• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯାହା ଆଜିବି ଆଶ୍ଚର୍ଯ୍ୟ ହୋଇରହିଯାଇଛି । କେତେକ ସ୍ଥାନକୁ ଦୁନିଆର ରହସ୍ୟମୟ ସ୍ଥାନ ବୋଲି କୁହାଯାଉଥିବାବେଳେ ଆଉ କିଛି ସ୍ଥାନକୁ ନେଇ ଲୋକମାନେ ବେଶ୍‌ ଚର୍ଚ୍ଚାର କରିଥା’ନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ କେବେବି ଜାଣିନଥିବେ । କାରଣ ଯେଉଁଠାକୁ ପର୍ଯ୍ୟଟକମାନେ ଯିବାମାତ୍ରେ ଆଉ ଫେରିନାହାନ୍ତି ।

ଏପରି ଏକ ସ୍ଥାନ ରହିଛି ତୁର୍କୀରେ । କୁହାଯାଏ ତୁର୍କୀରେ ରହିଥିବା ଏହି ମନ୍ଦିରକୁ ଯେଉଁ ପରିଦର୍ଶକମାନେ ଆସିଛନ୍ତି ସେମାନେ ଆଉ ଫେରିଯାଇନାହାନ୍ତି । ଅନେକ ଲୋକ ରହସ୍ୟମୟ ଭାବେ ଏଠାରେ ମୃତ୍ୟୁବରଣ କରିଛନ୍ତି । ଯାହାଫଳରେ ଏଠାକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ବାରଣ କରାଯାଏ ।

ଏହି ରହସ୍ୟମୟ ମନ୍ଦିର ତୁର୍କୀର ପ୍ରାଚୀନ ସହର ହେରାପୋଲିସରେ ରହିଛି । ଏହି ସ୍ଥାନ ବିଷୟରେ କୌଣସି ଲୋକ ଅଧିକ ସୂଚନା ଦେଇପାରନ୍ତି ନାହିଁ । ହେଲେ ଏଠାରେ ବସବାସ କାରୁଥିବା ଲୋକମାନେ ଏହି ରହସ୍ୟମୟ ମନ୍ଦିରକୁ ନେଇ କିଛି କହୁଥିବା ଶୁଣିବାକୁମିଳେ ।

ମନ୍ଦିରକୁ ନେଇ ସ୍ଥାନୀୟ ଲୋକେ କ’ଣ କୁହନ୍ତି:

ଲୋକମାନଙ୍କ କହିବା ଅନୁସାରେ ଏହି ମନ୍ଦିର ବାହାରେ ଏକ ଦ୍ୱାର ଅଛି, ଯାହା ହେଉଛି ନର୍କର ଦ୍ୱାର । ଜଣେ ବ୍ୟକ୍ତି ସେହି ଦ୍ୱାର ନିକଟକୁ ଯିବା ମାତ୍ରେ ମରିଯାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, କେବଳ ମଣିଷ ନୁହଁନ୍ତି ପଶୁମାନେ ମଧ୍ୟ ଏହି ଦ୍ୱାର ନିକଟକୁ ଯିବାମାତ୍ରେ ଆଉ ଫେରନ୍ତିନାହିଁ । ଅର୍ଥାତ୍‌ ସେମାନଙ୍କର ମୃତ୍ୟୁ ହୋଇଥାଏ ।

ଏହି ରହସ୍ୟମୟ ମନ୍ଦିର ଦ୍ୱାରକୁ ନର୍କର ଦ୍ୱାର ବୋଲି କୁହାଯାଏ । ଏଠାରେ ଥିବା ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ଅଛି ଯେ ଗ୍ରୀକ୍-ରୋମାନ୍ ସମୟରେ ଜଣେ ବ୍ୟକ୍ତି ଏହି ମନ୍ଦିରରେ ରହୁଥିଲେ । ଯାହାର କାରଣ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ ।

ଏହାକୁ ନେଇ ବୈଜ୍ଞାନିକମାନେ କ’ଣ କୁହନ୍ତି:

ରହସ୍ୟମୟ ମନ୍ଦିରକୁ ନେଇ ବୈଜ୍ଞାନିକମାନେ ଭିନ୍ନ ମତ ରଖିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମନ୍ଦିର ତଳେ କାର୍ବନ ଡାଇଅକ୍ସାଇଡ୍ ସହିତ ଅନେକ ବିଷାକ୍ତ ଗ୍ୟାସ୍ ଅଛି, ଯାହା ବହୁ ପରିମାଣରେ ବାହାରକୁ ନିର୍ଗତ ହେଉଛି । ଯାହାଫଳରେ ମଣିଷ ସ ପଶୁପକ୍ଷୀ ସମସ୍ତଙ୍କ ମୃତ୍ୟୁ ହୋଇଥାଏ ।