Advertisment

ବୟଫ୍ରେଣ୍ଡକୁ ଫୋନ୍ କଲେ, ରିସିଭ୍‌ କଲେ ଅନ୍ୟ ଜଣେ ଯୁବତୀ, ରାଗରେ ଘର ଜାଳିଦେଲା ଗର୍ଲଫ୍ରେଣ୍ଡ...

ପ୍ରେମିକକୁ ବାରମ୍ବାର ଫୋନ୍‌ କରୁଥିଲେ, ହେଲେ ଫୋନ୍‌ ଉଠାଉଥିଲେ ଆଉ ଜଣେ ଯୁବତୀ। ଅନ୍ୟ ଯୁବତୀ ଫୋନ୍‌ ଉଠାଇବାରୁ ସମ୍ପୃକ୍ତ ଯୁବତୀ ପ୍ରେମିକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Fire Mishap

Woman Sets Ex-Boyfriend's House On Fire

ପ୍ରେମିକକୁ ବାରମ୍ବାର ଫୋନ୍‌ କରୁଥିଲେ, ହେଲେ ଫୋନ୍‌ ଉଠାଉଥିଲେ ଆଉ ଜଣେ ଯୁବତୀ। ରାଗ ତମତମ ହୋଇ ପ୍ରେମିକା ଶେଷରେ ଏମିତି କାଣ୍ଡ ଭିଆଇଲେ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଅନ୍ୟ ଯୁବତୀ ଫୋନ୍‌ ଉଠାଇବାରୁ ସମ୍ପୃକ୍ତ ଯୁବତୀ ପ୍ରେମିକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସାଧାରଣତଃ ରାଗରେ ଅନେକ ଲୋକ ଅନେକ କିଛି ଭୁଲ୍‌ ନିଷ୍ପତ୍ତି ନେଇ ଯାଆନ୍ତି। ହେଲେ ଯେତେବେଳେ ଇର୍ଷା କଥା ଆସେ, ଏହି ସମୟରେ କିଛି ଲୋକ ଏମିତି କିଛି ନିଷ୍ପତ୍ତି ନେଇଥାନ୍ତି ଯାହା ରାଗଠୁ ମଧ୍ୟ ଅଧିକ ଭୟଙ୍କର। ଯାହାକି ଏହି ଯୁବତୀ ଜଣକ ନେଇଥିଲେ। ବେକ୍ସାର କାଉଣ୍ଟି ସେରିଫସ୍‌ ଅଫିସ୍‌(Bexar County Sheriff's Office) ଅନୁସାରେ, ବୟଫ୍ରେଣ୍ଡ୍‌ ଘରେ ନିଆଁ ଲଗାଇବା ଅଭିଯୋଗରେ ଟେକ୍ସାର ଜଣେ ମହିଳାଙ୍କୁ ହେପାଜତକୁ ନିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଟିକ୍‌ଟକ୍‌ ଭିଡିଓ କରି ସ୍ୱାମୀ ହତ୍ୟାକାଣ୍ତର ପର୍ଦ୍ଦାଫାସ କଲେ ମହିଳା

ପୋଲିସ୍‌ ସୂଚନା ଅନୁସାରେ, ବୟଫ୍ରେଣ୍ଡ୍‌ ଘରେ ନିଆଁ ଲଗାଇବା ପୂର୍ବରୁ ସେନାଇଦା ମେରି ସୋଟୋ(୨୩) ବୟଫ୍ରେଣ୍ଡ୍‌ ଘରୁ ଅନେକ ଜିନିଷ ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ। ଚୋରି ଓ ନିଆଁ ଲଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୋଟୋ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ପାଖକୁ ଯେତେବେଳେ ବି ଫୋନ୍‌ କରୁଥିଲେ, ଅନ୍ୟ ଜଣେ ଯୁବତୀ ଫୋନ୍‌ ଉଠାଉଥିଲେ। ଏନେଇ ସୋଟୋଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା। ଶେଷରେ ସେ ବୟଫ୍ରେଣ୍ଡ୍‌ ଘରେ ନିଆଁ ଲଗାଇ ଦେଇଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ, ସୋଟୋଙ୍କ ବୟଫ୍ରେଣ୍ଡ୍‌ଙ୍କ ଫୋନ୍‌ ଯେଉଁ ଯୁବତୀ ଉଠାଉ ଥିଲେ ସେ ତାଙ୍କ ସମ୍ପର୍କୀୟ। ଇର୍ଷାନ୍ୱିତ ହୋଇଥିବା ସେ ଏଭଳି କାଣ୍ଡ ଭିଆଇଥିଲେ।

Advertisment

ଯେଉଁ ସମୟରେ ସୋଟୋ, ବୟଫ୍ରେଣ୍ଡ୍‌ ଘରେ ନିଆଁ ଲଗାଇ ଥିଲେ ସେହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରାଯାଇଥିଲା। ନିଆଁ ଲାଗି $50,000(୪୦ ଲକ୍ଷରୁ ଅଧିକ ଟଙ୍କା) ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି।  ଘଟଣାକୁ ନେଇ ପୋଲିସ୍‌ ସୋଟୋଙ୍କୁ ଗିରଫ କରିଛି। 

Crime
Advertisment
Advertisment