• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ପ୍ରାୟ ଅନଲାଇନ ଉପରେ ନିର୍ଭର କରୁଛନ୍ତି । ଖାଦ୍ୟ ଡେଲିଭରୀଠାରୁ ଆରମ୍ଭ କରି ପୋଷାକ, ଘରର ଆସବାବପତ୍ର ଆଦି ସବୁ ଅନଲାଇନରେ କିଣିବା ନିହାତି ସାଧାରଣ ହୋଇଗଲାଣି । ଏକ ଘଟଣାକ୍ରମରେ ଟେନେସିର ଜଣେ ମହିଳା ପୋଷାକ ଅର୍ଡର କରିଥିଲେ ।

କିନ୍ତୁ ପ୍ୟାକେଟରୁ ତାଙ୍କର ରକ୍ତ ଓ ବିନ୍ସ ବାହାରିଥିଲା । ମହିଳାଙ୍କ ନାଁ ଆନ୍ନା ଏଲିଅଟ । କିଛିଦିନ ତଳେ ସେ ଏକ ଅନଲାଇନ ୱେବସାଇଟରେ ପୋଷାକ ଅର୍ଡର କରିଥିଲେ । କିନ୍ତୁ ତାଙ୍କ ପାଖେ ଆସି ବ୍ଲଡ ଟେଷ୍ଟ ସାମ୍ପଲ ପହଞ୍ଚିଛି । ଉକ୍ତ ସାମ୍ପଲକୁ ନେଇ ସେ କମ୍ପାନୀ ପାଖକୁ ଯିବା ପରେ ଏପରି ଘଟଣା ପାଇଁ କମ୍ପାନୀ ମହିଳାଙ୍କୁ କ୍ଷମା ମାଗିଛି । ବ୍ଲଡ ଟେଷ୍ଟ ସାମ୍ପଲଟି ଭୁଲରେ ଗ୍ରାହକଙ୍କ ପାଖରେ ପହଞ୍ଚିଛି ବୋଲି କମ୍ପାନୀ ସ୍ୱୀକାର କରିଛି ।

ଏନେଇ ମହିଳା ଜଣକ ସୋସିଆଲ ମିଡିଆରେ ଲେଖିଛନ୍ତି, ପୋଷାକ ବଦଳରେ ରକ୍ତ ମିଳିଛି । ତେବେ ଏହା କେଉଁ ଡାକ୍ତରଙ୍କ ପାଖକୁ ପଠାଯିବ ତାହା ମଧ୍ୟ ଉଲ୍ଲେଖ ନାହିଁ । ଅନ୍ୟପଟେ କମ୍ପାନୀ ତରଫରୁ ମଧ୍ୟ ଏହାକୁ ନେଇ ସ୍ପଷ୍ଟୀକରଣ ରଖାଯାଇଛି । ଭୁଲରେ ଗ୍ରାହକଙ୍କ ପାଖକୁ ରକ୍ତ ପଠାଯାଇଛି ବୋଲି କମ୍ପାନୀ କହିଛି । ସେମାନେ କେବଳ ଡାକ୍ତରଙ୍କୁ ରକ୍ତ ପଠାଇ ଥାଆନ୍ତି । କିନ୍ତୁ ଗ୍ରାହକଙ୍କ ପାଖରେ କିପରି ରକ୍ତ ପହଞ୍ଚିଲା ସେନେଇ ତଦନ୍ତ କରାଯାଉଛି ବୋଲି କମ୍ପାନୀ କହିଛି ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ୟାକେଟରେ କେବଳ ସେମାନେ ଯେଉଁ ପୋଷାକ ଅର୍ଡର ଆସିଥିଲା ତାହା ହିଁ ରଖିଥିଲେ । ପରିବହନ ବେଳେ ପ୍ୟାକେଟକୁ ଟ୍ୟାମ୍ପରିଂ କରାଯାଇ ଥାଇପାରେ ବୋଲି କମ୍ପାନୀ ତରଫରୁ କୁହାଯାଉଛି । ତେବେ ଡେଲିଭରି କମ୍ପାନୀ FedEx ଏହି ଘଟଣା ପାଇଁ କ୍ଷମା ମାଗିଛି । ଘଟଣାର ଅଧିକ ତଦନ୍ତ ପାଇଁ ପଦକ୍ଷେପ ନେଉଥିବା ଜଣା ପଡ଼ିଛି ।

ବର୍ଷ ଆରମ୍ଭ ବେଳେ ମଧ୍ୟ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା । ସେତେବେଳେ ପ୍ୟାକେଟ ଭିତରେ ଛୁଞ୍ଚି ମିଳିଥିଲା । ତେବେ ତାହା କିଏ କେଉଁ ପରିସ୍ଥିତିରେ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।