Advertisment

Donald Trump on Nobel Peace Prize: ନୋବେଲ ପୁରସ୍କାର ପାଇଁ ବିକଳ ଟ୍ରମ୍ପ, ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ...

ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ମୁଁ ଯାହା କଲେ ମଧ୍ୟ, ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବ ନାହିଁ ।’

ଅଦ୍ୟତନ ହୋଇଛି
undefined

‘ମୋତେ ମିଳିବନି ନୋବେଲ ପୁରସ୍କାର’

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି । ଏଥର ସେ କହିଛନ୍ତି ଯେ ମୁଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଦେଇଛି, କିନ୍ତୁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ । ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ସେ ଯେତେ ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଚେଷ୍ଟା କଲେ ମଧ୍ୟ, ତାଙ୍କୁ ନୋବେଲ ପୁରସ୍କାର ମିଳିବ ନାହିଁ ।

Advertisment

ଅଧିକ ପଢ଼ନ୍ତୁ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିଶ କଲା ପାକିସ୍ତାନ

ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ମୁଁ ଯାହା କଲେ ମଧ୍ୟ, ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବ ନାହିଁ ।’ ତେବେ ଟ୍ରମ୍ଫଙ୍କ ଏହି ବୟାନ ସ୍ପଷ୍ଟ କରୁଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନୋବେଲ ପୁରସ୍କାର ପାଇବାକୁ ବ୍ୟାକୁଳ । ତେଣୁ ସେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବା ପାଇଁ ଜୋରଜବରଦସ୍ତି ଶ୍ରେୟ ନେବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି ।

Advertisment

ଟ୍ରମ୍ପ କହିଛନ୍ତି ଯେ ସେ ଏବଂ ଆମେରିକୀୟ ସେନେଟର ମାର୍କୋ ରୁବିଓ କଙ୍ଗୋ ଏବଂ ରୁୱାଣ୍ଡା ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ହିଂସାତ୍ମକ ସଂଘର୍ଷର ଅନ୍ତ କରିବା ପାଇଁ ଏକ "ଅଦ୍ଭୁତ" ଶାନ୍ତି ଚୁକ୍ତି ଉପରେ କାମ କରୁଛନ୍ତି । ସେ କହିଛନ୍ତି ଯେ ଏହି ସଂଘର୍ଷ ଅତ୍ୟଧିକ ରକ୍ତପାତ ଏବଂ ମୃତ୍ୟୁ ପାଇଁ ଜଣାଶୁଣା ଏବଂ ଏହାର ସମାଧାନ ଏବେ ନିକଟତର । ତାଙ୍କ ଅନୁସାରେ, ରୁୱାଣ୍ଡା ଏବଂ କଙ୍ଗୋର ପ୍ରତିନିଧିମାନେ ସୋମବାର ୱାଶିଂଟନରେ ଚୁକ୍ତିନାମାରେ ସ୍ୱାକ୍ଷର କରିବେ । ଟ୍ରମ୍ପ ଏହି ସଫଳତାକୁ "ଆଫ୍ରିକା ଏବଂ ସମଗ୍ର ବିଶ୍ୱ ପାଇଁ ଏକ ମହାନ ଦିନ" ବୋଲି କହିଛନ୍ତି । କିନ୍ତୁ ଏଠାରେ ସେ ଏହା ମଧ୍ୟ ପୁନରାବୃତ୍ତି କରିଥିଲେ ଯେ ଏହା ସତ୍ତ୍ୱେ ସେ ନୋବେଲ ଶାନ୍ତି ପୁରସ୍କାର ପାଇବେ ନାହିଁ ।

ଟ୍ରମ୍ପ କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନୁହେଁ ବରଂ ଅନେକ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି। ଯାହା ଦ୍ଵାରା ତାଙ୍କୁ ନୋବେଲ ପାଇଁ ମନୋନୀତ କରାଯାଇପାରିବ । ସେ କହିଛନ୍ତି, ‘ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ନୋବେଲ ପୁରସ୍କାର ପାଇବି ନାହିଁ । ସର୍ବିଆ ଏବଂ କୋସୋଭୋ, ଇଜିପ୍ଟ ଏବଂ ଇଥିଓପିଆ, ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ଇରାନ ଭଳି ବିବାଦରେ ଶାନ୍ତି ପାଇଁ ମୋର ପ୍ରୟାସ ପାଇଁ ମଧ୍ୟ ମୁଁ ଏହି ପୁରସ୍କାର ପାଇବି ନାହିଁ।’

Advertisment

ଅଧିକ ପଢ଼ନ୍ତୁ: ଇସ୍ରାଏଲ-ଇରାନ ଯୁଦ୍ଧରେ ପ୍ରଥମ ଥର ବର୍ଷିଥିବା କ୍ଲଷ୍ଟର ବୋମା କ'ଣ, ଜାଣନ୍ତୁ ଭାରତ ପାଖରେ ଅଛି କି ଏ ଅସ୍ତ୍ର ?

Donald Trump Nobel Peace Prize
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ