/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706329413.jpg)
World Court
ଇସ୍ରାଏଲ୍-ହମାସ୍ ଯୁଦ୍ଧର ଭିତରେ ଆସିଲା ଇଣ୍ଟରନ୍ୟାସନାଲ୍ କୋର୍ଟର ବଡ଼ ଫୈସଲା । ଗାଜାରେ ତୁରନ୍ତ ନରସଂହାର ରୋକିବା ଦିଗରେ ପଦକ୍ଷେପ ନେବାକୁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଲା ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ବା ICJ । ଏଥିସହ ସ୍ଥିତିରେ ସୁଧାର ସୁନିଶ୍ଚିତ କରି ମାସକ ଭିତରେ ରିପୋର୍ଟ ଦେବାକୁ ଇସ୍ରାଏଲକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।
ଗତବର୍ଷ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ, ଗାଜାପଟ୍ଟି ଉପରେ ବୋମାବର୍ଷଣ ଆରମ୍ଭ କରିଛି ଇସ୍ରାଏଲ୍ । ଏଥିରେ ବହୁ ବଡ଼ବଡ଼ କୋଠା ଧ୍ୱଂସ ହେବା ସହିତ ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ଗଲାଣି । ହମାସର ଆତଙ୍କୀ ଆଡ୍ଡା ଧ୍ୱଂସ କରିବା ପାଇଁ ଇସ୍ରାଏଲୀ ସେନା ଗାଜା ସହରରେ ପଶି ଅପରେସନ ଚଳାଇଛି ।
ତେବେ ସେଠାରେ ଇସ୍ରାଏଲ ନରସଂହାର ଚଳାଇଥିବା ଅଭିଯୋଗ କରି , ୯ଟି ଦାବି ସହ ଅନ୍ତର୍ଜାତୀୟ ଅଦାଲତର ଦ୍ବାରସ୍ଥ ହୋଇଥିଲା ଦକ୍ଷିଣ ଆଫ୍ରିକା । ଏହାର ଶୁଣାଣି କରି ICJ ଇସ୍ରାଏଲକୁ ତୁରନ୍ତ ନରସଂହାର ରୋକିବା ସହ ମାନବୀୟ ସହାୟତା ଲାଗି ସୁଯୋଗ ସୃଷ୍ଟି କରିବାକୁ ଅନ୍ତରୀଣ ରାୟ ଦେଇଛନ୍ତି । ତେବେ ଇସ୍ରାଏଲ ଅସ୍ତ୍ରବିରତି କରୁ ବୋଲି ହୋଇଥିବା ଆବେଦନ ଉପରେ କିଛି କହିନାହାନ୍ତି ।
ଗତବର୍ଷ ଅକ୍ଟୋବରୁ ଏହି ଯୁଦ୍ଧ ହୋଇ ଆସୁଛି । ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ଅନେକ ନିରିହ ଲୋକଙ୍କ ଜୀବନ ଯାଉଛି । ସେହିପରି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ମାଟିରେ ମିଶୁଛି । ପ୍ରତ୍ୟେକ ଦିନ ମୃତ୍ୟୁକୁ ସାମ୍ନାରେ ଦେଖି ଅସୁଛନ୍ତି ସେଠିକାର ଲୋକମାନେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)