• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତର ଅନେକ ସ୍ଥାନରେ ବିବାହ ସମୟରେ ବରର ଜୋତା ଚୋରି କରିବାର ପ୍ରଥା ରହିଛି । ବିବାହ ସମୟରେ କନ୍ୟା ଘରେ ଏହି ପ୍ରଥା ପାଳନ କରାଯାଏ । ପରେ ପରେ ବରଘର ପକ୍ଷରୁ କିଛି ଜିନିଷ ଦେବା ପରେ ବରକୁ ଜୋତା ଫେରାଇ ଦିଆଯାଏ । ଏହି ପ୍ରଥା ସାଧାରଣତଃ ଭଉଣୀମାନଙ୍କ ଦ୍ୱାରା କରାଯାଇଥାଏ ।

ଖାଲି ଏତିକି ନୁହେଁ ବିବାହ ସମୟରେ ଆହୁରି ଅନେକ କିଛି ପରମ୍ପରା ମଧ୍ୟ ପାଳନ କରାଯାଏ । ହେଲେ ଆପଣ କେବେ ବି ଜାଣି ନଥିବେ ବିବାହ ପରେ ବରକୁ ଓଲଟା ଟଙ୍ଗାଇ ମାଡ଼ ମାରିବା ପରମ୍ପରା କଥା ।

ହଁ ଦର୍ଶକ ବନ୍ଧୁ ଏମିତି ଏକ ପରମ୍ପରା ରହିଛି । ଏହି ପରମ୍ପରାକୁ ନେଇ ଅନେକ ବିଶ୍ୱାସ ମଧ୍ୟ କରାଯାଏ । ଦକ୍ଷିଣ କୋରିଆରେ ବିବାହ ସମୟରେ ବରମାନଙ୍କୁ ଓଲଟାକରି ମାଡ଼ ମରାଯାଏ । ଏହି ମାଡ଼ କନ୍ୟା ଘର ପକ୍ଷରୁ ନୁହେଁ, ବରଂ ନିଜେ ବରଘର ପକ୍ଷରୁ ମରାଯାଏ । ବାଡ଼ି ଓ ଜୋତାରେ ମାଡ଼ ମାରିଥାନ୍ତି ବରଘରର ସମ୍ପର୍କୀୟ ଓ ପରିବାର । ମାଡ଼ ମାରିବା ସମୟରେ ବର ପାଦରୁ ଜୋତାକୁ ବାହାରକରି ବରର ପାଦକୁ ବାଡ଼ି, ଚପଲ ଓ ମାଛରେ ପିଟାଯାଏ ।

ଏହି ପରମ୍ପରାକୁ ନେଇ ଦକ୍ଷିଣ କୋରିଆରେ ଅନେକ ବିଶ୍ୱାସ ରହିଛି । ଦକ୍ଷିଣ କୋରିଆବାସୀ ଏହି ରୀତିନୀତିକୁ ବଡ଼ ଉତ୍ସାହର ସହ ପାଳନ କରିଥା’ନ୍ତି । କୁହାଯାଏ, ବରକୁ ଏପରି ମାଡ଼ ମାରିବା ଦ୍ୱାରା ସେମାନଙ୍କ ଦାମ୍ପତ୍ୟ ଜୀବନରେ ବହୁତ କମ୍ ସମସ୍ୟା ଆସିଥାଏ । ମାଡ଼ ମାରିବା ସମୟରେ ବରକୁ ବାରମ୍ବାର ପ୍ରଶ୍ନ ମଧ୍ୟ ପଚରାଯାଏ ।

ଖାଲି ସେତିକି ନୁହେଁ, ବିନା ଦ୍ୱିଧାରେ ମାଡ଼ ମାରିବା ଦ୍ୱାରା ବର ନିଜର ପୁରୁଷତ୍ୱ ପ୍ରମାଣ କରେ । ଏହା ବ୍ୟତୀତ ବର ଶକ୍ତିଶାଳୀ ହୁଏ ବୋଲି ବିଶ୍ୱାସ ରହିଛି । ଏବେ ବି ଏହି ପରମ୍ପରାକୁ ଦକ୍ଷିଣ କୋରିଆରେ ପାଳନ କରାଯାଉଛି । ହେଲେ ଏହାକୁ ରୀତିନୀତି ଅପେକ୍ଷା ମନୋରଞ୍ଜନ ଭାବେ ଅଧିକ ଧରିନିଆଯାଉଛି ।