• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପର୍ଯ୍ୟଟକଙ୍କ ପାଇଁ ୫ ଲକ୍ଷ ଫ୍ଲାଇଟ୍‌ ଟିକଟ ଫ୍ରି କଲେ ସରକାର । ଆଶ୍ଚର୍ଯ୍ୟ ଲାଗୁଛି କି ? ଆଉ ମନରେ ପ୍ରଶ୍ନ ଆସୁଛି କି, କିଏ କେଉଁଠି କେଉଁ ସରକାର ଫ୍ଲାଇଟ୍‌ ଟିକଟ ଫ୍ରି’ କଲେ ? ତେବେ ଉତ୍ତର ହେଲା ହଂକଂ । ସ୍ଥାନୀୟ ସରକାର ପକ୍ଷରୁ ୫ଲକ୍ଷ ଫ୍ଲାଇଟ୍‌ ଟିକଟ ମାଗଣା କରାଯାଇଛି । କୋଭିଡ୍‌ ଦାଉରେ ଗତ ୩ ବର୍ଷ ଧରି ହନ୍ତସନ୍ତ ହେବା ପରେ ଏବେ ସରକାରଙ୍କ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି । କୋଭିଡ ପାଇଁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ ହୋଇପଡ଼ିଥିବା ବେଳେ ଏହାକୁ ପୁଣି ଥରେ ଛିଡ଼ା କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି । କୋଭିଡ ଭୟ ଦୂର ହେବା ପରେ ପର୍ଯ୍ୟଟନ ଶିଳ୍ପକୁ ପୁଣି ଥରେ ଛିଡ଼ା କରିବା ପାଇଁ ସରକାର ପ୍ରାଣପଣେ ଉଦ୍ୟମ ଆରମ୍ଭ କରି.ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଯାତ୍ରୀଙ୍କୁ ନିମ୍ନ ଶ୍ରେଣୀରେ ନେଲେ ଟିକଟ ରାଶି ଫେରାଇବେ ଏୟାରଲାଇନ୍ସ

ସରକାରଙ୍କ ପକ୍ଷରୁ ଏକ କ୍ୟାମ୍ପେନ୍‌ ‘ହାଲୋ ହଂକଂ’ ମଧ୍ୟ ଆରମ୍ଭ କରାଯାଇଛି । ଏଥିରେ ଦକ୍ଷିଣ ଚୀନ୍‌ର ସୁନ୍ଦର କାହାଣୀ ଓ ପର୍ଯ୍ୟଟନସ୍ଥଳିକୁ ସ୍ଥାନ ଦିଆଯାଇଛି । ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ହଂକଂ ସରକାର ପକ୍ଷରୁ ଜୋରଦାର ପ୍ରୟାସ ହୋଇଛି । ଏହାସହ ପୁଣିଥରେ ବ୍ୟସାୟୀଙ୍କୁ ଆକୃଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରାଯାଇଛି । ବ୍ୟବସାୟ ଅନୁକୂଳ ବାତାବରଣ ମଧ୍ୟ ସୃଷ୍ଟି କରାଯାଉଛି ।

ଏବେ ନୋ ଆଇସୋଲେସନ୍‌, ନୋ କ୍ୱାରେଣ୍ଟାଇନ୍‌, ନୋ ରେଷ୍ଟ୍ରିକ୍‌ସନ୍‌ରେ ଯେକୌଣସି ପର୍ଯ୍ୟଟକ ବା ବ୍ୟବସାୟୀ ହଂକଂରେ ପ୍ରବେଶ କରିପାରିବେ । ଏବେ ୫ ଲକ୍ଷ ଟିକଟ ଫ୍ରି କରାଯାଇଛି । ଆଗକୁ ଗ୍ରୀଷ୍ଣର ମଜା ନେବା ପାଇଁ ପୁଣି ଥରେ ୮୦ ହଜାର ଟିକଟ ଫ୍ରି କରାଯିବ ବୋଲି ମଧ୍ୟ ସୂଚନା ରହିଛି । ହଂକଂ ପକ୍ଷରୁ ଏହା ପର୍ଯ୍ୟଟକଙ୍କୁ ବିଶ୍ୱର ସବୁଠାରୁ ବଡ଼ ସ୍ୱାଗତ ବୋଲି ମଧ୍ୟ କୁହାଯାଉଛି ।

ନାଚ-ଗୀତ କରି ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଏହି କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି । ଏହାସହ ରସିଆନ୍‌, ସ୍ପାନିସ୍‌ ଭଳି ବିଭିନ୍ନ ଭାଷାରେ ସ୍ଲୋଗାନ୍‌ ମଧ୍ୟ ଦିଆଯାଇଛି । ତେବେ ଏୟାରଲାଇନ୍ସ କ୍ୟାଥି ପ୍ୟାସିଫିକ୍‌, ହଂକଂ ଏକ୍ସପ୍ରେସ୍‌ ଏବଂ ହଂକଂ ଏୟାରଲାଇନ୍ସରେ ଏହି ମାଗଣା ଟିକଟ ଉପଲବ୍ଧ ହେବ । ମାର୍ଚ୍ଚ ୧ରୁ ଏହି ଫ୍ରି ଟକଟ ଉପଲବ୍ଧ ହେବ ବୋଲି କୁହାଯାଇଛି ।