• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୀନ୍‌ର ମହାରାଣୀ ୱୁ ଜେଟିଆନ୍ ଦୁନିଆର ସବୁଠାରୁ ଧନୀ ମହିଳା ଥିଲେ । ତାଙ୍କ ପାଖରେ ବର୍ତ୍ତମାନର ମୂଲ୍ୟ ଅନୁସାରେ ୧୬ ଟ୍ରିଲିୟନ ଡଲାରର ସମ୍ପତ୍ତି ଥିଲା । ଏହି ସମ୍ପତ୍ତି ବର୍ତ୍ତମାନ ବଡ଼ ବଡ଼ ଧନୀଙ୍କ ସମ୍ପତ୍ତିଠାରୁ ଢ଼େର ଗୁଣା ଅଧିକ । ସେ ତାଙ୍ଗ ରାଜବଂଶର ମହାରାଣୀ ଥିଲେ । ସେ ୬୯୦ ରୁ ୭୦୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ । ସେ ଚୀନ୍‌ର ପ୍ରଥମ ଏବଂ ଏକମାତ୍ର ମହିଳା ସମ୍ରାଟ ଥିଲେ । ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଏବଂ ରତନ ଟାଟାଙ୍କ ସମ୍ପତ୍ତି ମିଶିଲେ ବି ‘ୱୁ’ଙ୍କ ସମ୍ପତ୍ତିଠାରୁ କମ୍ ହେବ ।

ମହାରାଣୀ ‘ୱୁ’ ଜେଟିୟାନ୍‌ଙ୍କ ଜନ୍ମ ୬୨୪ ଖ୍ରୀଷ୍ଟାବ୍ଦରେ ଶାଂକ୍ସି ପ୍ରଦେଶରେ ହୋଇଥିଲା । ତାଙ୍କ ପିତା ଜଣେ କାଠ ବ୍ୟବସାୟୀ ଥିଲେ । ସେ ପିଲାଦିନରୁ ବହୁତ ବୁଦ୍ଧିମାନ ଥିଲେ । ୧୪ ବର୍ଷ ବୟସରେ ସେ ଟାଙ୍ଗ କୋର୍ଟରେ ସଚିବ ହୋଇଥିଲେ।

ଅଧିକ ପଢ଼ନ୍ତୁ: କିଏ ବିଶ୍ୱର ସବୁଠୁ ଧନୀ ମହିଳା ? ଆଶ୍ଚର୍ଯ୍ୟ କରିଦେବ ସମ୍ପତ୍ତି ମୂଲ୍ୟ

ସମ୍ରାଟ ତାଇଜୋଙ୍ଗଙ୍କ ମୃତ୍ୟୁ ପରେ ସେ ଏକ ବୌଦ୍ଧ ମଠକୁ ଚାଲିଯାଇଥିଲେ । କିନ୍ତୁ ସମ୍ରାଟ ଗୋଜୋଙ୍ଗଙ୍କ ସହ ତାଙ୍କର ସମ୍ପର୍କ ଯୋଗୁଁ ପୁଣି ସେ ରାଜପ୍ରାସାଦକୁ ଫେରିବାକୁ ବାଧ୍ୟ ହେଲେ । ସମ୍ରାଟ ଗୋଜୋଙ୍ଗ ମୃତ ସମ୍ରାଟଙ୍କ ପୁଅ ତଥା ଉତ୍ତରାଧିକାରୀ ଥିଲେ। ଜେଟିୟାନ୍ ତାଙ୍କର ରକ୍ଷିତା ଥିଲେ ।

ନିଜର ଚତୁରତା ସହିତ ସେ ଖୁବ୍‌ଶୀଘ୍ର ସମ୍ରାଟ ୱାଙ୍ଗଙ୍କୁ ହଟାଇ ୬୫୫ ଖ୍ରୀଷ୍ଟାବ୍ଦରେ ନିଜକୁ ସମ୍ରାଟ କଲେ । ଯେତେବେଳେ ସମ୍ରାଟ ଗୋଜୋଙ୍ଗ ଅସୁସ୍ଥ ହେଲେ, ସେ ସମ୍ରାଟ ୱୁ ଜେଟିଆନଙ୍କୁ ରାଜତ୍ୱ ହସ୍ତାନ୍ତର କଲେ । ଏହାପର ଠାରୁ ତାଙ୍କର ଐତିହାସିକ ଶାସନର ଆରମ୍ଭ ହେଲା ।

ସମ୍ରାଟ ୱୁ’ ଜଣେ ବିଦ୍ୱାନ, ଦୂରଦୃଷ୍ଟି ସମ୍ପନ୍ନ ଏବଂ ଜଣେ ଉତ୍ତମ ବକ୍ତା ଥିଲେ । ସେ ଅନେକ କଲ୍ୟାଣ କାମ କରିଛନ୍ତି । ସେ ଚାଷୀଙ୍କ ଟିକସ ହ୍ରାସ କରିଥିଲେ । ଏହାଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ଏବଂ ରାଜ୍ୟର ରାଜସ୍ୱ ମଧ୍ୟ ବୃଦ୍ଧି ପାଇଲା । ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସେ ସିଲ୍କ୍ ରୋଡ୍ ଖୋଲିଥିଲେ |

ତେବେ, ସମ୍ରାଟ ୱୁ ଜେଟିୟାନ୍ କିଛି ନିଷ୍ଠୁର ନିଷ୍ପତ୍ତି ମଧ୍ୟ ନେଇଥିଲେ । କୁହାଯାଏ ଯେ ସେ ନିଜ ପିଲାମାନଙ୍କୁ ହତ୍ୟା କରିଥିଲେ। ଏହା ମଧ୍ୟ କୁହାଯାଏ ଯେ ସେ ପାୱାର ଲୋଭୀ ଏବଂ ସନ୍ଦେହୀ ପ୍ରକୃତିର ଥିଲେ ।

ଐତିହାସିକ ଦଲିଲ ଅନୁଯାୟୀ, ସେ ତାଙ୍କ ଝିଅକୁ ହତ୍ୟା କରିଥିଲେ। ସେ ତାଙ୍କ ପୁତ୍ରମାନଙ୍କୁ ମଧ୍ୟ ସିଂହାସନରୁ ଓହ୍ଲାଇ ଦେଇଥିଲେ । ଯେଉଁମାନେ ତାଙ୍କ ପୂର୍ବରୁ ସମ୍ରାଟ ଥିଲେ । କିନ୍ତୁ ୱୁ ତାଙ୍କର ୧୫ ବର୍ଷର ଶାସନ କାଳରେ ଚୀନ୍ ସାମ୍ରାଜ୍ୟକୁ ବହୁଗୁଣିତ କରିଥିଲେ ।

ସମ୍ରାଟ ୱୁ ଜେଟିୟାନଙ୍କ ଜୀବନ ବିବାଦରେ ପରିପୂର୍ଣ୍ଣ ଥିଲା । କିନ୍ତୁ ସେ ଚୀନ୍ ଇତିହାସର ସବୁଠାରୁ ଶକ୍ତିଶାଳୀ ଏବଂ ଧନୀ ଶାସକମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଚୀନ୍‌ର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now