• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତୀୟ ନୌ ସେନାରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସର୍ଟ ସର୍ଭିସ କମିଶନ (ଏସଏସସି) ସୂଚନା ପ୍ରଯୁକ୍ତିବିଦ୍ୟା କିମ୍ବା ଏସଏସସି ଆଇଟି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିବାକୁ କୁହାଯାଇଛି । ଯଦି ଆପଣ ନୌ ସେନାରେ ଚାକିରି କରିବାକୁ ଇଚ୍ଛୁକ ରହିଛନ୍ତି ଏବଂ ଆପଣଙ୍କ ଯୋଗ୍ୟତା ରହିଛି ତେବେ ଆପଣ ଏଥିପାଇଁ ଆବେଦନ କରିପାରିବେ ।

ନୌସେନାର ଏହି ବିଭାଗରେ ଆପଣ ଆବେଦନ କରିବାକୁ ହେଲେ ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଆବେଦନ ପାଇଁ ସମୀୟ ସୀମା ଜାଣିନେବା ନିହାତି ଜରୁରୀ । ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୂଚନା ଦିଆଯାଇଛି । ଯାହା ଫଳରେ ଆଶାୟୀମାନେ ସ୍ପଷ୍ଟ ଭାବେ ଜାଣିପାରିବା ସହ ଆବେଦନ କରିବାରିବେ ।

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ସୁବର୍ଣ୍ଣ ସୁଯୋଗ; NIACLରେ ପୂରଣ ହେବ ୪୫୦ ପଦବୀ

କ’ଣ ରହିଛି ବୟସସୀମା ?

ଆବେଦନ କରିବାକୁ ଉଚ୍ଛୁକଥିବା ପ୍ରାର୍ଥୀମାନେ ଜାନୁଆରୀ ୧୯୯୯ରୁ ୨୦୦୪ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ । ଏହି ସମୟସୀମା ପରେ କିମ୍ୱା ପୂର୍ବରୁ ଜନ୍ମ ନେଇଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ ନାହିଁ ।

କିପରି ଆବେଦନ କରିବେ ?

ଆଶାୟୀ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବାକୁ ହେବ । joinindiannavy.gov.inରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୦କୁ ଧାର୍ଯ୍ୟ କରାଯାଇଛି ।

କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଆଶାୟୀ ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅତିକମ୍‌ରେ ୧୦ମ କିମ୍ବା +୨ରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏହାପରେ ମଧ୍ୟ ଆହୁରି କିଛି ଶିକ୍ଷାଗତ ଯୋଗ୍ୟତା ମଗାଯାଇଛି । ଯେପରିକି...

୧. MSc / BE / B ଟେକ୍ / MTech (କମ୍ପ୍ୟୁଟର ସାଇନ୍ସ / ଇଞ୍ଜିନିୟରିଂ / କମ୍ପ୍ୟୁଟର ଇଞ୍ଜିନିୟରିଂ / ସୂଚନା ପ୍ରଯୁକ୍ତିବିଦ୍ୟା / ସଫ୍ଟୱେୟାର ସିଷ୍ଟମ / ସାଇବର ସୁରକ୍ଷା / ସିଷ୍ଟମ ଆଡମିନିଷ୍ଟ୍ରେସନ ଏବଂ ନେଟୱାର୍କିଂ / କମ୍ପ୍ୟୁଟର ସିଷ୍ଟମ ଏବଂ ନେଟୱାର୍କିଂ / ଡାଟା ଆନାଲିଟିକ୍ସ / କୃତ୍ରିମ ଇଣ୍ଟେଲିଜେନ୍ସ)

୨. BCA / BSc (କମ୍ପ୍ୟୁଟର ସାଇନ୍ସ / ସୂଚନା ପ୍ରଯୁକ୍ତିବିଦ୍ୟା) ସହିତ MCA ।

ଅଧିକ ପଢ଼ନ୍ତୁ: NITରେ ପୂରଣ ହେବ ୧୦୯ ପଦବୀ; ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

କେତେ ରହିଛି ପଦବୀ ସଂଖ୍ୟା ?

ଆଶାୟୀମାନେ ଆବେଦନ କରିବାକୁ ଥିବା ଏହି ଖାଲି ପଦବୀ ମୋଟ୍‌ ୩୫ଟି ରହିଛି । ଯେଉଁଥିରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଆବେଦନ କରାଯିବାପରେ ପ୍ରାର୍ଥୀମାନଙ୍କୁ ପରବର୍ତ୍ତୀ ମସୟରେ ମନୋନୀତ କରାଯିବ । ମନୋନୀତ ପ୍ରାର୍ଥୀଙ୍କୁ ଏକ ସ୍ୱଳ୍ପ ସେବା ଆୟୋଗ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ପ୍ରାରମ୍ଭରେ ଦଶ ବର୍ଷ ପାଇଁ ସେବାର ସୁଯୋଗ ଦିଆଯିବ । ପରବର୍ତ୍ତୀ ସମୟରେ ସେବା ଆୟୋଗ ପ୍ରଦାନର ସମୟସୀମା ୨ ଥର ବୃଦ୍ଧି କରାଯାଇପାରେ । ପ୍ରତ୍ୟେକ ଥର ଏହା ୨ ବର୍ଷ ବୃଦ୍ଧି ହୋଇପାରିବ । ଫଳରେ ମୋଟ୍‌ ଦୁଇଥର ବୃଦ୍ଧି କରାଗଲେ ଏହା ୪ ବର୍ଷ ବୃଦ୍ଧି ଘଟିବ।

ଭାତୀୟ ନୌ ସେନା ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ....