Advertisment

ମୁହଁ ମାଡ଼ି ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି, ଭିଡିଓ ଭାଇରାଲ୍‌...

ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏହାଦେଖି ସେଠାରେ ଉପସ୍ଥିତ ବାୟୁସେନା ଅଧିକାରୀ ତୁରନ୍ତ ତାଙ୍କୁ ଉଠାଇ କାର୍‌ ପର୍ଯ୍ୟନ୍ତ ଛାଡ଼ିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
US President Joe Biden Falls On Stage

US President Joe Biden Falls On Stage

ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌(US President Joe Biden)। କୋଲୋରାଡୋ ୟୁଏସ୍‌ ଏୟାରଫୋର୍ସ ଏକାଡେମୀରେ ଗ୍ରାଜୁଏସନ୍‌ ସମାରୋହରେ ଯୋଗ ଦେଇ ଫେରୁଥିବା ବେଳେ ଝୁଣ୍ଟି ପଡ଼ିବା ଯୋଗୁ ସେ ମଞ୍ଚରେ ପଡ଼ି ଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ବାୟୁସେନା ଅଧିକାରୀ ତୁରନ୍ତ ତାଙ୍କୁ ଉଠାଇ କାର୍‌ ପର୍ଯ୍ୟନ୍ତ ଛାଡ଼ିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

କ୍ୟାଡେଟ୍‌ଙ୍କ ହାତ ମିଳାଇବା ପରେ ପଡ଼ି ଯାଇଥିଲେ ବାଇଡେନ୍‌...

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁଏସ୍‌ ଏୟାରଫୋର୍ସ ଏକାଡେମୀରେ ଭାଷଣ ଦେବା ପରେ ଜଣେ କ୍ୟାଡେଟ୍‌ଙ୍କ ସହ ହାତ ମିଳାଇ ଥିଲେ। ଏହାପରେ ବାଇଡେନ୍‌ ଗୋଟିଏ ପାଦ ଆଗକୁ ବଢ଼ାଇବା ପରେ ହଠାତ୍‌ ଝୁଣ୍ଟି ପଡ଼ିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ବାୟୁସେନା ଅଧିକାରୀ ତୁରନ୍ତ ତାଙ୍କୁ ଉଠାଇ ଥିଲେ। କାହିଁକି ସେ ପଡ଼ିଗଲେ ଏନେଇ ବାଇଡେନ୍‌ କିଛି ଇଶାରା କରୁଥିବା ଦେଖିବାକୁ ମିଳିଛି। ଷ୍ଟେଜ୍‌ ଉପରେ ଏକ ଛୋଟ କଳା ରଙ୍ଗର ସ୍ୟାଣ୍ଡ୍‌ ବ୍ୟାଗ୍‌ ରଖା ଯାଇଥିଲା। ହୁଏତ ଏଥିରେ ଗୋଡ଼ ବାଜି ଯିବାରୁ ସେ ଝୁଣ୍ଟି ପଡ଼ିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଭାଷଣ ଦେଇସାରିବା ପରେ ମଞ୍ଚରେ ବାଉଳା ହେଲେ ବାଇଡେନ୍‌

Advertisment


ପୂର୍ବରୁ ବାଇଡେନ୍‌ଙ୍କ ଗୋଡ଼ ଭାଙ୍ଗି ଯାଇଥିଲା...

ଜୋ ବାଇଡେନ୍‌ ମଞ୍ଚରେ ପଡ଼ିବାର କିଛି ସମୟ ପରେ ହ୍ୱାଇଟ୍‌ ହାଉସ୍‌ର କମ୍ୟୁନିକେସନ୍‌ ଡାଇରେକ୍ଟର ବେନ୍‌ ଲାବୋଲ୍ଟ ଏକ ଟ୍ୱିଟ୍‌ କରିଥିଲେ। ବାଇଡେନ୍‌ ସୁସ୍ଥ ଥିବା ନେଇ ବେନ୍‌ ଲାବୋଲ୍ଟ ଜଣାଇଥିଲେ। ଜାପାନର ହିରୋସୀମାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ବାଇଡେନ୍‌ ଝୁଣ୍ଟି ପଡ଼ିଥିଲେ। ତେବେ ତଳେ ପଡ଼ି ଯିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ବାଇଡେନ୍‌ ଶାରୀରିକ ଭାବେ ସୁସ୍ଥ ଥିବା ନେଇ ମେଡିକାଲ୍‌ ରିପୋର୍ଟରେ କୁହାଯାଇଛି। ନିୟମିତ ଭାବେ ସେ ବ୍ୟାୟାମ ମଧ୍ୟ କରନ୍ତି। ୨୦୨୦ ମସିହାରେ ପୋଷା କୁକୁର ସହ ଖେଳୁ ଥିବାବେଳେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ସୂଚନାଥାଉ କି, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୁଣିଥରେ ମୈଦାନକୁ ଓହ୍ଲାଇବେ ଜୋ ବାଇଡେନ୍‌।

Joe Biden
Advertisment
Advertisment