/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690968530.jpg)
NIACL AO recruitment 2023
କେନ୍ଦ୍ର ସରକାର ଅଧିନସ୍ଥ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (NIACL) ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଆଣ୍ଡ୍ ସ୍ପେଶାଲିଷ୍ଟ) (ସ୍କେଲ୍ ୧) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି।
Advertisment
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ www.newindia.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ - ୧ ଅଗଷ୍ଟ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୨୧ ଅଗଷ୍ଟ ୨୦୨୩
- ପ୍ରଥମ ପର୍ଯ୍ୟାୟ ଅନ୍ଲାଇନ୍ ପରୀକ୍ଷା (ଅବଜେକ୍ଟିଭ୍) - ୯ ସେପ୍ଟେମ୍ବର ୨୦୨୩
- ଦ୍ୱିତୀୟ ପର୍ଯ୍ୟାୟ ଅନ୍ଲାଇନ୍ ପରୀକ୍ଷା (ଅବଜେକ୍ଟିଭ୍ + ସବ୍ଜେକ୍ଟିଭ୍) - ୮ ଅକ୍ଟୋବର ୨୦୨୩
Advertisment
ଅଧିକ ପଢ଼ନ୍ତୁ: NITରେ ପୂରଣ ହେବ ୧୦୯ ପଦବୀ; ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ
ଖାଲି ପଦବୀ:
- ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ସ୍କେଲ ୧ କ୍ୟାଡରରେ ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଏବଂ ସ୍ପେଶାଲିଷ୍ଟ) ଙ୍କ ୪୫୦ ଟି ପଦବୀ ପୂରଣ ହେବ।
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୦ ବର୍ଷ
- ବୟସ ଗଣନା ୧ ଅଗଷ୍ଟ ୨୦୨୩ ଅନୁସାରେ ହେବ
ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି କ୍ଷେତ୍ରରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ
- ଡିଗ୍ରୀ ପରୀକ୍ଷାରେ ଅତି କମରେ ୬୦% ମାର୍କ
- SC / ST / PWBD ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ୫୫% ମାର୍କ
ଆବେଦନ ଶୁଳ୍କ:
- SC / ST / PWBD ପ୍ରାର୍ଥୀଙ୍କ ପାଇଁ – ୧୦୦ ଟଙ୍କା
- ଅନ୍ୟାନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ – ୮୫୦ ଟଙ୍କା
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ www.newindia.co.in କୁ ଯାଆନ୍ତୁ
- ହୋମ୍ପେଜ୍ରେ Recruitment ବିଭାଗରେ କ୍ଲିକ୍ କରନ୍ତୁ
- ତା’ପରେ Apply link ଉପରେ କ୍ଲିକ୍ କରନ୍ତୁ
- ପଞ୍ଜିକରଣ କରି ଆବେଦନ ଫର୍ମ ପୂରଣ କରନ୍ତୁ
- ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- ଆବେଦନ ଶୁଳ୍କ ପୈଠ କରନ୍ତୁ
- Submit ବଟମ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ ଆଉଟ୍ କାଢନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)