Advertisment

ବୋକା ବ୍ୟକ୍ତି ମିଳିଗଲେ, Twitter ସିଇଓ ପଦ ଛାଡ଼ିବେ ଏଲନ୍‌ ମସ୍କ !

ଟ୍ୱିଟର(Twitter)କୁ କିଣିବା ପରେ ଏଲନ୍‌ ମସ୍କ (Elon Musk)ଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କେତେବେଳେ ଛଟେଇ ତ ଆଉ କେତେବେଳେ ଅଫିସ୍‌ରେ କଟକଣା, ପୁଣି କେତେବେଳେ ଟ୍ୱିଟ୍‌କୁ ନେଇ ୟୁଜରଙ୍କ ଉପରେ କଟକଣା।

ଅଦ୍ୟତନ ହୋଇଛି
Elon Musk Will Resign As Twitter CEO

Will Elon Musk Resign As Twitter CEO ?

Advertisment

ଟ୍ୱିଟର(Twitter)କୁ କିଣିବା ପରେ ଏଲନ୍‌ ମସ୍କ (Elon Musk)ଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କେତେବେଳେ ଛଟେଇ ତ ଆଉ କେତେବେଳେ ଅଫିସ୍‌ରେ କଟକଣା, ପୁଣି କେତେବେଳେ ଟ୍ୱିଟ୍‌କୁ ନେଇ ୟୁଜରଙ୍କ ଉପରେ କଟକଣା। ଏଭଳି ଅନେକ ନୂଆ ନିୟମ ଆଣି ଗତ କିଛିଦିନ ହେବ ଏଲନ୍‌ ମସ୍କ ଚର୍ଚ୍ଚାରେ ଅଛନ୍ତି। ଟ୍ୱିଟର କୁ କିଣିବା ପରେ ମସ୍କ ସବ୍‌ସ୍କ୍ରିପସନ୍‌ ଫି’ ଲାଗୁ ଭଳି ଅନେକ ନୂଆ ନିୟମ ଓ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିୟମକୁ ନେଇ ଖାଲି କର୍ମଚାରୀ ନୁହଁନ୍ତ ବରଂ ୟୁଜର୍ସ ମଧ୍ୟ ଅତିଷ୍ଠ ହୋଇପଡ଼ିଛନ୍ତି। ହେଲେ ଏବେ ନିଜେ ମସ୍କ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଟ୍ୱିଟରର ସିଇଓ ଭାବେ ମସ୍କ ଦାୟିତ୍ୱ ସମ୍ଭାଳନ୍ତୁ ବୋଲି ଅଧିକାଂଶ ଲୋକ ଚାହୁଁ ନାହାନ୍ତି। ଯାହା ଏକ ପୋଲ୍‌ ଜରିଆରେ ଜଣାପଡ଼ିଛି। ଫଳରେ ସିଇଓ ପଦରୁ ହଟିବା କଥା ନିଜେ ମସ୍କ ମଧ୍ୟ କହିଛନ୍ତି। 

Advertisment

ମସ୍କ କହିଛନ୍ତି, ଟ୍ୱିଟରରେ କରାଯାଇଥିବା ପୋଲ୍‌ରେ ଅଧିକାଂଶ ୟୁଜର୍ସ ତାଙ୍କୁ ସିଇଓ ପଦରୁ ହଟିବା ସପକ୍ଷରେ ଭୋଟ୍‌ ଦେଇଛନ୍ତି। ଏହାପରେ ଏହି ଦାୟିତ୍ୱରୁ ନିଜକୁ ମୁକ୍ତ କରିବା ପାଇଁ ସେ ଚିନ୍ତା କରୁଥିବା କଥା ମସ୍କ କହିଛନ୍ତି। ଏହାପୂର୍ବରୁ ମସ୍କ ଟ୍ୱିଟରରେ ଏକ ପୋଲ୍‌ କରିଥିଲେ। ଯେଉଁଥିରେ ସେ ୟୁଜର୍ସଙ୍କୁ ପ୍ରଶ୍ନ କରିଥିଲେ, କ’ଣ ସେ ଏହି କମ୍ପାନୀର ସିଇଓ ପଦ ଛାଡ଼ିଦେବା ଉଚିତ୍‌ କି ?  ଏହି ପୋଲ୍‌ରେ ଅଧିକାଂଶ ୟୁଜର୍ସ ସେମାନଙ୍କର ମତସାବ୍ୟସ୍ତ କରିଥିଲେ। ୫୮% ୟୁଜର ସେମାନଙ୍କର ମତ ରଖିଥିଲେ। ଏଥିରେ ଅଧିକାଂଶ ୟୁଜର୍ସ ମସ୍କଙ୍କ ସିଇଓ ପଦ ଛାଡ଼ିବା ସପକ୍ଷରେ ଥିଲେ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ-ଟିକ୍, ଲାଗିଲା ଗ୍ରେ-ଟିକ୍; ଜାଣନ୍ତୁ କ’ଣ ରହିଛି କାରଣ..

Advertisment

ବାକି ୪୨% ୟୁଜର୍ସଙ୍କ ମତ ଥିଲା, ଏବେ ମସ୍କ ସିଇଓ ପଦ ସମ୍ଭାଳିବା ଜରୁରୀ। ତେବେ ପୋଲ୍‌ରେ ହାରିବା ପରେ ଟ୍ୱିଟରର ସିଇଓ ପଦ ଛାଡ଼ିବା ପାଇଁ ମସ୍କ ଯୋଜନା କରିଛନ୍ତି। ସେ କହିଛନ୍ତି, ‘ଦାୟିତ୍ୱ ସମ୍ଭାଳିବା ପାଇଁ ଯଦି କୌଣସି ବୋକା ବ୍ୟକ୍ତି ମିଳି ଯାଆନ୍ତି, ତା’ହେଲେ ସେ ତୁରନ୍ତ ସିଇଓ ପଦରୁ ଇସ୍ତଫା ଦେଇଦେବେ। ଏହାପରେ ସେ କେବଳ ସଫ୍ଟୱେୟାର୍‌ ଓ ସର୍ଭର ଟିମ୍‌ ଦାୟିତ୍ୱରେ ରହିବେ ବୋଲି ମସ୍କ କହିଛନ୍ତି। 

Advertisment

ଡିସେମ୍ବର ୧୯ରେ ଏଲନ୍‌ ମସ୍କଙ୍କ ପକ୍ଷରୁ କରାଯାଇଥିବା ପୋଲ୍‌ରେ ପାଖାପାଖି  17,502,391 ଲୋକ ସାମିଲ ହୋଇଥିଲେ। ଏଥିରେ ୫୭.୫% ୟୁଜର୍ସ ମସ୍କଙ୍କ ସିଇଓ ପଦ ଛାଡ଼ିବା ସପକ୍ଷରେ ଥିଲେ। ପୋଲ୍‌ରେ ସାମିଲ ୪୨.୫% ୟୁଜର୍ସଙ୍କ ମତ ଥିଲା, ବର୍ତ୍ତମାନ ପାଇଁ ମସ୍କ ସିଇଓ ପଦ ସମ୍ଭାଳିବା ଜରୁରୀ। 

Twitter Elon Musk Twitter CEO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ