• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

SSA ଏବଂ ଷ୍ଟେନୋଗ୍ରାଫର ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଏହି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ EPFO କହିଛି । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ epfindia.gov.in ରେ EPFOର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । EPFOର ଏହି ନିଯୁକ୍ତି ଡ୍ରାଇଭ୍ ପ୍ରକ୍ରିୟାରେ ୨୮୫୯ ପୋଷ୍ଟ ପୂରଣ ହେବ ବୋଲି କୁହାଯାଇଛି । ଆବେଦନ କରିବାର ଶେଷ ତାରିଖ ୨୦୨୩ ଏପ୍ରିଲ୍ ୨୬ ତାରିଖ ରହିଛି ।

ଏହି ନିଯୁକ୍ତି ପାଇବାକୁ ହେଲେ ବିଭିନ୍ନ ଚୟନ ପ୍ରକ୍ରିୟା ରଖାଯାଇଛି । ପ୍ରାର୍ଥୀଙ୍କ ଯୋଗ୍ୟତା, ମେରିଟ୍‌ ଲିଷ୍ଟରେ ମାନ୍ୟତା ଓ ଡାକ୍ତରୀ ଫିଟ୍‌ନେସ୍‌ର ଆବଶ୍ୟକତା ରହିଥିବା କୁହାଯାଇଛି । ଏଥି ସହ ସମସ୍ତ ଡକ୍ୟୁମେଣ୍ଟ ଗୁଡ଼ିକର ଯାଞ୍ଚ କରାଯିବ । SSAରେ ମୋଟ୍‌ ୨୬୭୪ଟି ପୋଷ୍ଟ ରହିଥିବାବେଳେ ଷ୍ଟେନୋଗ୍ରାଫର ପଦବୀ ପାଇଁ ୧୮୫ଟି ପୋଷ୍ଟ ଖାଲିରହିଛି ।

ଅଧିକ ପଢ଼ନ୍ତୁ: NPCILରେ ପୂରଣ ହେବ ୬୫୦ଟି ପଦବୀ; ଦରମା ୫୬,୦୦୦

SSA ବା Social Security Assistant (ଗ୍ରୁପ୍‌-C)

ଏହି ପଦବୀ ପାଇଁ ଆବେଦନ କରିକୁ ହେଲେ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ରହିବା ଅବଶ୍ୟକ । ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟକୁ ସ୍ନାତକ ଡିଗ୍ରୀ ସମାପ୍ତ କରିଥିବେ ।

ଷ୍ଟେନୋଗ୍ରାଫର ପଦବୀ (ଗ୍ରୁପ୍‌-C)

ଏହି ପଦବୀ ପାଇଁ ମଧ୍ୟ ଯୋଗ୍ୟତା ସୀମା ସମାନ ରଖାଯାଇଛି । ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ବୋଲି କୁହାଯାଇଥିବାବେଳେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟକୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ପ୍ରାର୍ଥୀ ।

SSA ପାଇଁ ଏମିତି ହେବ ଚୟନ

ଏହି ପଦବୀ ପାଇଁ ଚୟନ ହେବାକୁ ହେଲେ ପ୍ରାର୍ଥୀମାନଙ୍କୁ ଦୁଇଟି ପରୀକ୍ଷା ଦେବାକୁ ହେବ । SSA ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା 600 ମାର୍କର ହେବ । ଏହି ପରୀକ୍ଷା ପାଇଁ ୨ ଘଣ୍ଟା ୩୦ ମିନିଟ୍‌ ଧାର୍ଯ୍ୟ କରାଯାଇଛି । SSA ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ କମ୍ପ୍ୟୁଟର ବେଶିକ୍‌ ଉପରେ ପରୀକ୍ଷା ଦେବେ ଉଚ୍ଛୁକ ପ୍ରାର୍ଥୀ ।

ଷ୍ଟେନୋଗ୍ରାଫର ପାଇଁ ଏମତି ହେବ ଚୟନ

ଷ୍ଟେନୋଗ୍ରାଫର୍ ପାଇଁ ଉଚ୍ଛୁକ ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟ 800 ମାର୍କ ପ୍ରଶ୍ନର ପରୀକ୍ଷା ଦେବେ । ଏହି ପରୀକ୍ଷାର ସମୟସୀମା ୨ଘଣ୍ଟା ୧୦ମିନିଟ୍ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟେନୋଗ୍ରାଫି ପରୀକ୍ଷା ଦେବେ ପ୍ରାର୍ଥୀମାନେ ।

ଏଥିପାଇଁ ଆବେଦନ ଶୁକ୍ଳ କେତେ ରହିଛି ?

General/EWS/OBC ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁକ୍ଳ ୭୦୦ଟଙ୍କା ଧାର୍ଯ୍ୟ ରହିଛି । SC / ST * PwBD / ମହିଳା ପ୍ରାର୍ଥୀମାନଙ୍କ ପାଇଁ ଦେୟମୁକ୍ତ ରହିଛି ।