• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ୨୭ ଜୁଲାଇରୁ ଆରମ୍ଭ ହେବ । ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ agnipathvayu.cdac.in ୱେବସାଇଟ୍‌କୁ ଯାଇ ୧୭ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅନଲାଇନ୍‌ ଲିଖିତ ପରୀକ୍ଷା ୧୩ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ ଗଣିତ, ଫିଜିକ୍ସ ଓ ଇଂରାଜୀ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା ଆବଶ୍ୟବ । ସେହିପରି ପ୍ରାର୍ଥୀଙ୍କ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ରହିଥିବା ଦରକାର । କିମ୍ବା ୫୦ ପ୍ରତିଶତ ନମ୍ବର ସହ ତିନି ବର୍ଷିୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ତଥା ଫିଜିକ୍ସ ଓ ଗଣିତ ପରି ନନଭୋକେସନାଲ ବିଷୟରେ ୫୦ ପ୍ରତିଶତ ନମ୍ବର ସହ ଦୁଇ ବର୍ଷ ପାଠ ପଢ଼ିଥିବା ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ।

ଅଧିକ ପଢ଼ନ୍ତୁ: ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ ହେବା ଦରକାର । ଅର୍ଥାତ ପ୍ରାର୍ଥୀଙ୍କ ଜନ୍ମ ୨୭ ଜୁନ୍ ୨୦୦୩ରୁ ୨୭ ଡିସେମ୍ବର ୨୦୦୬ ମଧ୍ୟରେ ହୋଇଥିବା ଦରକାର ।

ଉଚ୍ଚତା:

  • ଆବେଦନ କରୁଥିବା ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୫୨.୫ ସେମି ଓ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ୧୫୨ ସେମି ହୋଇଥିବା ଆବଶ୍ୟକ ।
  • ପୁରୁଷ ପ୍ରାର୍ଥୀଙ୍କ ଛାତି ଅତି କମରେ ୭୭ ସେମି ହୋଇଥିବା ସହ ସେମାନେ ୫ ସେମି ପର୍ଯ୍ୟନ୍ତ ଛାତି ଫୁଲାଇ ପାରୁଥିବେ ।

ଚୟନ ପ୍ରକ୍ରିୟା

  • ଅନଲାଇନ୍ ଲିଖିତ ପରୀକ୍ଷା
  • ଶାରୀରିକ ପରୀକ୍ଷା
  • ମେଡିକାଲ ଟେଷ୍ଟ

ଅଧିକ ପଢ଼ନ୍ତୁ: HCL ବାହାର କଲା ବିଜ୍ଞପ୍ତି; ୧୦ମ ପାଶ୍‌ କରିଥିଲେ କରିପାରିବେ ଆବେଦନ

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

  • ବାୟୁସେନା ଅଗ୍ନିବୀରର ୪ ବର୍ଷର ଟ୍ରେନିଂ ସମୟରେ ୪୮ ଲକ୍ଷ ଟଙ୍କା ମେଡିକାଲ ଇନସ୍ୟୁରାନ୍ସ ଦିଆଯିବ ।
  • ଅଗ୍ନିବୀର ଗ୍ରାଚୁଇଟି ପାଇବାର ଅଧିକାର ପାଇବେ ନାହିଁ ।
  • ଚାକିରି କାଳ ସମୟରେ ଅଗ୍ନିବୀର ଇଣ୍ଡିଆନ୍ ଏୟାରଫୋର୍ସର ହସ୍ପିଟାଲ ଓ ଇଣ୍ଡିଆନ୍‌ ଏୟାରଫୋର୍ସର ସିଏସ୍‌ଡି କ୍ୟାଣ୍ଟିନ୍‌ର ଲାଭ ଉଠାଇ ପାରବେ ।
  • ଅଗ୍ନିବୀରଙ୍କୁ ବାର୍ଷିକ ୩୦ ଦିନ ଛୁଟି ମିଳିବ । ଏହା ବ୍ୟତୀତ ଡାକ୍ତରଙ୍କ ପରାମର୍ଶ କ୍ରମେ ସିକ୍‌ ଲିଭ୍‌ ନେଇପାରିବେ ଅଗ୍ନିବୀର ।