• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ‘ଉପରବାଲା ଜବ ଭି ଦେତା ହେ ଛପର ଫାଡ଼ କେ ଦେତା ହେ’ । ନିଜ ଚାରି ପାଖରେ ଏମିତି ଅନେକ ଉଦାହରଣ ଆପଣ ଦେଖିଥିବେ । ଆଜି ଯିଏ ଗରିବ ଅଛି କାଲି ସିଏ ଧନି ହୋଇଯିବ । ଆଜି ଜଣେ ଦୁଆର ଦୁଆର ବୁଲି ଚାକିରି ଖୋଜୁଛି କିନ୍ତୁ ତାକୁ ମିଳୁନି । ହଠାତ୍ ଏମିତି ବି ସମୟ ଆସିପାରେ ସେହି ଲୋକ ଅନ୍ୟମାନଙ୍କୁ ଚାକିରି ଦେଇପାରେ । ତେଣୁ କାହା ଭାଗ୍ୟରେ କ’ଣ ଅଛି ତାହା ଆକଳନ କରିବା ଅସମ୍ଭବ । ଆଉ ସବୁଠାରୁ ବଡ଼ କଥା ହେଲା କାହାକୁ କେବେ ବି ହୀନ ଚକ୍ଷୁରେ ଦେଖିବା ନାହିଁ । କିମ୍ବାର କାହାର ପରିସ୍ଥିତିକୁ ତାତ୍ସଲ୍ୟ କରିବା ଅନୁଚିତ୍ ।

ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ଅଚାନକ ରାତାରାତି କୋଟିପତି ହୋଇଗଲେ । ଯାହାକି ସେ କେବେ ବି ଆଶା କରିନଥିଲେ । ଘଟଣାଟି ଏମିତି ଥିଲା ଯେ, ଦିନେ ସେ ଏକ ଲଟେରୀ ଟିକେଟ୍‌କୁ ଫିଙ୍ଗିବାକୁ ଯାଇଥିଲେ । ଏମିତିକି ଡଷ୍ଟବିନ୍‌ରେ ପକାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ଏହି ଲଟେରୀ ଟିକେଟ୍ ସେ ଅନେକ ଦିନରୁ କିଣି ରଖିଥିଲେ । ଯାହାକୁ କେବେ ବି ପରଖି ନଥିଲେ । ଅନେକ ଦିନ ଘରେ ରହିବା ପରେ ତାହା ଅଳିଆ ହେବାରୁ ତାକୁ ଡଷ୍ଟବିନ୍‌ରେ ପକାଇବାକୁ ଯାଉଥିଲେ ।

ହେଲେ ହଠାତ୍‌ ତାଙ୍କ ମନକୁ ଆସିଲା, ଏହି ଲଟେରୀ ଟିକେଟ୍‌କୁ ଥରେ ପରଖିବା । ଆଉ ସେହି ମୂହୁର୍ତ୍ତକର ନିଷ୍ପତ୍ତି ତାଙ୍କ ଭାଗ୍ୟ ବଦଳାଇଦେଲା । ଯେତେବେଳେ ସେ ଲଟେରୀ ଟିକଟକୁ ପରଖିଲେ, ଦେଖିଲେ ତାଙ୍କୁ ବମ୍ଫର ଉପହାର ମିଳିବ । ଏହା ଜାଣିବା ପରେ ସେ ନିଜକୁ ବି ବିଶ୍ୱାସ କରିପାରିଲେ ନାହିଁ । କାରଣ ଏହି ଉପହାରର ଦାମ ଥିଲା ୨ଲକ୍ଷ ଡଲାର ବା ୧.୬ କୋଟି ଟଙ୍କା । ଏହି ମହିଳା ଜଣକ ହେଉଛନ୍ତି ୟୁନାଇଟେଡ୍‌ ଷ୍ଟେଟ୍‌ସର ଜ୍ୟାକ୍‌ଲିନ୍‌ ଲାଏ । ଯାହାଙ୍କର ବୟସ ୬୦ ଛୁଇଁଲାଣି ।

ମହିଳା ଜଣକ କହିଛନ୍ତି, ସେ ଏହି ଲଟେରୀ ଟିକଟକୁ ପ୍ରାୟତଃ ପିଙ୍ଗି ସାରିଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ ସେ ଏହାକୁ ପୁଣି ଥରେ ଚେକ୍ କରିବା କଥା ଚିନ୍ତା କଲେ । ଆଉ ତାଙ୍କର ଲାଗିଲା ଜ୍ୟାକ୍‌ପଟ୍ । ଏନେଇ ସେ ପ୍ରଥମେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଯେତେବେଳେ ଜ୍ୟାକ୍‌ଲିନ୍‌ ନିଜ ଝିଅଙ୍କୁ ଏନେଇ କହିଥିଲେ, ତାଙ୍କ ଝିଅ ମଧ୍ୟ ଏହାକୁ ବିଶ୍ୱାସ କରିପାରିନଥିଲେ । ତାଙ୍କର ପ୍ରଥମ ପ୍ରଶ୍ନ ଥିଲା ମାଆ ତମେ ସତ କହୁଛ ତ ?

ଜ୍ୟାକ୍‌ଲିନ୍‌ଙ୍କ କହିବାନୁଯାୟୀ, ଏହି ଲଟେରୀ ପରିମାଣରୁ ଟିକସ କଟିବା ପରେ ସେ ମୋଟ ୧,୪୨,୦୨୧ ଡଲାର ପାଇଥିଲେ । ସେହି ଟଙ୍କାରେ ସେ ପ୍ରଥମେ ନିଜ ଘରର ବକେୟା ଥିବା ବିଭିନ୍ନ ବିଲ୍‌ ଓ କାର୍‌ ଲୋନ୍‌ ସୁଝିଥିଲେ । ଆଉ ଏହି ଲଟେରୀ ଉଠିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଛି ।

ତେବେ ଏହି ପୁରା ଘଟଣା ଉପରେ ଯଦି ନଜର ପକାଇବା ତେବେ ଆମେ ବୁଝିବା ଭଗବାନଙ୍କ ଲୀଳା ଅପାର । ତାଙ୍କ ହାତରେ ଆମ ଭାଗ୍ୟର ଡୋରୀ । କେତେବେଳେ କେଉଁ ଆଡ଼କୁ ଟାଣିବେ କେହି କହିପାରିବେ ନାହିଁ । କେତେବେଳେ କାହା ଭାଗ୍ୟ ବଦଳିବ ତାହା ସ୍ୱୟଂ ଭାଗବାନ ହିଁ ଜାଣନ୍ତି ।