• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନେପାଳ ଜେଲରୁ ମୁକୁଳି ପାରିଲାନି ଅପରାଧ ଦୁନିଆର କୁଖ୍ୟାତ ଚେହେରା ଚାର୍ଲସ ଶୋଭରାଜ । ୨୦୦୩ରୁ ସେ କାଠମାଣ୍ଡୁ ଜେଲରେ ଥିବା ବେଳେ ୧୯୭୫ର ଏକ ହତ୍ୟା ମାମଲାରେ ସେ ୨୦ ବର୍ଷର ସଜା କାଟୁଛି । ମାତ୍ର ବୟାସାଧିକ କାରଣରୁ ଶୋଭରାଜକୁ ବର୍ଷକ ଆଗରୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ନେପାଳ ସୁପ୍ରିମକୋର୍ଟ । ହେଲେ ଶେଷ ମୁହୂର୍ତ୍ତରେ ଏଥିପାଇଁ ମନା କରିଦେଇଛି ନେପାଳର ଜେଲ୍ ବିଭାଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅର୍ଥହୀନ ଏବଂ ସେଥିରେ ଶୋଭରାଜକୁ କେଉଁ ମାମଲାରେ ମୁକ୍ତ କରାଯିବ ଦର୍ଶାଯାଇନାହିଁ ବୋଲି ଜେଲ୍ ବିଭାଗ ପକ୍ଷରୁ କୁହାଯାଇଛି ।

ବିକିନି କିଲର୍ ଭାବେ ପରିଚିତ ଚାର୍ଲସ ଶୋଭରାଜର ବାପା ଭାରତୀୟ ହୋଇଥିବା ବେଳେ ମାଆ ଭିଏତନାମୀ ବଂଶୋଦ୍ଭବ । ତେବେ ଶୋଭରାଜ ଜଣେ ଫରାସୀ ନାଗରିକ । ୭୦ ଓ ୮୦ ଦଶକରେ ସେ ୨୦ରୁ ଅଧିକ ହତ୍ୟା କରିଥିବା ଅଭିଯୋଗ ରହିଛି । କେଉଁ ଦେଶରେ ବିକିନି କିଲର୍ ତ ଆଉ କେଉଁଠି ସର୍ପେଣ୍ଟ ଭାବେ ଜଣା ଏହି କୁଖ୍ୟାତ ଅପରାଧୀ । ଠକେଇ... ଲୁଟ୍... ହତ୍ୟା... ମାଳ ମାଳ ଅଭିଯୋଗ, ମାଳମାଳ ମାମଲା । ସତେ ଯେମିତି ଅପରାଧ ଘଟାଇବାକୁ ହିଁ ହୋଇଥିଲା ତାର ଜନ୍ମ । କୁଖ୍ୟାତ ଅପରାଧୀ ତଥା ସିରିଏଲ୍ କିଲର୍ ଚାର୍ଲସ ଶୋଭରାଜ । ଜୁଆ ଆାଡ୍ଡା, ବାର୍ ଓ ହୋଟେଲରେ କଟୁଥିଲା ତାର ଜୀବନ ।

ଅଧିକ ପଢ଼ନ୍ତୁ: ୨୦ ବର୍ଷ ହେଲା ଫଟୋ ପାଉନଥିଲା ଆମେରିକା, ଏବେ ସାମ୍ନାକୁ ଆସିଲା କୁଖ୍ୟାତ ଆତଙ୍କବାଦୀ

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଧନୀ ମହିଳା ଓ ଯୁବତୀଙ୍କୁ ବଶ କରିବା ଲାଗ ସତେ ଯେମିତି ସମ୍ମୋହନ କଳା ଜାଣିଥିଲା ଶୋଭରାଜ । ଅନାୟାସରେ ମହିଳା ଓ ଯୁବତୀଙ୍କ ବିଶ୍ୱାସ ଜିତି, ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲା । ଆଉ ସୁଯୋଗ ଦେଖି କେତେବେଳେ ସେମାନଙ୍କୁ ଲୁଟୁ ଥିଲା ତ ଆଉ କେତେବେଳେ ଡ୍ରଗ୍ସ କିମ୍ବା ବିଷ ଦେଇ ଆରପାରିରେ ପହଞ୍ଚାଇ ଦେଉଥିଲା । ଅପରାଧ ଘଟାଇବାରେ ତାକୁ ଯେମିତି ଆନନ୍ଦ ମିଳୁଥିଲା । ୭୦ ଓ ୮୦ ଦଶକରେ ସେ ୨୦ରୁ ଅଧିକ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ରହିଛି ।

ଭାରତୀୟ ବାପା ଓ ଭିଏତନାମୀ ମାଆଙ୍କଠୁ ଜନ୍ମିତ ଶୋଭରାଜ ଜଣେ ଫରାସୀ ନାଗରିକ । ତେବେ ବିଶ୍ୱବ୍ୟାପୀ ତା ନାଁରେ ରହିଛି ଅପରାଧ ମାମଲା । ମହିଳାଙ୍କ ବିଶ୍ୱାସଭାଜନ ହେବା ପରେ ଖାଦ୍ୟରେ ଡ୍ରଗ୍ସ କିମ୍ବା ବିଷ ମିଶାଇ ସେମାନଙ୍କୁ ହତ୍ୟା କରୁଥିଲା ଏହି ଚତୁର ଅପରାଧୀ । ଥାଇଲ୍ୟାଣ୍ଡରେ ବିକିନି କିଲର୍ ନାଁରେ ପରିଚିତ ଥିଲା ଶୋଭରାଜ । ୭୦ ଦଶକରେ ବିଦେଶ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣସ୍ଥଳ ପଟାୟାରେ । ୬ ଜଣ ମହିଳାଙ୍କୁ ହତ୍ୟା ଅଭିଯୋଗ ରହିଛି ତା ନାଁରେ ।

ସମୁଦ୍ର କୂଳକୁ ଆମୋଦ ଲାଗି ଆସିଥିବା ଏହି ମହିଳାଙ୍କୁ ଡ୍ରଗ୍ସ ଦେବା ପରେ ସେମାନଙ୍କୁ ହତ୍ୟା କରିଥିଲା ଶୋଭରାଜ । ତେବେ ଏସବୁ ଅପରାଧ ଲାଗି ଆଇନ୍ ଜାଲପରେ ଫସିବା ପୂର୍ବରୁ ସେ ଭାରତରେ ସଜା କାଟୁଥିଲା । ଅନ୍ୟପକ୍ଷରେ ଛଳନା କରି ମହିଳାଙ୍କୁ ଅତି ଚତୁରତାର ଠକି ପାରୁଥିବା ଓ ବାରମ୍ବାର ଜେଲ ଭାଙ୍ଗି ଖସିଯିବାରେ ସଫଳ ହୋଇଖିବାରୁ ସେ ସର୍ପେଣ୍ଟ ନାଁରେ ମଧ୍ୟ ପରିଚିତ ।

୧୯୭୫ ମସିହାର ଏକ ହତ୍ୟା ମାମଲାରେ ୨୦୦୩ରେ ତାକୁ ଗିରଫ କରିଥିଲା ନେପାଳ ପୋଲିସ । ଆମେରିକୀୟ ମହିଳା କୋନି ଜୋ ବ୍ରୋନଚିଞ୍ଚଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଦୋଷ ସାବ୍ୟସ୍ତ କରିଥିଲେ ନେପାଳ ସୁପ୍ରିମକୋର୍ଟ । ତେବେ ଶୋଭରାଜ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଆନୁମାନିକ ଭାବେ ତାଙ୍କ ମହକିଲକୁ ଦୋଷୀ ସାବ୍ୟସ୍ତ କରାଯାଉଥିବା ଶୋଭରାଜଙ୍କ ଓକିଲ ଯୁକ୍ତି ଦର୍ଶାଇ ଥିଲେ । ଏହାର କିଛି ବର୍ଷ ପରେ କୋନିଙ୍କ କାନାଡା ବନ୍ଧୁ ଲରେଣ୍ଟ କେରିଙ୍କ ହତ୍ୟା ମାମଲାରେ ବି ଶୋଭରାଜ ବିରୋଧରେ ଦୋଷ ପ୍ରମାଣିତ ହୋଇଥିଲା ।