Advertisment

ଯାତ୍ରୀଙ୍କୁ ନିମ୍ନ ଶ୍ରେଣୀରେ ନେଲେ ଟିକଟ ରାଶି ଫେରାଇବେ ଏୟାରଲାଇନ୍ସ

ଡିଜିସିଏ ପକ୍ଷରୁ କଡାକ଼ଡି ହେଲା ନିୟମ

author-image
Chandan Shishu
Airlines may be forced to provide seats for free under new ticket downgrading rules

Airlines may be forced to provide seats for free under new ticket downgrading rules

ଯାତ୍ରୀଙ୍କୁ ନିମ୍ନ ଶ୍ରେଣୀରେ ନେଲେ ଟିକଟ ରାଶି ଫେରାଇବେ ଏୟାରଲାଇନ୍ସ। ଏ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।  ବିମାନରେ ଯେଉଁ ଶ୍ରେଣୀର ଟିକଟ ଯାତ୍ରୀମାନେ କରିଥାନ୍ତି ଅନେକ ସମୟରେ ସେହି ଶ୍ରେଣୀରେ ସେମାନଙ୍କୁ ଯିବା ଆସିବା ସୁଯୋଗ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇ ଆସୁଛି।

Advertisment

ତେଣୁ ପ୍ରିମିୟମ ଇକୋନୋମି, ବିଜନେସ୍ ବା ପ୍ରଥମ ଶ୍ରେଣୀର ଟିକଟ କିଣିଥିବା ଯାତ୍ରୀଙ୍କୁ ଏୟାରଲାଇନ୍ ଯଦି ଏହାଠାରୁ କମ୍ ଶ୍ରେଣୀରେ ନିଏ ତେବେ ଯାତ୍ରୀଙ୍କୁ ଟିକଟ ବାବଦ ଅର୍ଥ ରାଣି ସମ୍ପୂର୍ଣ୍ଣ ଫେରାଇବାକୁ ନିର୍ଦ୍ଦେଶ ରହିଛି।

ଏହା ସହ ବିମାନରେ ଉବଲବ୍ଧ ଥିବା ଶ୍ରେଣୀରେ ମାଗଣାରେ ଯିବାର ସୁବିଧା ପ୍ରଦାନ କରିବ ଏୟାରଲାଇନ୍ସ। ବିଭିନ୍ନ ସମୟରେ ଚେକ୍ ଇନ୍ ସମୟରେ ଯାତ୍ରୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିବା ପରେ ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।   

Advertisment
DGCA Airlines
Advertisment
Advertisment