Advertisment

ଘରକୁ ଲକ୍ଷ୍ମୀ ଆସିଲେ... ୮୧ ଲକ୍ଷର ଲଟେରି ଜିତିଲେ

ଭାଗ୍ୟର କି ସଂଯୋଗ ! ସେହି ଦିନହିଁ ବ୍ରେଣ୍ଡା ତାଙ୍କର ତୃତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Woman Wins Lottery Worth Rs 81 Lakh

Woman Wins Lottery Worth Rs 81 Lakh

ଝିଅଟିଏ ଜନ୍ମ ହେଲେ କୁହନ୍ତି ଶୁଭେଚ୍ଛା... ତୁମ ଘରକୁ ଲକ୍ଷ୍ମୀଟିଏ ଆସିଛି। ହେଲେ ବାସ୍ତବରେ ଏକଥା ସତ ହୋଇଛି। ଝିଅଟିଏ ଜନ୍ମ ନେବା ପରେ ଧନଧାନ୍ୟରେ ପୂର୍ଣ୍ଣ ହୋଇଗଲା ଘର। ଝିଅ ଜନ୍ମ ହେବାର କିଛି ସମୟ ଭିତରେ  ୮୧ ଲକ୍ଷ ଟଙ୍କାର ଲଟେରି ଜିତିଲେ ମାଆ। ଝିଅ ଜନ୍ମ ଓ ବଡ଼ ରକମର ଲଟେରୀ ଦୁଇ ଦୁଇଟା ଖୁସି ନେଇ ପରିବାର ଲୋକଙ୍କ ପାଇଁ ସ୍ପେଶାଲ ହୋଇଯାଇଛି।  
ଆମେରିକାର ଜଣେ ମହିଳାଙ୍କ ଝିଅ ଜନ୍ମ ପରେ ତାଙ୍କ ଭାଗ୍ୟ ଫିଟିଯାଇଛି। ହେବନି ବା କେମିତି,  ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଶହେ କି ହଜାରେ ନୁହେଁ ୮୧ ଲକ୍ଷ ଟଙ୍କାର ଲଟେରି ଜିତିଲେ ମାଆ। ଆପଣ ଭାବନ୍ତୁ ସେ କେତେ ଖୁସି ହେଉଥିବେ। 

Advertisment

ନର୍ଥ କାରୋଲିନା ଲଟେରିର ବିଜ୍ଞପ୍ତି ଅନୁସାରେ କନକର୍ଡର ଜଣେ ୨୮ ବର୍ଷିୟା ମହିଳା ବ୍ରେଣ୍ଡା ଗୋମେଜ୍ ହର୍ଣ୍ଣାଡେଜ୍‌ ଗତ ୯ ତାରିଖରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସେ କନକର୍ଡରେ କ୍ୱିକ୍‌ଟ୍ରିପ୍‌ ଷ୍ଟୋରରୁ ପାୱାର ବଲ୍‌ ଟିକେଟ୍‌ କିଣିଥିଲେ। ଏହାର ଲକିଡ୍ର ନଭେମ୍ବର ୯ରେ ଉଠାଯାଇଥିଲା। ଭାଗ୍ୟର କି ସଂଯୋଗ, ସେହି ଦିନହିଁ  ବ୍ରେଣ୍ଡା ତାଙ୍କର ତୃତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଜନ୍ମର ଏକ ଘଣ୍ଟାପରେ ଲକିଡ୍ର ଜିତିଥିବା ବ୍ରେଣ୍ଡା ଜାଣିବାକୁ ପାଇଥିଲେ। 

ଲକିଡ୍ର ଜିତିବାର ଶ୍ରେୟ ସେ ତାଙ୍କ ଦୁଇ ପୁଅକୁ ଦେଇଛନ୍ତି। ଏହାର ପଛରେ ଏକ କାରଣ ମଧ୍ୟ ରହିଛି। ବ୍ରେଣ୍ଡା କହିଛନ୍ତି ଯେ, ମୋତେ ଦୁଇଟି ନମ୍ବର ଉଠାଯିବାକୁ କୁହାଯାଇଥିଲା। ଦୁଇ ପୁଅର ଜନ୍ମ ତାରିଖକୁ ନେଇ ନମ୍ବର ଚୟନ କରିଥିଲି। ଭାଗ୍ୟବଶତଃ ଲକି ଡ୍ରରେ ୫୦ ହଜାର ଡଲାର ଜିତିଥିଲେ।  2X Power Play multiplier hit. ଅନୁସାରେ ତାଙ୍କର ଲକି ଡ୍ରର ଟଙ୍କା ପରିମାଣ ଦୁଇ ଗୁଣ ହୋଇ ୧୦୦ ଡଲାରରେ ପହଞ୍ଚିଥିଲା। ଯେତେବେଳେ ମୁଁ ଜାଣିଲି, ମୁଁ ଖୁସିରେ କାନ୍ଦି ପକାଇଥିଲି।   

Advertisment
Lottery
Advertisment
Advertisment