SCI)ରେ କୋର୍ଟ ମାଷ୍ଟର୍, ପର୍ସନାଲ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୧୦୭ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SCIର ଅଫିସିଆଲ୍ ୱେବ୍‌ସାଇଟ୍‌ sci.gov.in/recruitments/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ଏହି ଲିଙ୍କ Supreme Court Recruitment 2024 apply for 107 post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୪ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • କୋର୍ଟ ମାଷ୍ଟର୍(ସର୍ଟହ୍ୟାଣ୍ଡ୍) – ୩୧ଟି ପୋଷ୍ଟ୍‌
  • ବରିଷ୍ଠ ପର୍ସନାଲ ଆସିଷ୍ଟାଣ୍ଟ୍ – ୩୩ଟି ପୋଷ୍ଟ୍‌
  • ପର୍ସନାଲ ଆସିଷ୍ଟାଣ୍ଟ୍ – ୪୩ଟି ପୋଷ୍ଟ୍‌
  • ମୋଟ୍ – ୧୦୭ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • କୋର୍ଟ ମାଷ୍ଟର୍ – ଭାରତର ଯେକୌଣସି ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିବା ଜରୁରୀ
  • ବରିଷ୍ଠ ପର୍ସନାଲ ଆସିଷ୍ଟାଣ୍ଟ୍ ଓ ପର୍ସନାଲ ଆସିଷ୍ଟାଣ୍ଟ୍ – ଭାରତର ଯେକୌଣସି ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ଡିଗ୍ରୀ ହାସଲ କରିଥିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ –୩୦ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୫୬,୧୦୦ ଟଙ୍କା
  • ବରିଷ୍ଠ ପର୍ସନାଲ ଆସିଷ୍ଟାଣ୍ଟ୍ – ୪୭,୬୦୦ ଟଙ୍କା
  • ପର୍ସନାଲ ଆସିଷ୍ଟାଣ୍ଟ୍ – ୪୪,୯୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC – ୧,୦୦୦ ଟଙ୍କା
  • SC/ST/PH ପ୍ରାର୍ଥୀ/ESM/ସ୍ୱାଧୀନତା ସଂଗ୍ରାମୀଙ୍କ ସଂପର୍କିୟ – ୨୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସ୍କିଲ୍ ଟେଷ୍ଟ୍(ଟାଇପିଂ, ଷ୍ଟେନୋ)
  • ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ sci.gov.in/recruitments/ କୁ ଯାଆନ୍ତୁ
  • ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ନିଜକୁ ପଞ୍ଜିକରଣ କରାନ୍ତୁ
  • ଆବେଦନ କରିବା ପାଇଁ Notice ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
Supreme Court Of India Govt Jobs Job Search Job Seekers
Advertisment
Advertisment