Advertisment

ଚୀନ-ତାଇୱାନ୍‌ ଟେନ୍‌ସନ: ତାଇୱାନ୍‌ ସପକ୍ଷରେ ବାହାରିଲା ଆମେରିକା

ଆମେରିକା ସିନେଟ୍‌ର ବାଚସ୍ପତି ତାଇୱାନ୍‌କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍‌ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।

author-image
Rajalaxmi Sahoo
US Speaker Nancy Meets Taiwan President

US Speaker Nancy Meets Taiwan President

ଚୀନ-ତାଇୱାନ୍‌ ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ତାଇୱାନ୍‌ ରାଷ୍ଟ୍ରପତିଙ୍କୁ ଆମେରିକା ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ଭେଟିଛନ୍ତି। ତାଇୱାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌ ୱିନ୍‌ଙ୍କୁ ଭେଟି ନାନ୍ସି ପେଲୋସି ଆଲୋଚନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଉପୁଜିଥିବା ପରିସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

Advertisment

ଇଣ୍ଡୋ ପେସିଫିକ୍‌କୁ ସ୍ୱତନ୍ତ୍ର କରିବା ସହ ଶାନ୍ତି ଚାହେଁ ବୋଲି ଏହି ଅବସରରେ ତାଇୱାନ୍‌ ରାଷ୍ଟ୍ରମୁଖ୍ୟ ସ୍ପଷ୍ଟ କରିଛନ୍ତି। ଗତକାଲି ଭଳି ଆଜି ମଧ୍ୟ ଆମେରିକା ସିନେଟ୍‌ର ବାଚସ୍ପତି ତାଇୱାନ୍‌କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍‌ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।

ତାଇୱାନ୍‌କୁ ଆମେରିକାର ଏପରି ସମର୍ଥନ ପରେ ଚୀନ ଓ ତାଇୱାନ୍‌ ମଧ୍ୟରେ ଟେନ୍‌ସନ ବଢ଼ିଛି। ତାଇ ଏୟାରସ୍ପେସ୍‌ରେ ୨୦ରୁ ଅଧିକ ଚୀନ ବାୟୁସେନାର ବିମାନ ଉଡ଼ିଛି। ଚୀନକୁ ଏଥିପ୍ରତି ବାରଣ ଥିବା ସତ୍ତ୍ୱେ ଏପରି କରିଥିବା ଜଣାପଡ଼ିଛି। ପରିସ୍ଥିତି ଏପରି ହୋଇଛି କି କେତେବେଳେ କି କିଛି ହୋଇପାରେ।

Advertisment

ସୂଚନାଥାଉ କି, ତାଇୱାନକୁ ଚୀନ ସବୁବେଳେ ନିଜର କହି ଆସୁଛି । ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି ଓ ଚୀନ ବିରୋଧରେ ବିକ୍ଷୋଭ କରୁଛନ୍ତି । ଏନେଇ ବିବାଦ ଚାଲିଥିବା ବେଳେ ଏବେ ନାନ୍ସିଙ୍କ ତାଇୱାନ୍‌ ଗସ୍ତ ଚୀନ-ତାଇୱାନ୍‌ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇଛି। 

China Taiwan Tension US Speaker Nancy Pelosi Taiwan President Tsai Ing Wen
Advertisment
Advertisment