Advertisment

ଦଶମ ପାଶ କରିଥିଲେ ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ଚାକିରି

ବିଭିନ୍ନ ପଦବୀ ପାଇଁ ଇଣ୍ଡିଆନ୍ କୋଷ୍ଟ ଗାର୍ଡ (ICG) ନିଯୁକ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କେବଳ ଅଫ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିବାକୁ ପଡିବ।

author-image
Pramod Behera
Indian coast guard recruitment driver mts posts vacancy

Indian coast guard recruitment driver mts posts vacancy

ଇଣ୍ଡିଆନ୍ କୋଷ୍ଟ ଗାର୍ଡ (ICG) ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ (OG), ମୋଟର ଟ୍ରାନ୍ସପୋର୍ଟ ଫିଟର (ମେକାନିକାଲ୍), ମଲ୍ଟି ଟାସ୍କିଂ ଷ୍ଟାଫ୍ (ମୋଟର ଟ୍ରାନ୍ସପୋର୍ଟ କ୍ଲିନର୍) ସହିତ ବିଭିନ୍ନ ପଦବୀରେ ନିଯୁକ୍ତି ବାହାର କରିଛି। ଏହି ନିଯୁକ୍ତି ପାଇଁ ବିଜ୍ଞାପନ ଜୁଲାଇ ୧ ରୁ ୭ ପର୍ଯ୍ୟନ୍ତ ନିଯୁକ୍ତି ଖବରକାଗଜରେ ପ୍ରକାଶିତ ହୋଇଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କେବଳ ଅଫ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିବାକୁ ପଡିବ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ - ୦୧ ଜୁଲାଇ ୨୦୨୩
  • ଆବେଦନ ଶେଷ – ୧୪ ଅଗଷ୍ଟ ୨୦୨୩

ଖାଲି ପଦବୀ:

  • ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର – ୧ଟି ପୋଷ୍ଟ
  • ମୋଟର ଟ୍ରାନ୍ସପୋର୍ଟ (ମେକାନିକାଲ୍) – ୨ଟି ପୋଷ୍ଟ୍
  • ମଲ୍ଟି ଟାସ୍କିଂ ଷ୍ଟାଫ୍ – ୫ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ଦଶମ ପାଶ୍‌ କରିଥିବା ଉଚିତ
  • ଟ୍ରାନ୍ସପୋର୍ଟ ଡ୍ରାଇଭର ପଦ ପାଇଁ ଭାରୀ କିମ୍ବା ହାଲୁକା ମୋଟର ଯାନ ଡ୍ରାଇଭିଂ ଲାଇସେନ୍ସ ଥିବ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମାରେ କୋହଳ ମିଳିବ

ଆବେଦନ ଫର୍ମ ପଠାଇବାର ଠିକଣା:

ଡାଇରେକ୍ଟର୍ ଜେନେରାଲ୍, କୋଷ୍ଟଗାର୍ଡ ହେଡ୍‌କ୍ୱାର୍ଟର୍ସ, ଡାଇରେକ୍ଟର ଅଫ୍ ରିକ୍ରୁଟ୍‌ମେଣ୍ଟ୍, ସି -1, ଫେଜ୍ ୨, ଇଣ୍ଡଷ୍ଟ୍ରିଆଲ୍ ଏରିଆ, ନୋଏଡା, ୟୁପି-୨୦୧୩୦୯।

ସରକାରୀ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏଠାରେ କ୍ଲିକ୍ କରନ୍ତୁ।

Govt Jobs Indian Coast Guard Jobs Indian Coast Guard Recruitment Indian Coast Guard Vacancy
Advertisment
Advertisment