• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଝି ଆକାଶରେ ଖୋଲି ଗଲା ବିମାନର ଡୋର୍ । ଉଡ଼ିଲା ପାସେଞ୍ଜରଙ୍କ ଜିନିଷପତ୍ର । ଏଭଳି ଘଟଣା ଶୁଣିବା ବେଳକୁ ଯଦି ଏତେ ଭୟ ଲାଗୁଛି, ତେବେ ବାସ୍ତବରେ ଯେଉଁମାନେ ସେହି ବିମାନରେ ଥିବେ ତାଙ୍କୁ କିଭଳି ଅନୁଭବ ହେଉଥିବ, ତାହା ଥରେ ଚିନ୍ତା କରନ୍ତୁ । ଏହି ଘଟଣା ଆମର ମନ ଗଢ଼ା ନୁହେଁ, ଏହା ବାସ୍ତବରେ ଘଟିଛି । 

ଏକ ଋଷୀୟ ପ୍ଲେନ୍‌ରେ ଏଭଳି ଭୟଙ୍କର ଘଟଣା ଘଟିଛି । ମଝି ଆକାଶରେ ଉଡ଼ିବା ବେଳେ ଖୋଲିଗଲା ବିମାନର ପଛ କବାଟ । ନ୍ୟୁୟର୍କ ପୋଷ୍ଟରେ ଏହି ଘଟଣା ବିଷୟରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ଏହି ବିମାନରେ ପ୍ରାୟ ୨୫ ଜଣ ଯାତ୍ରୀଙ୍କ ସହ ୬ କ୍ରିଉ ସଦସ୍ୟ ରହିଥିଲେ । କ୍ୟାରିୟର ଇରଏରୋ ନାମକ ସଂସ୍ଥା ହାତରେ ଏହାର ମାଲିକାନା ରହିଛି । ଏହି ଚାର୍ଟର୍ଡ ଫ୍ଲାଇଟ୍ (AN-26-100) ସାଇବେରିଆନ୍‌ ସିଟିର ମାଗାନ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା । ରୁଷିଆ ପ୍ୟାସିଫିକ୍‌ କୋଷ୍ଟର ମାଗଦନରେ ଅବତରଣ କରିଥାନ୍ତା । କିନ୍ତୁ ହଠାତ୍‌ ମଝି ଆକାଶରେ ପଛ ଡୋର ଖୋଲିଗଲା । ଯାତ୍ରୀମାନେ ଜୀବନ ବିକଳରେ ଯାହା ପାରିଲେ ଧରି ରଖିଲେ । 

ତେବେ ସବୁଠାରୁ ବଡ଼ କଥା ହେଲା, ଏହିଭଳି ଭୟଙ୍କର ପରିସ୍ଥିତିରେ ଜଣେ ଯୁବକ ନିଜ ମୋବାଇଲ ଫୋନ୍‌ କ୍ୟାମେରାରେ ଭିଡିଓ ଉତ୍ତୋଳନ କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ପଛ ଡୋର ଖୋଲିଯାଇଛି । ତୀବ୍ର ବେଗରେ ପବନ ବହୁଛି । ଜିନିଷପତ୍ର ସବୁ ଏଣେ ତେଣେ ଉଡ଼ୁଛି ।

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । କୌଣସି ଯାତ୍ରୀଙ୍କ ଧନ ଜୀବନ ନଷ୍ଟ ହୋଇନାହିଁ । ସମସ୍ତେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଏହାସହ ବିମାନ ମଧ୍ୟ ସୁରକ୍ଷିତ ଭାବେ ଅବତରଣ କରିବାରେ ସଫଳ ହୋଇଛି ।

ଭାଇରାଲ ହେଉଥିବା ଭିଡିଓକୁ ଉତ୍ତୋଳନ କରିଛନ୍ତି ୟୁକ୍ରେନ୍ ସରକାରଙ୍କ ଇଣ୍ଟରନାଲ ଆଫେୟାର୍ସରେ ପରାମର୍ଶଦାତା ଥିବା ଆଣ୍ଟୋନ୍‌ ଗେରାଶ୍ଚେଙ୍କୋ ।