• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇରାକର ପବିତ୍ର ସହର ନଜାଫ । ଏହିଠାରେ ରହିଛି ବିଶ୍ୱର ସବୁଠାରୁ ବଡ଼ ସମାଧି ସ୍ଥଳ । ଯାହାକି ପ୍ରତ୍ୟେକ ଦିନ ହେଉଛି ବିସ୍ତାର । ଅର୍ଥାତ୍ ଦିନକୁ ଦିନ ଏହାର ଆକାର ବୃଦ୍ଧି ପାଉଛି । କୁହାଯାଉଛି ଏଠାରେ ୬ ମିଲିଅନ୍‌ରୁ ଅଧିକ ମରଶରୀରକୁ ଦିଆଯାଇଛି କବର । UNESCOର ରିପୋର୍ଟ ଅନୁସାରେ ଏହି ସ୍ଥାନକୁ ୱାଦି ଅଲ୍-ସଲାମ୍ (ପବିତ୍ର ଉପତ୍ୟକା) କୁହାଯାଏ । ଏହା ହେଉଛି ସେହି ସ୍ଥାନ, ଯେଉଁଠି ସାଧୁ ସନ୍ଥଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ ଓ ରାଜା ମହାରାଜାମାନେ ଚିର ଦିନ ପାଇଁ ବିଶ୍ରାମ ନେଇଥାନ୍ତି । ଏଠାରେ ଅସଂଖ୍ୟ ସମାଧି ପୀଠ ରହିଛି ।

ପ୍ରଥମେ ଏହି ସମାଧି ସ୍ଥଳ ସହରର ମଧ୍ୟ ଭାଗରେ ରହିଥିଲା । କିନ୍ତୁ ଧିରେ ଧିରେ ଏହା ବିସ୍ତାର ହେବାକୁ ଲାଗିଲା । ଏମିତିକି ପ୍ରତ୍ୟେକ ଦିନ ଏହାର ବିସ୍ତାର ହେଉଛି କହିଲେ ଭୁଲ ହେବ ନାହିଁ । ଏବେ ଏହା ସହର ମଧ୍ୟରୁ ବାହାରି ଉତ୍ତର-ପଶ୍ଚିମ ଆଡ଼କୁ ବ୍ୟାପିବାରେ ଲାଗିଛି । ଏବେ ସୁଦ୍ଧା ସହରର ପ୍ରାୟ ୧୩ ପ୍ରତିଶତ ଅଞ୍ଚଳକୁ ଏହା ବ୍ୟାପି ସାରିଲାଣି । UNESCOର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ନିଜର ବାସ୍ତବ ଆକାରର ଦୁଇଗୁଣା ଅଞ୍ଚଳକୁ ବ୍ୟାପି ସାରିଛି ।

Wadi Al-Salaam is spread across 917 hectares. (AFP Photo)

ଏବେ ଏହି ସମାଧି ସ୍ଥଳ ଏକ ପର୍ଯ୍ୟଟନସ୍ଥଳିରେ ପରିଣତ ହେଲାଣି । ବିଶ୍ୱର ବିଭିନ୍ନ ଦେଶରୁ ଅନେକ ମୁସଲମାନ ଏଠାକୁ ବୁଲିବାକୁ ଆସିଥାନ୍ତି । ଏହା ଏବେ ଏକ ପ୍ରକାର ଛୋଟ ସହରର ଭ୍ରମ ସୃଷ୍ଟି କରୁଛି । ଲାଗୁଛି ଯେମିତି ଏଠାରେ ଛୋଟ ଛୋଟ ବିଲ୍ଡଂ ନିର୍ମାଣ କରାଯାଇଛି ।

ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କୁ ଏଠାରେ ସମାଧି ଦିଆଯାଇଛି । ଏଥିରେ ମୁସଲମାନ ରାଜା ମହାରାଜା ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କ ସମାଧି ଗୁଡ଼ିକ ଏଠାରେ ଏକ ଟାୱାର ଭଳି ଦେଖାଯାଉଛି । ସବୁଠାରୁ ବଡ଼ କଥା ହେଲା, କୁହାଯାଏ ଏଠାରେ ପ୍ରଫେଟ ମହମ୍ମଦଙ୍କ ଜ୍ୱାଇଁ ଇମାମ ଅଲ୍ଲି ଅବି ତଲିବଙ୍କ ସମାଧି ସ୍ଥଳ ମଧ୍ୟ ରହିଛି । 

Wadi Al-Salam: World's Largest Cemetery Where 6 Million Bodies Are Buried

ଏହି ସମାଧି ସ୍ଥଳ ୱାଦି ଅଲ୍-ସଲାମ୍, ଏଠାକାର ସଂସ୍କୃତି ଓ ପରମ୍ପରାର ଏକ ବଡ଼ ଉଦାହରଣ ।  

ଅଲ-ଜଜିରା ପକ୍ଷରୁ କୁହାଯାଇଛି ଯେ, ସିଆ ମୁସଲିମ୍‌ଙ୍କ ପାଇଁ ଏହା ସବୁଠାରୁ ଭଲ ବିଶ୍ରାମ ସ୍ଥଳ । ଏଠାରେ ଚିରଦିନ ପାଇଁ ବିଶ୍ରାମ ନେବାକୁ ସମସ୍ତଙ୍କର ଇଚ୍ଛା ଥାଏ । ପ୍ରତି ବର୍ଷ ୫୦୦୦୦ରୁ ଅଧିକ ମରଶରୀରକୁ ଏଠାରେ କବର ଦିଆଯାଏ ।

ନ୍ୟୁଜ ଏଜେନ୍ସି AFPର କହିବାନୁଯାୟୀ, ଏଠାରେ ଗାତ ଖୋଳିବା ପାଇଁ ୧୦୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ । ପରେ ପଥର ବସାଇବା ପାଇଁ ୧୭୦ ରୁ ୨୦୦ ଡଲାର ଖର୍ଚ୍ଚ କରିବାକୁ ହୋଇଥାଏ ।

It is an important resting place for Shia Muslims from around the world. (AFP Photo)

UNESCOର ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ସମାଧିସ୍ଥଳର ଆକାର ୯୧୭ ହେକ୍ଟର । ଯାହାକି ୧୭୦୦ ଫୁଟବଲ୍‌ ପଡ଼ିଆ ସହ ସମାନ । ଏହା ବିଶ୍ୱର ସବୁଠାରୁ ବଡ଼ ସମାଧି ସ୍ଥଳ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଏଠାରେ କୌଣସି ମ୍ୟାପ୍‌ ବା ମାନଚିତ୍ର ନଥିବା କଥା ମଧ୍ୟ ଉଲ୍ଲେଖ ରହିଛି ।