/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700202433.jpg)
Xi Jinping-Joe Biden meeting
ବିଶ୍ୱର ଦୁଇ କ୍ଷମତାଶାଳୀ ନେତାଙ୍କ ମଧ୍ୟରେ ଆଲୋଚନା। ସଂପର୍କ ସୁଧାରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଛି ବହୁ ପ୍ରତୀକ୍ଷିତ ଶିଖର ବୈଠକ। ପ୍ରତିରକ୍ଷାସ୍ତରରେ ସିଧାସଳଖ ଯୋଗାଯୋଗ ରଖିବାକୁ ଉଭୟ ନେତା ରାଜି ହୋଇଛନ୍ତି। ତେବେ ତାଇୱାନ ପ୍ରସଙ୍ଗକୁ ନେଇ ଚୀନ ଜିଦ୍ ରେ ଅଟଳ ଥିବାରୁ ଆଲୋଚନାରେ ହୋଇଥିବା ରାଜିନାମା କେତେ କାର୍ଯ୍ୟକାରୀ ହେବ ତାକୁ ନେଇ ସନ୍ଦେହ ରହିଛି।...
ତେବେ ଏହି ବୈଠକ ଔପଚାରିକ ନା ଏଥିରେ ରହିଛି ଆନ୍ତରିକତା। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଶିଖର ବୈଠକକୁ ନେଇ ଉଠିଛି ଏମିତି ପ୍ରଶ୍ନ। କାରଣ ତାଇୱାନ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଅନ୍ୟପକ୍ଷରେ ସଂପର୍କ ସୁଧୁରିବା ନେଇ ଦୁଇ ଦେଶ ଯାହା କହୁଛନ୍ତି ତାହା ପରସ୍ପରର ବିରୋଧାଭାସ କରୁଛି। ବାଇଡେନ କହିଛନ୍ତି ମୁଁ ୱାନ ଚାଇନା ପିଲିସରେ କାଏମ୍ ରହିଛି। ତାଇୱାନର ସର୍ବଭୌମତ୍ୱ ବଜାୟ ରଖାଯିବା ବୋଲି ସେ ବାରମ୍ବାର କହିଆସୁଛନ୍ତି।
ଅଧିକ ପଢ଼ନ୍ତୁ: କାହିଁକି ବନ୍ଧୁ ତାଲିବାନର ଶତ୍ରୁ ପାଲଟିଲା ପାକିସ୍ତାନ ? ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା..
ଅନ୍ୟପକ୍ଷରେ ତାଇୱାନକୁ ଯେକୌଣସି ପ୍ରକାରେ ଚୀନରେ ସାମିଲ କରାଯିବ ବୋଲି ଜିନପିଙ୍ଗ ସ୍ପଷ୍ଟ କରିସାରିଛନ୍ତି। ଅନ୍ୟପକ୍ଷରେ ତାଇୱାନ ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗିଯିବା ଆଶଙ୍କା ଥିବାରୁ ଏହାକୁ ନେଇ ବିଶ୍ୱବ୍ୟାପୀ ଉତ୍କଣ୍ଠା ଲାଗି ରହିଛି। ତେଣେ କଥାବାର୍ତ୍ତା ସକାରାତ୍ମକ ଥିବା ୱାଶିଂଟନ କହିଥିବା ବେଳେ ଜିନପିଙ୍ଗକୁ ପୁଣି ଏକଛତ୍ର ଶାସକ କହିଛନ୍ତି ବାଇଡେନ୍। ଗତବର୍ଷ ବାଇଡେନ ଜିନିପିଙ୍ଗକୁ ଡିକ୍ଟେଟର କହିବା ନେଇ ଦୃଢ଼ ବିରୋଧ କରିଥିଲା ବେଜିଂ। ତେଣୁ ଛକଫଞ୍ଝାରେ ରହୁଥିବା ଦୁଇ ଦେଶଙ୍କ ମଧ୍ୟରେ କିଭଳି ସଂପର୍କ ସୁଧୁରିବ ବୋଲି ପ୍ରଶ୍ନ ଉଠିଛି।...
ପ୍ରତିରକ୍ଷାସ୍ତରରେ ସିଧାସଳଖ ସଂପର୍କ ପ୍ରତିଷ୍ଠା, ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ହଟ୍ ଲାଇନ ପ୍ରତିଷ୍ଠା ଓ ହମାସ-ଇସ୍ରାଏଲ ସଂଘର୍ଷ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ତେବେ ଚୀନ ଯାହା କୁହେଁ କେବେ ତାହା କରେନି। ଏଣୁ କଥାବାର୍ତ୍ତାରେ ଆନ୍ତରିକତାର ଘୋର ଅଭାବ ଥିବା ସ୍ପଷ୍ଟ ହେଉଥିବା ବେଳେ ଆଗାମୀ ଦିନରେ ଦୁଇ ଦେଶର ସଂପର୍କ କି ମୋଡ ନେଉଛି ତା ଉପରେ ନଜର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)