ଖୁସି ଖବର । ଯୁକ୍ତ ତିନିରେ ପଢୁଥିବା ପିଲାଙ୍କ ପାଇଁ ବଡ଼ ଖବର । ଯୁକ୍ତ ତିନିରେ ପଢୁଥିବା ପିଲାଙ୍କୁ ମିଳିବ ସୁବର୍ଣ୍ଣ ସୁଯୋଗ । ଓଡ଼ିଶାର ଯୁକ୍ତ ତିନି ପିଲାଙ୍କୁ ଇଣ୍ଟନସିପ୍ ଟ୍ରେନିଂ ଦେବ NSE । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ବିଶେଷକରି ବାଣିଜ୍ୟ ବିଭାଗର ପିଲାମାନେ ଲେବେଲ ୱାନ ଓ ଲେବେଲ ଟୁ ସରିବା ପରେ ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇବେ ।
ପୂର୍ବରୁ ୫୮ଟି କଲେଜର ୩୯୪ ଜଣ ପିଲା ଏହାଦ୍ବାରା ଉପକୃତ ହୋଇଥିଲେ । ୨ଶହରୁ ଅଧିକ ପିଲାଙ୍କୁ ଅଫର ଲେଟର ମିଳିପାରିଛି । ଏହି ଟ୍ରେନିଂ ଦ୍ବାରା ଛାତ୍ରଛାତ୍ରୀମାନଙ୍କର ପାଠପଢା ସହ ସ୍କିଲ ଡେଭଲପମେଣ୍ଟ ମଧ୍ୟ ହୋଇପାରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Also Read
ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ
ମ୍ୟୁଚୁଆଲ ଫଣ୍ଡ ଆଡଭାଇଜର, ଫାଇନାନସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ ବ୍ରୋକର ଭଳି ଭଳିକି ଭଳି ଚାକିରି । ଏଭଳି ନୂଆ ନୂଆ କୋର୍ସ ଆସିଛି । ଏହି କୋର୍ସ କଲେ ଯୁବବର୍ଗଙ୍କୁ ମିଳିବ ଏପରି ମନଲୋଭା ଚାକିରି। ଏ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ।
ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରତି ମହାବିଦ୍ୟାଳୟର ୪୦ ଜଣ ଛାତ୍ର ଛାତ୍ରୀ ଆଗ୍ରହୀ ହେଲେ ଏନ୍ ରୋଲ୍ କରାଯିବ। କୋର୍ସ ସମ୍ପୂର୍ଣ୍ଣ ମାଗଣା ରହିବ। ଲେବୁଲ ୧ ଓ ଲେବୁଲ୍ ୨ ଦୁଇଟି ଭାଗରେ ପିଲାଙ୍କୁ ନେଇ ଶିକ୍ଷା ଦିଆଯିବ। ବାଣିଜ୍ୟ ପିଲାଙ୍କ ସହ କଳା ଓ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ର ଛାତ୍ରୀ ମାନେ ଏହି କୋର୍ସ ପାଇଁ ଏନ୍ ରୋଲ୍ କରିପାରିବେ। ପୂର୍ବରୁ ଉଚ୍ଚଶିକ୍ଷାରେ ପାସ କରୁଥିବା ମାତ୍ର ୨୨% ପିଲା ଯୁକ୍ତ ତିନି ପଢିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ଏବେ ଏଥିପ୍ରତି ମଧ୍ୟ ପିଲାଙ୍କ ମନୋବଳ ବଢିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।