• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କିଏ ବିଶ୍ୱର ସବୁଠୁ ବଡ଼ ଧନୀ ? ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଏଲନ ମସ୍କ, ଜେଫ ବେଜସ୍  ଓ ମୁକେଶ ଅମ୍ବାନୀଙ୍କ ଭଳି ଏକାଧିକ ନାମ ଆପଣ ଶୁଣିଥିବେ । ମାତ୍ର ଭାବିଛନ୍ତି କି ? ଏମାନଙ୍କ ମୋଟ ସଂପତ୍ତି ଠାରୁ କିଏ ଅଧିକ ଧନୀ ହୋଇପାରିବେ ? ରୋଚକ କଥା ଏହା ଯେ ଇତିହାସରେ ଏପରି ଜଣେ ଧନୀଙ୍କ କଥା ରହିଛି, ଯିଏ ହେଉଛନ୍ତି ଚୀନର ମହାରାଣୀ ୱୁ ।

ଟାଙ୍ଗ୍ ରାଜବଂଶ ସମୟରେ ରାଜତ୍ୱ କରୁଥିବା ଏମ୍ପ୍ରେସ ୱୁ, ବିଶ୍ୱର ସବୁଠାରୁ ଧନୀ ମହିଳାର ଆଖ୍ୟା ପାଇଛନ୍ତି । ତାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୬ ଟ୍ରିଲିୟନ୍ ଆମେରିକୀୟ ଡଲାର । ଏହି ସଂଖ୍ୟା ମସ୍କ, ଅମ୍ବାନୀ, ବେଜସ, ଆଦାନୀଙ୍କ ସମେତ ଆଜିର ଶ୍ରେଷ୍ଠ ବିଲିୟନେୟାରଙ୍କ ମିଳିତ ସମ୍ପତ୍ତି ଠାରୁ ମଧ୍ୟ ଅଧିକ । 

ଯେବେ ସବୁଠୁ ଧନୀ ବ୍ୟକ୍ତିଙ୍କ କଥା ଆସେ, ସାଧାରଣତଃ ଏଲନ ମସ୍କ, ଲୁଇସ ଭୁଇଟନ ମାଲିକ ବର୍ନାଡ ଅର୍ନାଉଲ୍ଟ, ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜସ୍, ଓ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଭଳି ସମକାଳୀନ ନାମ ମନକୁ ଆସିଯାଏ । ହେଲେ ବହୁତ କମ ଲୋକ ଜାଣିଛନ୍ତି, ମହାରାଣୀ ୱୁଙ୍କ ସମ୍ପତ୍ତି ଏ ସମସ୍ତଙ୍କୁ ପଛରେ ପକାଇଦେଇଛି । 

ମହାରାଣୀ ୱୁଙ୍କର ଅମାପ ସମ୍ପତ୍ତି ରହିଛି, ଯାହାର ଅନୁମାନିକ ମୂଲ୍ୟ ୧୬ ଟ୍ରିଲିଅନ ଆମେରିକୀୟ ଡଲାର । ଏହା ତାଙ୍କୁ ଏକ ଅଲଗା ଶ୍ରେଣୀରେ ସ୍ଥାନ ଦେଉଛି । ମସ୍କଙ୍କର ମୋଟ୍ ସମ୍ପତ୍ତି ୨୨୯ ବିଲିୟନ ଆମେରିକୀୟ ଡଲାର, ବେଜସଙ୍କର ୧୭୪ ବିଲିୟନ ଆମେରିକୀୟ ଡଲାର ଓ ଅମ୍ବାନୀଙ୍କର ୧୦୬.୨ ବିଲିୟନ ଆମେରିକୀୟ ଡଲାର ।

ମହାରାଣୀ ୱୁଙ୍କୁ  ଜଣେ ଚତୁର ଓ ଶକ୍ତିଶାଳୀ ଶାସକ ଭାବେ ଐତିହାସିକ ବର୍ଣ୍ଣନା କରିଛନ୍ତି । ନିଜର ପ୍ରଭୂତ୍ୱ ବୟାନ ରଖିବା ପାଇଁ ସେ ବିଭିନ୍ନ ରଣନୀତି ବ୍ୟବହାର କରିଛନ୍ତି । ଏମିତି କି ନିଜର ସ୍ଥିତି ସୁରକ୍ଷିତ ରଖିବା ସକାଶେ ସେ ନିଜର ପିଲାମାନଙ୍କୁ ମଧ୍ୟ ଶେଷ କରିଦେଇଥିଲେ । ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ତାଙ୍କର ଶାସନକାଳ ମଧ୍ୟରେ ଚୀନି ସାମ୍ରାଜ୍ୟ, ମଧ୍ୟ ଏସିଆରେ ମଧ୍ୟ ବିସ୍ତାର ହୋଇଥିଲା ।

ତାଙ୍କର ନେତୃତ୍ୱରେ ଚୀନି ଅର୍ଥବ୍ୟବସ୍ଥାର ବିକାଶ ହୋଇଥିଲା ଓ ଚା' ଓ ରେଷମ ବ୍ୟବସାୟ ବ୍ୟାପକ ହୋଇଥିଲା । ତାଙ୍କର ଶାସନ ସମୟରେ ଚୀନ୍ ର ଆର୍ଥିକ ଅଭିବୃଦ୍ଧି ଲିପିବଦ୍ଧ ରହିଛି, ଯାହାକି ଚୀନ୍ ର ସମୃଦ୍ଧିରେ ତାଙ୍କର ପ୍ରଭାବକୁ ଦର୍ଶାଉଛି । 

OTV is now on Whatsapp

Join and get latest news update delivered to you via whatsapp

Join Now