X / Twitter down: 'X'ର ଗ୍ଲୋବାଲ୍ ଆଉଟେଜ୍, ଦିନକରେ ତିନି ଥର ଠପ୍ ପଡ଼ିଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ

‘ଏକ୍ସ’ ସୋସିଆଲ୍ ସାଇଟ୍ ଆଦି କେବଳ ଭାରତ ନୁହେଁ, ସାରା ବିଶ୍ବରେ ଦିନର ବିଭିନ୍ନ ସମୟରେ ଅଚଳ ହୋଇଥିବା ସୂଚନା ମିଳିଛି ।

'X'ର ଗ୍ଲୋବାଲ୍ ଆଉଟେଜ୍

ଏକ୍ସର ଗ୍ଲୋବାଲ୍ ଆଉଟେଜ୍ । ଆଜି ଦିନକ ଭିତରେ ତିନି ତିନି ଥର ଠପ୍ ହୋଇ ପଡ଼ିଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ । ପୂର୍ବରୁ ଟ୍ବିଟର ଭାବେ ପରିଚିତ ଥିବା ‘ଏକ୍ସ’ ସୋସିଆଲ୍ ସାଇଟ୍ ଆଦି କେବଳ ଭାରତ ନୁହେଁ, ସାରା ବିଶ୍ବରେ ଦିନର ବିଭିନ୍ନ ସମୟରେ ଅଚଳ ହୋଇଥିବା ସୂଚନା ମିଳିଛି । ଭାରତୀୟ ସମୟ ଅନୁସାରେ, ପ୍ରଥମେ ଅପରାହ୍ଣ ସାଢ଼େ ୩ଟାରେ, ପରେ ସନ୍ଧ୍ୟା ୭ଟାରେ ଏବଂ ପୁଣି ରାତି ୮ଟା ୪୪ରେ ଟ୍ବିଟର୍ ଡାଉନ୍ ଥିଲା ।

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଉଛନ୍ତି ବାଂଲା ଅନୁପ୍ରବେଶକାରୀ, ଅପରାଧ ବି ଘଟାଉଛନ୍ତି

ଏହାର କାରଣ ଏବେବି ଅସ୍ପଷ୍ଟ ଥିବା ବେଳେ, ବର୍ତ୍ତମାନ ପୁଣି ଏହା କାର୍ଯ୍ୟକ୍ଷମ ହେଉଥିବା ସୂଚନା ମିଳିଛି । ଆଉଟେଜ୍ ବେଳେ ଏକ୍ସର ଆପ୍ କିମ୍ବା ୱେବସାଇଟ୍ ବ୍ୟବହାର କରିପାରିନଥିଲେ ୟୁଜର୍ । ଭାରତ, ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଓ କାନାଡ଼ର ପ୍ରାୟ ୪୦ ହଜାର ୟୁଜର୍ ଏନେଇ ବିଭିନ୍ନ ପ୍ଲାଟଫର୍ମରେ ଅଭିଯୋଗ କରିଥିଲେ । ଭାରତରୁ ରିପୋର୍ଟ କରିଥିଲେ ୨ ହଜାରରୁ ଅଧିକ ୟୁଜର୍ ।

ଆଜି ଭାରତ ସମୟ ଅପରାହ୍ନ ପ୍ରାୟ ୩ଟା ସମୟରେ ‘X’ରେ ଆଉଟେଜ୍‌ ରିପୋର୍ଟ କରାଯାଇଥିଲା । ଯାହା ଫଳରେ ଉପଭୋକ୍ତାମାନେ ବହୁତ ସମୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ଉପଭୋକ୍ତା ପ୍ଲାଟଫର୍ମରେ କିଛି ପୋଷ୍ଟ କରିପାରିନଥିଲା ।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ୨୦୨୨ ମସିହାରେ ୪୪ ବିଲିୟନ ଆମେରିକୀୟ ଡଲାରରେ ‘X’କୁ ଅଧିଗ୍ରହଣ କରିଥିଲେ । ସେବେଠାରୁ, ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଏବଂ ଅପଡେଟ୍ ହୋଇଛି । କିନ୍ତୁ ଏତେ ବଡ଼ ବିଭ୍ରାଟ ବହୁତ ଦିନ ଧରି ଦେଖାଯାଇ ନଥିଲା। ଡାଉନଟାଇମ୍ ସମୟରେ, X ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରିଦେଲା । ଏହି ସମୟ ମଧ୍ୟରେ ବ୍ୟବହାରକାରୀମାନେ ପ୍ଲାଟଫର୍ମରେ ଟ୍ୱିଟ୍ ପୋଷ୍ଟ କରିପାରିଲେ ନାହିଁ କିମ୍ବା ପୃଷ୍ଠା ଖୋଲି ପାରିନଥିଲେ ।

ଅଧିକ ପଢ଼ନ୍ତୁ: ଭଗବାନଙ୍କୁ ପୂଜିବା ଅପରାଧ; ଏଠି ନାଁ ଅଛି ମନ୍ଦିର ନାଁ ପୂଜା କରିବାକୁ ଅନୁମତି