• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

JNUରେ ବାହାରିଲା ଚାକିରି । JNUରେ ନନ୍‌ ଟିଚିଂ ଷ୍ଟାଫ୍‌ ପଦ ଖାଲି ପଡ଼ିଥିବା ବେଳେ ଏବେ ସେସବୁ ପଦବୀ ପୁରଣ ପାଇଁ ବାହାରିଛି ବିଜ୍ଞପ୍ତି । ଏଥିପାଇଁ ଏକ ପରୀକ୍ଷା ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୨୬-୨୭ରେ ଏହି ପରୀକ୍ଷା ହେବ । ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ recruitment.nta.nic.in କୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ । ଏଥିରେ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ସମ୍ପୂର୍ଣ୍ଣ ବିଜ୍ଞପ୍ତି ରହିଛି ।

ଅଧିକ ପଢ଼ନ୍ତୁ: EPFOରେ ବାହାରିଲା ୨୮୫୯ ପଦବୀ; ତୁରନ୍ତ କରନ୍ତୁ ଆବେଦନ...

ସିଟି ଇନଫରମେସନ୍‌ ଏବଂ ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା ତାରିଖ ସହ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସମୟ ଉଲ୍ଲେଖ ରହିବ । ଏହାସହ ପରୀକ୍ଷାକୁ ନେଇ ଯାହା ସବୁ କ୍ରାଇଟେରିଆ ରାହିଛି ସେଥିରେ ସମ୍ପୂର୍ଣ୍ଣ ସୂଚନା ରହିବ । ପରୀକ୍ଷା ପୂର୍ବରୁ ଏହି ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ । ପରୀକ୍ଷାରେ ଜେନେରାଲ ଆୱାରନେସ୍‌, ରିଜୋନିଂ, ଗଣିତ, ମ୍ପ୍ୟୁଟର ଆୱାରନେସ୍‌କୁ ନେଇ ପ୍ରଶ୍ନ ରହିବ । ହିନ୍ଦି ଓ ଇଂରାଜୀ ଉଭୟ ଭାଷାରେ ପରୀକ୍ଷାର୍ଥୀ ଉତର ଲେଖିପାରିବେ । ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ର ଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।

କେମିତି ପାଇବେ ଆଡ୍‌ମିଟ୍‌ କାର୍ଡ

  • ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ recruitment.nta.nic.in କୁ ଯାଆନ୍ତୁ ।
  • ଏହାପରେ ‘JNU Recruitment Examination - 2023 for Non-Teaching Posts’ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ।
  • କ୍ଲିକ୍‌ କରିବା ପରେ ସ୍କ୍ରିନ୍‌ରେ ଆପଣ ଏକ ନୂଆ ପେଜ୍‌ ପାଇବେ ।
  • ସେଥିରେ ଆଡ୍‌ମିଟ୍‌ କାର୍ଡ ଲିଙ୍କ୍ ଉପରେ କ୍ଲିକ୍‌ କରନ୍ତୁ । ନଚେତ୍‌ ଇଣ୍ଟିମେସନ୍‌ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ।
  • ଏହାପରେ ନିଜ ଲଗ୍‌ ଇନ୍‌ ଡିଟେଲ୍ସ ଦେଇ ଆଡ୍‌ମିଟ୍‌ କାର୍ଡ ପ୍ରିଣ୍ଟ କରନ୍ତୁ ।