• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଢ଼ିବ ପୋଲିସର ମନୋବଳ । ପ୍ରତି ଥାନାରେ ସମସ୍ତଙ୍କ ପାଖରେ ରହିବ ବାଇକ୍ । କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ବାଇକ୍ ଦିଆଯିବ । ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ପୋଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେ କହିଛନ୍ତି, ପ୍ରତି ଥାନାରେ ସମସ୍ତଙ୍କ ପାଇଁ ଗୋଟିଏ ଲେଖାଏ ନୂଆ ବାଇକ୍ ଦିଆଯିବ । ଖୁବଶୀଘ୍ର ଦିଆଯିବ ୯ ହଜାର ବାଇକ୍ । ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏ ଚାରି ଚକିଆ ଗାଡ଼ି ଦିଆଯିବ । ଗୋଟିଏ ଆଇଆଇସିଙ୍କ ପାଖରେ ରହିଲେ ଆଉ ଗୋଟିଏ ତ୍ୱରିତ କାମ ପାଇଁ ରହିବ ।

ପୂରଣ ହେବ ପୋଲିସରେ ଖାଲି ପଦବୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି । ହୋମଗାର୍ଡଙ୍କ ମୃତ୍ୟୁ ହେଲେ ପ୍ରୋତ୍ସାହନ ସହ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବାକୁ ନିଷ୍ପତ୍ତି ନେବେ ସରକାର । ସେହିପରି ପ୍ରତି ଜିଲ୍ଲାରେ ରହିବ ଓଡ୍ରାଫ ଟିମ୍ ।

ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସ ୩ଟି ନୂଆ ବାଟାଲିୟନ୍ ହେବ । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିୟନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହିପରି ରାଜ୍ୟର ସବୁ ମେଡିକାଲ କଲେଜରେ ହେବ ଆଉଟ ପୋଷ୍ଟ । ବରମୁଣ୍ଡା ବସଷ୍ଟାଣ୍ଡରେ ନୂଆ ଫାଣ୍ଡି ହେବ । ସେହିପରି ପୋଲିସକୁ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ତାଗିଦ ବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନିଦ ପଦ ପଦବୀ ପ୍ରତି ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ କହିଛନ୍ତି । ଦୁର୍ନୀତି, କ୍ଷମତା ଅପବ୍ୟବହାର ବରଦାସ୍ତ କରାଯିବନି କି କାହାରିକୁ ଛଡା ଯିବ ନାହିଁ । ସବୁଠୁ ଦୁର୍ବଳ ଶ୍ରେଣୀକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି । କାମରେ ଯାହାର ତ୍ରୁଟି ରହୁଛି, ସୁଧୁରି ଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

OTV is now on Whatsapp

Join and get latest news update delivered to you via whatsapp

Join Now