/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630164264.jpg)
Artificial Sun
ପୃଥିବୀରେ ଏପରି କିଛି ସ୍ଥାନ ରହିଛି ଯାହା ବିଷୟରେ ଲୋକ ଅଜଣା ଓ ଅଶୁଣା। ଏଥିମଧ୍ୟରୁ ଇଟାଲୀର ଏକ ଗାଁ ଭିଗ୍ନୋଲା ଅନ୍ୟତମ। ଏହି ଗାଁର ରହସ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପଡିବେ। ଏହା ତିନିମାସ ଯାଏଁ ଅନ୍ଧକାରରେ ରହେ ଅର୍ଥାତ ଏଠାରେ ସୂର୍ଯ୍ୟକିରଣ ପଡେ ନାହିଁ। କଥାରେ ଅଛି ଆବଶ୍ୟକତା ହେଉଛି ଉଦ୍ଭାବନର ମାତା। ଏପରି କିଛି ଘଟଣା ଘଟିଛି ଏହି ଗାଁରେ। ଆଲୋକ ପାଇବା ପାଇଁ ଗାଁ ଲୋକ ତିଆରି କଲେ କୃତ୍ରିମ ସୂର୍ଯ୍ୟ। କଣ ରହିଛି ଏହାର ରହସ୍ୟ! କେଉଁଠି ପାଇଁ ପଡୁନି ସୂର୍ଯ୍ୟକିରଣ? ଆସନ୍ତୁ ଜାଣିବା।
Artificial Sunଏହି ଗାଁଟି ଇଟାଲୀର ଉତ୍ତର ଅଞ୍ଚଳରେ ଅବସ୍ଥିତ। ଚାରିପଟେ ଘେରି ରହିଛି ଉଚ୍ଚ ପାହାଡ ଏବଂ ଘାଟି। ଏହି କାରଣରୁ ,ବିଶେଷ କରି ଶୀତଦିନର ନଭେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ତିନି ମାସ ଏହା ଅନ୍ଧକାର ଘେରରେ ରହେ। କାହିଁକି ନା ସୂର୍ଯ୍ୟକିରଣ ପହଞ୍ଚିପାରେ ନାହିଁ। ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣର ଅଭାବ ହେତୁ ଏଠାରେ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବାରେ ଲାଗିଲା। ଲୋକଙ୍କ ମଧ୍ୟରେ ନକାରାତ୍ମକ ମାନସିକତା, ନିଦ୍ରାର ଅଭାବ, ମୁଡ୍ ଖରାପ ରହିବା ସମସ୍ୟା ଉପୁଜିଲା ଏବଂ ଅପରାଧ ବଢିବାରେ ଲାଗିଲା।
ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଗାଁଲୋକଙ୍କ ଦ୍ୱାରା କରାଯାଇଥିବା ଉଦ୍ୟମ ବେଶ ପ୍ରଶଂସା ଯୋଗ୍ୟ। ସୂଚନା ମୁତାବକ, ୨୦୦୬ ମସିହାରେ, ୧,୦୦,୦୦୦ ୟୁରୋ ସହାୟତାରେ ୮ ମିଟର ଲମ୍ବ ଏବଂ 5 ମିଟର ଚଉଡା ଷ୍ଟିଲ୍ ସିଟ୍ ନିର୍ମାଣ କରାଯାଇଥିଲା ଯେଉଁଥିରେ ସୂର୍ଯ୍ୟ କିରଣ ପଡ଼ିବା ମାତ୍ରେ ସମଗ୍ର ଗାଁ ଆଲୋକିତ ହୁଏ। ସୂର୍ଯ୍ୟକିରଣ ଅନୁସରଣ ପାଇଁ ଦର୍ପଣକୁ କମ୍ପ୍ୟୁଟର୍ ସହ ସଂଯୁକ୍ତ କରାଯାଉଥିଲା।
ଏହି ଟେକ୍ନୋଲୋଜିକୁ ନେଇ ଭିଗ୍ନେଲାର ମେୟର ପିଆରଫ୍ରାଙ୍କୋ ମିଡାଲି କହିଥିଲେ ଯେ ଏହା ଆମ ପାଇଁ ସହଜ ନଥିଲା,ଏଥିପାଇଁ ଆମକୁ ଉପଯୁକ୍ତ ସାମଗ୍ରୀ ଖୋଜିବାକୁ ପଡିବ, ଉନ୍ନତମାନର କୌଶଳ ଆପଣେଇବାକୁ ପଡିବ ଏବଂ ମୁଖ୍ୟତଃ ବହୁ ମାତ୍ରାରେ ଅର୍ଥ ଆୟୋଜନ କରିବାକୁ ହେବ। ଏହି ପ୍ରକଳ୍ପ ପାଇଁ ବୈଜ୍ଞାନିକ ଆଧାର ନୁହେଁ ବରଂ ମନୁଷ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ବୈଜ୍ଞାନିକଙ୍କ ମତରେ ଷ୍ଟିଲ୍ ସିଟରେ ଦର୍ପଣ ହେତୁ ସୂର୍ଯ୍ୟକିରଣ ପଡିବା ମାତ୍ରେ ଏହା ପ୍ରତିଫଳିତ ହୋଇ ସାରା ଗାଁକୁ ଆଲୋକିତ କରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)